Categories
ଆଞ୍ଚଳିକ

ବିପୁଳ ପଲିଥିନ ଜବତ, ଜରିମାନା ଆଦାୟ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଆସିକା ଏନ୍ ଏସି ପକ୍ଷରୁ ସ‌ହରାଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ପଲିଥିନ ଜବତ କରାଯାଇ ଜରିମାନା ଆଦାୟ କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ନଗରପାଳିକା ବିନେତା ସ୍ୱାଇଁଙ୍କ ପରାମର୍ଶ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‌ଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମିଶ୍ର, ପ୍ରକାଶ ନାୟକ, ପ୍ରମୋଦ ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଲକ୍ଷ୍ମୀବଜାର, କଳିଙ୍ଗ ରୋଡ୍, ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ଉ କରି ପଲିଥିନ ଜବତ କରିବା ସହ ଜରିମାନା ବାବଦକୁ ଟଙ୍କା ଆଦାୟ କରାଯାଇଛି।

ଆଗାମୀ ଦିନରେ ଏହି ଚଢ଼ଉକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ବେଜ୍ କହିଛନ୍ତି। ପଲିଥିନ କଟକଣା ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଜରିମାନା ଭୟରେ ବହୁ ବ୍ୟବସାୟୀ ପଲିଥିନ ଆଣିବା ବନ୍ଦ କରିଦେଇଛନ୍ତି।