Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ପର୍ଯ୍ୟାୟ ଟୀକାକରଣ: ପ୍ରଥମ ଦିନରେ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ କଲେ ପଞ୍ଜୀକରଣ

ନୂଆଦିଲ୍ଲୀ: ଦେଶରେ ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ସେଥିପାଇଁ କୋୱିନ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଲୋକଙ୍କୁ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଥମ ଦିନରେ ଟୀକାକରଣ ପାଇଁ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ ପଞ୍ଜୀକରଣ କରିଛନ୍ତି।

ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ…

୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ

୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ

୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ

୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ

୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ

୬- ରୋଗରେ ଆକ୍ରାନ୍ତ ଥିଲେ ସେଥିରେ ଦର୍ଶାଇବାକୁ ପଡିବ

୭- ତଳେ ଥିବା ରେଜିଷ୍ଟର ବଟନକୁ କ୍ଲିକ କରି ନିଜର ନାମକୁ ପଞ୍ଜୀକରଣ କରିବେ

୮- ଏହାପରେ ଇଚ୍ଛାଅନୁଯାୟୀ ଟୀକା ନେବାର ତାରିଖ ଏବଂ ସ୍ଥାନକୁ ବାଛି ଲେଖିବେ

୯- ସେଥିରେ ଘରର ଅନ୍ୟ ସଦସ୍ୟଙ୍କ ନାମ ସାମିଲ କରିବାକୁ ଆବଶ୍ୟକ ଥିଲେ “ଆଡ ମୋର” ବଟନରେ କ୍ଲିକ କରି ପଞ୍ଜୀକରଣ କରନ୍ତୁ।