Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲାରେ ୭ ଆମ ହସ୍ପିଟାଲ ସହ ନୂତନ ଏସଡିଏଚ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ୫-ଟି ଅଧିନରେ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଅନୁକୂଳ ପରିସ୍ଥିତିରେ ରୋଗୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ସରକାର। ଆଉ ହସ୍ପିଟାଲରେ ଦେଖିବାକୁ ମିଳିବ ନାହିଁ ଲମ୍ବା ଲାଇନ। ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ୫-ଟି ମାଧ୍ୟମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଆମ ହସ୍ପିଟାଲରେ ରୂପାନ୍ତିକରଣ କରୁଛନ୍ତି ସରକାର।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ୭ ଟି ଆମ ହସ୍ପିଟାଲକୁ ଆଜି ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି ପରମାନନ୍ଦ ମହାବିଦ୍ୟାଳୟ କଲେଜ ପଡିଆରେ ଏହି ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦଘାଟନ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ କିଭଳି ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଆଉ ଦୂରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ନିଜ ଘର ପାଖ ହସ୍ପିଟାଲରେ ସୁବିଧାରେ ମିଳିବ ଉନ୍ନତ ଚିକିତ୍ସା ସେବା। ଜନସାଧାରଣଙ୍କୁ ଉନ୍ନତ ସେବା ପାଇଁ ଡାକ୍ତର, ପାରାମେଡିକାଲ ଷ୍ଟାପ ନିଯୁକ୍ତି ମିଳୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ମୋପାଇଁ ସବୁ ଜୀବନ ମୂଲ୍ୟବାନ। ଏହାକୁ ନେଇ ସୁଖୀ ଓଡିଶା ସୁସ୍ଥ ଓଡିଶା ଗଠନ ହୋଇ ପାରିବ ବୋଲି ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି। ବୋଲଗଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ କିଭଳି ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବୈପ୍ଳବିକ ପରିଆବର୍ତ୍ତନ ଆଣିଛନ୍ତି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲରେ ରୂପାନ୍ତିକରଣ କରି ଉନ୍ନତ ମାନ ଚିକିତ୍ସା ସେବା ଠାରୁ ଆରମ୍ଭ କରି ସୁସ୍ଥ ସ୍ବଚ୍ଛ ପରିବେଶ ଭିତ୍ତିଭୂମିରେ ରୋଗୀଙ୍କ ସେବା କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ।

ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ କରଣ ସହ ଉନ୍ନତ ଧରଣର ଚିକିତ୍ସା ସେବା ରୋଗୀକୁ ଯୋଗାଇ ଦେବାକୁ ଆମ ହସ୍ପିଟାଲ ପରିକଳ୍ପନା ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ କୋଠାବାଡି ନିର୍ମାଣ ଶ୍ରମିକ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ମିଶନଶକ୍ତି ମା’ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆମ ହସ୍ପିଟାଲ’ ଲୋକାର୍ପିତ, ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ସାମିଲ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସରକାରୀ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି।

ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡିଶାର ଜନସାଧାରଣ ପ୍ରାଇଭେଟ ହସ୍ପିଟାଲ ଭଳି ସୁବିଧା ସୁଯୋଗ ସରକାରୀ ହସ୍ପିଟାଲରେ ପାଉଛନ୍ତି। 5T ଉପକ୍ରମରେ ସୋନପୁରରେ ଓଡିଶାର ଜିଲ୍ଲାସ୍ତରୀୟ ସବୁଠାରୁ ବଡ ହସ୍ପିଟାଲ ବହୁତ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ହୋଇଛି। ସୋନପୁରବାସୀଙ୍କ ବହୁ ଦିନର ସ୍ୱପ୍ନ ଏହା ମାଧ୍ୟମରେ ସାକାର ହୋଇଛି।

କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ ଏବଂ କହିଥିଲେ ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୪୦ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ ହେଲା । ଏଥିପାଇଁ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସମସ୍ତଙ୍କ ସହଯୋଗରେ ଏହି କାମ ସଫଳ ହୋଇଛି । ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏହି ସବୁ ହସ୍ପିଟାଲଗୁଡିକୁ ନିଜ ସଂପତ୍ତି ଭଳି ରକ୍ଷଣାବେକ୍ଷଣ କରିବା ପାଇଁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଗଜପତି ପାରଳାଖେମୁଣ୍ଡିରୁ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଅନୁଗୋଳ ଜିଲ୍ଲା କୋଶଳାରୁ ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ପୁରୀ ଜିଲ୍ଲା ରେବଣା ନୂଆଗାଁରୁ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଭଦ୍ରକ ଜିଲ୍ଲା ଧାମନଗରରୁ ବିଧାୟକ ଶ୍ରୀ ପ୍ରଫୁଲ ସାମଲ, ନୟାଗଡ ଜିଲ୍ଲା ରଣପୁରରୁ ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନବୀନ ନାୟକ ଯୋଗ ଦେଇଥିଲେ।

ସେହିପରି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ମେହେର, ଝାରସୁଗୁଡାରୁ ବିଧାୟକା ଦିପାଳୀ ଦାସ ଯୋଗ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ। ଏଥିପାଇଁ ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନକୁ ସେ ସବୁବେଳେ ଉଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଆଜି ସରକାରୀ ଡାକ୍ତରଖାନା ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ନିଳଗିରୀରୁ ସସ୍ମିପ୍ରଭା ରାଉତ, ଦେବଗଡ ଜିଲ୍ଲାରୁ ସୁନୀତା ରାଣୀ ପୃଷ୍ଟି, ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାରୁ ସାବିତ୍ରୀ ମେହେର, ଖୋର୍ଦ୍ଧା ଜିଲ୍ଲା ବୋଲଗଡରୁ ସୁନନ୍ଦିତା ସାହୁ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଆରତି କୁଲଦୀପ, ଯାଜପୁର ଜିଲ୍ଲା ବଡଚଣାରୁ ସୋନାଲି ଦାସ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ତାକୁ ଠିକ୍ ଭାବେ ବୁଝିଛନ୍ତି ଆମ ମୁଖ୍ୟମନ୍ତ୍ରୀ।

ସେଥିପାଇଁ ଆମ ପାଇଁ ଏଭଳି ଭଲ ହସ୍ପିଟାଲ ନିର୍ମାଣ କରିଛନ୍ତି। ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ଆମ ଅଞ୍ଚଳରେ ଥିବା ହସ୍ପିଟାଲଗୁଡିକର ବ୍ୟାପକ ରୂପାନ୍ତର ଘଟି ରୂପରେଖ ବଦଳି ଯାଇଛି। ମାଗଣାରେ ସବୁ ସେବା ଉପଲବ୍ଧ ହେଉଛି। ଏଥିପାଇଁ ଆମେ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ସେମାନେ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆମ ହସ୍ପିଟାଲ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ସମୟ ସାରଣୀ ନିର୍ଦ୍ଦାରଣ: ଜିଲ୍ଲା କମିଟିକୁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ

ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ପ୍ରକଳ୍ପ ପୂର୍ଣାଙ୍ଗ ପାଇଁ ରାଜ୍ୟସରକାରଙ୍କ ତରଫରୁ ସମୟ ସାରଣୀ ଧାର୍ଯ୍ୟକରାଯିବା ସହ ପ୍ରତି ଜିଲ୍ଲାକୁ ସେମାନଙ୍କ ପ୍ରକଳ୍ପ ଆକଳନ ଅନୁସାରେ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯାଇଛି।
ଏଥିପାଇଁ ପୂର୍ତ୍ତିବିଭାଗ ପ୍ରମୁଖ ଶାସନ ସଚିବ ବୀର୍ ବିକ୍ରମ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କର ଯୁଗ୍ମ ସ୍ୱାକ୍ଷରିତ ନିର୍ଦ୍ଦେଶନାମା ଜିଲ୍ଲାପାଳମାନଙ୍କୁ ପଠାଯାଇଛି।

ଚଳିତ ବର୍ଷ ମେ ୧୫ ତାରିଖ ସୁଦ୍ଦା ଟେଣ୍ଡର ପକ୍ରିୟା ଶେଷକରି କ୍ଷେତ୍ରସ୍ତରୀୟ କାର୍ଯ୍ୟାରମ୍ଭ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ କୁହାଯାଇଛି। ନିର୍ଦ୍ଦାରିତ ମାନକ ଅନୁସାରେ ଗୁଣାତ୍ମକମାନ ବଜାୟ ରଖି ନିର୍ମାଣ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ୧୪୭ ଟି ହସ୍ପିଟାଲ୍ ୫-ଟି ଢାଞ୍ଚାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାନ୍ୱୟନ ଓ ତଦାରଖ ନିମନ୍ତେ ଜିଲ୍ଲାସ୍ତରୀୟ କମିଟିକୁ ପୂର୍ଣ୍ଣକ୍ଷମତା ପ୍ରଦାନ କରାଯାଇଛି।