Categories
ଆଜିର ଖବର ଜାତୀୟ ଖବର

ଆଧାରକାର୍ଡର ଅପବ୍ୟବହାର ସମ୍ପର୍କୀୟ ସୂଚନା: ୟୁଆଇଡିଏଆଇର ସ୍ପଷ୍ଟୀକରଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସ୍ଥିତ ୟୁଡିଏଆଇ ଆଞ୍ଚଳିକ ଦପ୍ତର ପକ୍ଷରୁ ଚଳିତମାସ ୨୭ତାରିଖରେ ପ୍ରକାଶିତ ଜାରି କରାଯାଇଥିବା ପ୍ରେସ ଇସ୍ତାହାର ସମ୍ପର୍କରେ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି।

ଏଥିରେ କୁହାଯାଇଛି, ସେମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ପ୍ରେସ ଇସ୍ତାହାର ସେମାନଙ୍କ ଦ୍ୱାରା ଏକ ଫଟୋସପ୍‌ଡ ଆଧାରକାର୍ଡର ଅପବ୍ୟବହାର ସମ୍ପର୍କରେ ଜାରି କରାଯାଇଥିଲା।  ସେହି ପ୍ରେସ ଇସ୍ତାହାରରେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ସେମାନେ ନିଜ ନିଜର ଆଧାରକାର୍ଡର ଫଟୋ କପି କୌଣସି ସଂଗଠନ ସହ ସେୟାର ନ କରିବାକୁ; କାରଣ ଏହାଦ୍ୱାରା ଆଧାର ଫଟୋ କପିର ଅପବ୍ୟବହାର ହୋଇପାରେ। ବିକଳ୍ପଭାବେ ଏକ ମାସ୍କଡ ଆଧାର, ଯେଉଁଥିରେ ଆଧାର ନମ୍ବରର ଶେଷ ଚାରିଟି ସଂଖ୍ୟା କେବଳ ଦେଖାଯାଉଥିବ, ତାହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।

ତେବେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହି ପ୍ରେସ ଇସ୍ତାହାରର ଭୁଲ ବ୍ୟାଖ୍ୟ। ହେବାର ସମ୍ଭାବନା ଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଛି।

ୟୁଆଇଡିଡିଆଇ ଦ୍ୱାରା ଜାରି ଆଧାର କାର୍ଡଧାରୀମାନେ ଏହାର ନମ୍ବର ବ୍ୟବହାର ଓ ସେୟାରିଂ ସମୟରେ ସାଧାରଣ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଏହି ସ୍ପଷ୍ଟୀକରଣରେ  କୁହାଯାଇଛି।

ଆଧାର ପରିଚୟ ପ୍ରମାଣୀକରଣ ବ୍ୟବସ୍ଥା ଆଧାର କାର୍ଡଧାରୀଙ୍କୁ ସେମାନଙ୍କର ପରିୟ ଓ ଗୋପନୀୟତା ସୁରକ୍ଷିତ ରଖିବାକୁ ଯଥେଷ୍ଟ ସୁବିଧା ସୁଯୋଗ ଓ ବୈଶିଷ୍ଟ୍ୟ ଯୋଗାଇଛି। ତେଣୁ ବ୍ୟବହାରକାରୀ ତାହାର ସାହାଯ୍ୟ ନେଇ ନିଜର ପରିଚୟ ଓ ଗୋପନୀୟତା ସଂକ୍ରାନ୍ତ ତଥ୍ୟକୁ ସୁରକ୍ଷିତ କରିପାରିବେ।