Categories
ଆଜିର ଖବର ଜାତୀୟ ଖବର

ଆସାମ ନିର୍ବାଚନ ଅପଡେଟ: ଜେଲରେ ଥାଇ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ ଅଖିଳ ଗୋଗୋଇ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବିଜେପି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆସାମର ମୋଟ ୧୨୬ ଟି ଆସନ ମଧ୍ୟରୁ ବିଜେପି ୭୮ ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୪୬ ଟି ଆସନ ଏବଂ ଅନ୍ୟ ଦଳ ୨ ଟି ଆସନରେ ଆଗୁଆ ଅଛି। ହେଲେ କିଛି ଆସନରେ ଭୋଟ ଗଣତି ଏବେ ବି ଚାଲିଥିବା ବେଳେ କିଛି ଆସନର ଫଳାଫଳ ମଧ୍ୟ ଘୋଷଣା ହୋଇସାରିଛି।

ତେବେ ଏହା ଭିତରେ ରାୟଜୋର ଦଳର ମୁଖ୍ୟ ତଥା ଆରଟିଆଇ କାର୍ଯ୍ୟକର୍ତ୍ତା ଅଖିଳ ଗୋଗୋଇ ଶିବସାଗର ଆସନରୁ ବିଜୟ ଲାଭ କରିଛନ୍ତି। ନାଗରିକତା ଆଇନ ବିରୋଧ ବେଳେ ହିଂସା କରିଥିବା ଅଭିଯୋଗରେ ଗୋଗୋଇଙ୍କୁ ଡ଼ିସେମ୍ବର ୨୦୧୯ ଠାରୁ ଗିରଫ କରାଯାଇଛି।

ବର୍ତ୍ତମାନ ସେ ଜେଲରେ ଅଛନ୍ତି। ତାଙ୍କୁ ୟୁଏପିଏ ମାମଲା ଅନୁଯାୟୀ ଗିରଫ କରାଯାଇଛି। ହେଲେ ସେ ଜେଲରେ ରହି ନିର୍ବାଚନ ଲଢୁଥିବା ବେଳେ ବିଜେପିର ସୁରଭୀ ରାଜକୁଂବରଙ୍କୁ ପରାସ୍ତ କରିଛନ୍ତି।

Categories
ଫଟୋ ଖବର

ଆସାମ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାଖରେ ପ୍ରଭାରୀ ବୈଜୟନ୍ତ ପଣ୍ଡା

ଆସାମ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାଖରେ ପ୍ରଭାରୀ ବୈଜୟନ୍ତ ପଣ୍ଡା

Categories
ଆଜିର ଖବର ଜାତୀୟ ଖବର

Assembly Election2021: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ, ଆଜି ସକାଳୁ ଆସାମ ଏବଂ ପଶ୍ଚିମବଂଗର ବିଧାନ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆସାମର 47 ଏବଂ ପଶ୍ଚିମବଂଗର 30ଟି ଆସନ ପାଇଁ ଭୋଟିଂ ଚାଲିଛି। କୋଭିଡ19 କଟକଣା ଭିତରେ ଭୋଟରମାନେ ସାମାଜିକ ଦୂରତା ରଖି ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବା ପାଇଁ ଯାଉଛନ୍ତି।

ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ସେମାନଙ୍କୁ ଥର୍ମାଲ ଟେଷ୍ଟିଂ ସହିତ ସାନିଟାଇଜିଂ କରି ଛଡାଯାଉଛି। ଆସାମରେ ଦିନ 11 ଟା ସୁଦ୍ଧା 24.48 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ସେହିପରି ପଶ୍ଚିମବଂଗରେ 16.41 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଘୋଷଣା ହେଲା ଆସାମ ବିଧାନସଭା ନିର୍ବାଚନ ତାରିଖ, 3ଟି ପର୍ଯ୍ୟାୟରେ ହେବ ନିର୍ବାଚନ

Assam Election: ଭାରତ ନିର୍ବାଚନ କମିଶନର ଆସାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସମାରେ ତିନୋଟି ପର୍ଯ୍ୟାୟରେ ହେବ ନିର୍ବାଚନ। ମାର୍ଚ୍ଚ 27 ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାକେ 37ଟି ଆସନ ପାଇଁ ନିର୍ବାଚନ ହେବ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ 1 ତାରିଖରେ ହେବ। ଏଥିରେ 47ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ତୃତୀୟ ବା ଶେଷ ପର୍ଯ୍ୟାୟ 6 ଏପ୍ରିଲରେ 40ଟି ଆସନ ପାଇଁ ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଘୋଷଣା କରିଛନ୍ତି। ଗଣତି ମେ 2 ତାରିଖ 2021 ରେ ହେବ।