Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଧାର ଲିଙ୍କ ସଂଯୋଗ କହି ନୀରିହ ଲୋକଙ୍କୁ ଠକୁଥିଲେ ଦୁଇ ଯୁବକ: ଗିରଫ କଲା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ପୋଲିସ୍ ଦୁଇ ଆଧୁନିକ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅମିତ୍ କୁମାର ମହାପାତ୍ର ଓ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଟାଙ୍ଗିସାହିର ଆକାଶ ବେହେରା।

ଖବରରୁ ପ୍ରକାଶ ଯେ, ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ ପଞ୍ଚାୟତ ଉଦୟପୁର ଗ୍ରାମ ଓ ନିକଟବର୍ତ୍ତୀ ଛୋଟ ଛୋଟ ଗାଁ ର ଅଶିକ୍ଷିତ ଲୋକଙ୍କୁ ବିଭିନ୍ନ ଯୋଜନାରେ ଆଧାର ଲିଙ୍କ କରାଇଦେବାକୁ କହି ଉଭୟ ଯୁବକ ନିଜକୁ ବ୍ଳକ କର୍ମଚାରୀ ଭାବେ ପରିଚୟ ଦେଇ ନୀରିହ ଲୋକଙ୍କର ଟିପ ଚିହ୍ନ ନେଇ ଠକି ଚାଲିଥିଲେ। ଏହି ଭଳି ପରିସ୍ଥିତିରେ ଠକାମୀର ଶିକାର ହୋଇଥିବା କିଛି ଲୋକ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ କେଶ୍ ନଂ ୧୨୯/୨୩ ପ୍ରକାରେ ପୋଲିସ ଗତ ଫେବୃଆରୀ ମାସ ଠାରୁ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇଥିଲେ। ତେବେ ହଠାତ୍ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏସ୍ ଆଇ ସମୀର ସେଠୀଙ୍କ ନେତୃତ୍ଵରେ ଏକ ଟିମ୍ ଉଭୟ ଠକଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।