Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ

ନୂଆଦିଲ୍ଲୀ: ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆକାଉଣ୍ଟ “ଆଭା”ର ପୁନଃବିନ୍ୟାସ କରାଯାଉଛି। ପ୍ରାଧିକରଣ ପକ୍ଷରୁ ଏହା ଘୋଷଣା କରାଯାଇ କୁହାଯାଇଛି ଯେ  ଆଭା ଆପ୍‌, ଯାହା ପୂର୍ବରୁ ଏନ୍‌ଡିଏଚଏମ୍ ହେଲଥ ରେକର୍ଡ ଆପ୍ ଭାବେ ପରିଚିତ ଥିଲା ଏବେ ତାହା ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ଉପଲବ୍ଧ। ଇତିମଧ୍ୟରେ ୪ଲକ୍ଷରୁ ଅଧିକ ଆଭା ଆପ୍ ଡାଉନଲୋଡ ହୋଇସାରିଲାଣି।

ଏହି ପୁନର୍ବିନ୍ୟସ୍ତ ଆଭା ଆପ୍‌ରେ ଅନେକ ନୂଆ ସୁବିଧା ରହିଛି ଓ ବ୍ୟବହାରକାରୀ ଏଥିରୁ ଅଧିକ ସେବା ପାଇପାରିବେ। ଅପ୍‌ଡେଟେଡ୍ ଆଭା ଆପ୍ ମାଧ୍ୟମରେ ବ୍ୟକ୍ତିବିଶେଷ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ଆକ୍‌ସେସ୍ କରିପାରିବେ। ପୂର୍ବର ଆଭା ଆପ୍‌କୁ ୟୁଜରମାନେ ନିଜର ପୂର୍ବ ଆପ୍ ଭର୍ସନକୁ ମଧ୍ୟ ନୂଆ ଭର୍ସନକୁ ଅପଡେଟ କରିପାରିବେ ବୋଲି ସରକାରୀଭାବେ ଘୋଷଣା କରାଯାଇଛି।

ଆଭା ମୋବାଇଲ ଆପ୍ଲିକେସନ ବ୍ୟକ୍ତି ବିଶେଷଙ୍କୁ ଏକ ଆଭା  ଆଡ୍ରେସ କ୍ରିଏଟ କରିବାକୁ ସୁବିଧା ଦେଇଥାଏ। ଏହି ଠିକଣା ହେଲା  (username@abdm )ଏହି ୟୁଜର୍ସ  ଆଡ୍ରେଶକୁ ମନେ ରଖିବା ସହଜ। ଏହାକୁ ୧୪ସଂଖ୍ୟା ବିଶିଷ୍ଟ ର‌୍ୟାଣ୍ଡମଲୀ ଜେନେରେଟଡ୍ ଆଭା ନମ୍ବର ସହିତ ଲିଙ୍କ୍ କରି ହେବ। ଏହି ଆପ୍ ମାଧ୍ୟମରେ ୟୁଜରମାନେ ଏବିଡିଏମ୍ ଅନୁକୂଳ ହେଲ୍‌ଥ ଫ୍ୟାସିଲିଟିରେ ସୃଷ୍ଟି ହୋଇଥିବା ନିଜର ସ୍ୱାସ୍ଥ୍ୟ ରେକର୍ଡ ସହିତ ସଂଯୋଗ ସ୍ଥାପନ କରିପାରିବେ। ନିଜର ସ୍ମାର୍ଟଫୋନ ଦ୍ୱାରା ଏହି ଲିଙ୍କ ସ୍ଥାପନ କରି ବ୍ୟବହାରକାରୀ ଏହାକୁ ଦେଖି ପାରିବେ।

ଏହି ଆପ୍ ମାଧ୍ୟମରେ ମଧ୍ୟ ନିଜର ଫିଜିକାଲ ହେଲଥ ରେକର୍ଡକୁ ଏବିଡିଏମ୍ ଅନୁକୂଳ ହେଲଥ ଲକରରେ ଅପଲୋଡିଂ କରିହେବ। ଏହାଛଡା ବ୍ୟବହାରକାରୀ ନିଦାନ ରିପୋର୍ଟ, ପ୍ରେସକ୍ରିପସନ, କୋୱିନ ଭ୍ୟାକସିନ୍ ସାର୍ଟିଫିକେଟ ଆଦିକୁ ଡିଜିଟାଲ ହେଲ୍‌ଥ ରେକର୍ଡକୁ ସେୟାର କରିହେବ। ତେବେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସମ୍ମତି ଏବିଡିଏମ ମାଧ୍ୟମରେ ହାସଲ କରିବାକୁ ପଡିବ।

ଏହା ସହିତ ଆଭା ମୋବାଇଲ ଆପ୍ଲିକେସନରେ ଆଉ କେତେକ ନୂଆ ବିଶେଷତ୍ୱ ରହିଛି। ସେଗୁଡିକ ମଧ୍ୟରୁ ଏଡିଟ୍ ପ୍ରୋଫାଇଲ ଓ ଆଭା ଆଡ୍ରେସ ସହିତ ୧୪ ଡିଜିଟ୍ ବିଶିଷ୍ଟ ଆଭା ନମ୍ବରର ଲିଙ୍କ ଓ ଅନଲିଙ୍କ୍ ସୁବିଧା ଅନ୍ୟତମ। ଆହୁରି ମଧ୍ୟ ଲଗ୍‌ଇନ୍ ଭାୟା ଫ୍ରେସ ଆଥେଣ୍ଟିକେସନ /ପିଙ୍ଗରପ୍ରିଣ୍ଟ୍‌/ବାୟୋ ମେଟ୍ରିକ ଓ ସ୍କାନ କୋଡ୍ କ୍ୟୁଆର୍ ସୁବିଧା ଉପଲବ୍ଧ।

ଆଭା ମୋବାଇଲ ଆପ୍ ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍ ଏସ୍ ଶର୍ମା କହିଛନ୍ତି ଯେ ବ୍ୟବହାରକାରୀ ଏହା ସାହାଯ୍ୟରେ ନିଜର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ରେକର୍ଡ ରଖିପାରିବେ। ଆବଶ୍ୟକ ସମୟରେ ରୋଗୀ/ବ୍ୟକ୍ତିବିଶେଷ ନିମିଷକ ମଧ୍ୟରେ ଆଭା ଆଡ୍ରେସରେ ଏହାକୁ ପାଇପାରିବେ। ଏହା ଫଳରେ ସେମାନେ ଉପକୃତ ହେବେ। ଗୋଟିଏ ସ୍ଥାନରେ ଲୋକେ ନିଜର ସମସ୍ତ ସ୍ୱାସ୍ଥ୍ୟ ଗତ ତଥ୍ୟ ଠୁଳ କରି ରଖିବାର ସୁବିଧା ଏହା ମାଧ୍ୟମରେ ପାଇବେ। ଆବଶ୍ୟକସ୍ଥଳେ ସେମାନେ ଏହି ତଥ୍ୟକୁ ଯେତେବେଳେ ଯାହା ପାଖକୁ ଚାହିଁବେ ସେୟାର କରିପାରିବେ। ଏହା ଫଳରେ ସେମାନଙ୍କୁ ଚିକିତ୍ସାଗତ ସୁବିଧା ଅଧିକ ସୁଗମ ହେବ।

ଆୟୁଷ୍ମାନ ଭାରତ ହେଲ୍ପ ଆକାଉଂଟ (ଆଭା) ମୋବାଇଲ ଆପ୍ (ପୂର୍ବରୁ ଏନ୍‌ଡିଏଚଏମ ବା ହେଲଥ ରେକର୍ଡ ବା ପିଏଚଆର୍ ଆପ୍ ନାମରେ ପରିଚିତ)କୁ https:// play.google.com/ store/apps/ details ?id= in. ndhm. phr .  ଲିଙ୍କରେ ଗୁଗୁଲ ପ୍ଲେ ଷ୍ଟୋରକୁ ଡାଉନଲୋଡ କରିହେବ। ଆଭା ମୋବାଇଲ ଆପ୍‌ର ଆଇଓଏସ୍ ଭର୍ସନ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଏବିଡିଏମ୍ ବିଷୟରେ ଅଧିକ ତଥ୍ୟ https://abdm.gov.in/ରେ ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୨ ଏପ୍ରିଲ୍‌ରେ ଆୟୁଷ୍ମାନ ଭାରତ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା: ୧୭,୦୦୦ ପିଏମ୍‌ଜେଏୱାଇ ଗୋଲ୍‌ଡେନ କାର୍ଡ ଜାରି

ଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସହଯୋଗରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୬ ଏପ୍ରିଲ୍‌ରୁ ୨୨ ଏପ୍ରିଲ୍‌, ୨୦୨୨ ପର୍ଯ୍ୟନ୍ତ ଆଜାଦୀର ମହୋତ୍ସବ ଚାଲିଥିବା ଅବସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) ଗୁଡିକର ଚତୁର୍ଥ ବାର୍ଷିକୋତ୍ସବ ପାଳନ କରୁଛି। ସମଗ୍ର ଦେଶରେ ପୂର୍ଣ୍ଣ ଉତ୍ସାହ ଏବଂ ଆଗ୍ରହର ସହିତ ଏହି ସମାରୋହର ଆୟୋଜନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ  ଗୁଡିକର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ/ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ  ଗୁଡିକର ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିନିଧି ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବି – ଏଚ୍‌ଡବ୍ଲ୍ୟୁସିକୁ ପରିଦର୍ଶନରେ ଯାଉଛନ୍ତି ଏବଂ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଏବି – ଏଚ୍‌ଡବ୍ଲ୍ୟୁସିର ମହତ୍ୱ ପ୍ରତି ଲୋକ ମାନଙ୍କର ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି।

୧୮ ରୁ ୨୨ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରତ୍ୟେକ ଜିଲ୍ଲାର ଅତି କମ୍‌ରେ ଗୋଟିଏ ବ୍ଲକ୍‌ରେ, ଏକ ଲକ୍ଷରୁ ଅଧିକ ଏବି – ଏଚ୍‌ଡବ୍ଲ୍ୟୁସିରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଛି। ପ୍ରତ୍ୟେକ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳାର ଆୟୋଜନ ଗୋଟିଏ ଦିନ ପାଇଁ ହେବ ଏବଂ ଏହା ଅନୁସାରେ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକର ପ୍ରତ୍ୟେକ ବ୍ଲକ୍‌କୁ ପରିସରଭୁକ୍ତ କରାଯିବ।

ସ୍ୱାସ୍ଥ୍ୟ ମେଳାର ପଂଚମ ଦିବସରେ, ସାରା ଦେଶରେ ୪ ଳକ୍ଷ ୫୩ ହଜାରରୁ ଅଧିକ ଲୋକ ଏଥିରେ ଭାଗ ନେଇଛନ୍ତି ଏବଂ ପାଖାପାଖି ୪୯୬ଟି ବ୍ଲକ୍ ଏହି ସ୍ୱାସ୍ଥ୍ୟ ମେଳାର ଆୟୋଜନ କରିଛନ୍ତି। ଏହା ବ୍ୟତୀତ, ୫୯,୦୦୦ରୁ ଅଧିକ ଆଭା ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଛି ଏବଂ ୧୭,୦୦୦ ପିଏମ୍‌ଜେଏୱାଇ ଗୋଲଡେନ୍ କାର୍ଡ ଜାରି କରାଯାଇଛି, ଏହା ସହିତ ଉଚ୍ଚ ରକ୍ତଚାପ, ମଧୁମେହ, ଯକ୍ଷ୍ମା ଆଦି ରୋଗର ଯାଂଚ ପାଇଁ ହଜାର ହଜାର ଲୋକଙ୍କର ପରୀକ୍ଷଣ କରା ଯାଇଛି।

୧୬ ଏପ୍ରିଲ୍ ୨୦୨୨ରେ ଆୟୁଷ୍ମାନ୍ ଭାରତ – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି)ରେ ଗୋଟିଏ ଦିନରେ ଇ- ସଞ୍ଜୀବନୀ ପ୍ଲାଟଫର୍ମ (ମଂଚ) ମାଧ୍ୟମରେ ରେକର୍ଡ ପରିମାଣର ୩ ଲକ୍ଷ ଟେଲି – ପରାମର୍ଶ (ଟେଲିକନସେଲଟେସନ୍‌) ଦିଆଯାଇଛି। ଏହା ଗୋଟିଏ ଦିନରେ ଏବି – ଏଚ୍‌ଡବ୍ଲ୍ୟୁସିରେ ହୋଇଥିବା ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଟେଲିକନସଲ୍‌ଟେସନ୍ (ଟେଲି – ପରାମର୍ଶ) ଅଟେ ଏବଂ ଏହା ପୂର୍ବରୁ ରହିଥିବା ରେକର୍ଡ, ଗୋଟିଏ ଦିନରେ ଏବି – ଏଚ୍‌ଡବ୍ଲ୍ୟୁସିରେ ଦୈନିକ  ୧.୮ ଲକ୍ଷ ଟେଲି – ପରାମର୍ଶର ରେକର୍ଡକୁ ଅତିକ୍ରମ କରିଯାଇଛି। ୨୨ ଏପ୍ରିଲ୍ ୨୦୨୨ରେ ସମଗ୍ର ଦେଶରେ ୨୮,୦୦୦ରୁ ଅଧିକ ଟେଲି – ପରାମର୍ଶ କରାଯାଇଛି।

୨୨.୦୪.୨୦୨୨ର ସ୍ଥିତି ଅନୁସାରେ ସାରା ଦେଶରେ ବ୍ଲକ୍ ସ୍ୱାସ୍ଥ୍ୟ ମେଳାର ରିପୋର୍ଟ ଏହି ପ୍ରକାରର ଅଟେ। (ପିଆଇବି)

Categories
ଆଜିର ଖବର ସ୍ବାସ୍ଥ୍ୟ

ଦେଶବ୍ୟାପୀ ଆୟୋଜିତ ହେଉଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହଭାଗିତାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ହେବାର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏପ୍ରିଲ୍‌ ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।

ଏହି ଅବସରରେ ଦେଶର ବିଭିନ୍ନ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପରିଦର୍ଶନ କରୁଛନ୍ତି । ଏସବୁ କେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସେମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।

ଏପ୍ରିଲ୍‌ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଦେଶର ଏକ ଲକ୍ଷରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି। ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେଉଛି। ପ୍ରତି ବ୍ଲକ୍‌ରେ ଦିନିକିଆ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯିବ ଏବଂ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସାରା ଦେଶର ୪୬୪ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଥିବା ବେଳେ ପ୍ରଥମ ଦିନରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି। ହଜାର ହଜାର ଲୋକ ଉଚ୍ଚରକ୍ତଚାପ, ମଧୁମେହ ଆଦି ରୋଗର ଯାଞ୍ଚ କରାଇଛନ୍ତି। ଏଥିସହିତ ୬୪ ହଜାର ଆଭା ସ୍ୱାସ୍ଥ୍ୟ ପରିଚୟପତ୍ର ସୃଷ୍ଟି କରାଯାଇଛି ଏବଂ ୧୭ ହଜାରରୁ ଅଧିକ ପିଏମଜେଏୱାଇ ଗୋଲ୍ଡେନ୍‌ କାର୍ଡ ଜାରି କରାଯାଇଛି।

ଏପ୍ରିଲ ୧୮ ତାରିଖରେ ଓଡ଼ିଶାର ୨୬ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଥିବା ବେଳେ ଏଥିରେ ୨୦ ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି।

ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ୧୬ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ଇ-ସଞ୍ଜିବନୀ ପ୍ଲାଟଫର୍ମ ମାଧ୍ୟମରେ ରେକର୍ଡ ୩ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି। ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଆରମ୍ଭ ହେବା ପରଠାରୁ ଏହା ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟେଲି ପରାମର୍ଶ ସେବା। ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୧.୮ ଲକ୍ଷ ଟେଲି ପରାମର୍ଶ ଦିଆଯିବାର ରେକର୍ଡ ରହିଥିଲା।

ସୂଚନାଯୋଗ୍ୟ ଯେ, ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ଉଦ୍ଦେଶ୍ୟ ସାଧିତ କରିବା ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଥିଲା। ଏହି ଲକ୍ଷ୍ୟ ନେଇ ସାରା ଦେଶରେ ୧ ଲକ୍ଷ ୫୦ ହଜାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୨୦୧୮ ମସିହା ଫେବୃଆରୀ ମାସରେ ଘୋଷଣା କରାଯାଇଥିଲା।

ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ଚୟନାତ୍ମକ ପରିବର୍ତ୍ତେ ବିସ୍ତୃତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛନ୍ତି। ଏସବୁ କେନ୍ଦ୍ରରେ ପ୍ରୋତ୍ସାହନମୂଳକ, ନିରାକରଣଯୋଗ୍ୟ, ଉପଚାର ଆଧାରିତ, ପୁନର୍ବାସ ଓ ଉପଶମ ଆଧାରିତ ସମାବେଶୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଚିକିତ୍ସା କ୍ଷେତ୍ରରେ ରୋଗ-କୈନ୍ଦ୍ରିକ ପରିବର୍ତ୍ତେ କଲ୍ୟାଣ କୈନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଥିସହିତ ‘ସମସ୍ତଙ୍କ ପାଇଁ ସୁସ୍ଥତା’ ଆଭିମୁଖ୍ୟକୁ ସମର୍ଥନ କରୁଥିବା ‘ସମସ୍ତଙ୍କ ଠାରେ ସୁସ୍ଥତା’ର ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଅନୁରୂପ ଆନ୍ତଃକ୍ଷେତ୍ରୀୟ ସମନ୍ବୟ ଉପରେ ଗୁରୁତ୍ବାରୋପ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ପୁରୀ:  ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ଅବସରରେ ଶ୍ରୀ ମାଣ୍ଡଭୀୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ଓ ମହାପ୍ରସାଦ ସେବନ କରିବା ଆମ ପାଇଁ ଗର୍ବର ବିଷୟ ।

ସେହି ପବିତ୍ର ଧାମରେ ରହି ମେଡ଼ିକାଲ ଶିକ୍ଷା ଲାଭ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ଦରକାର । ଏଥିପାଇଁ ଏକ ଡ଼ାକ୍ତର ରୂପରେ ଛାତ୍ରଛାତ୍ରୀଙ୍କୁ ଦୂର, ସୁଦୂର, ଗାଁ ଯେଉଁଠି ବି ଦାୟିତ୍ୱ ମିଳୁଛି, ସେମାନେ ଗରିବଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରଖନ୍ତୁ ।

ମୋଦି ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର‌୍ୟ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡ଼ାକ୍ତର ହୁଅନ୍ତୁ ଏବଂ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖନ୍ତୁ ।

ସୁନ୍ଦରଗଡ଼ରେ ଏନଟିପିସି ତରଫରୁ ହସ୍ପିଟାଲ ହୋଇଛି । ତାଳଚେରରେ କୋଲ ଇଣ୍ଡିଆ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ।

Categories
ଆଜିର ଖବର

ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ ପୂରଣ କଲା ତିନିବର୍ଷ-ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ଯତ୍ନ ଯୋଜନା ଆୟୁଷ୍ମାନ ଭାରତ (ପିଏମ୍‌ଜେ ଏୱାଇ) ତିନିବର୍ଷ ସମ୍ପୂର୍ଣ୍ଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି । ମାଇ ଗଭ୍ ଇଣ୍ଡିଆକୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

“ସ୍ୱାସ୍ଥ୍ୟ ସେବା ଯତ୍ନର ମହତ୍ୱ ବିଗତ ବର୍ଷରେ ଜନସାଧାରଣ ଠିକ୍ ବୁଝି ପାରିଛନ୍ତି ।”
ଆମ ନାଗରିକମାନଙ୍କୁ ସର୍ବୋତ୍ତମ ଗୁଣାତ୍ମକ ଓ ଅଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆମେ ଅଙ୍ଗୀକାରବଦ୍ଧ । ଆୟୁଷ୍ମାନ ଭାରତ-ପିଏମ୍‌ଜେୱାଇ ଏହି ଲକ୍ଷ୍ୟ ହାସଲ କରିବାର ମୁଖ୍ୟ ଆୟୁଧ ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କଶ୍ମୀରରେ ଆୟୁଷ୍ମାନ ଭାରତ ପିଏମ୍‌-ଜେଏୱାଇ ସେହତ୍ କାର୍ଯ୍ୟକ୍ରମ ଡିସେମ୍ବର ୨୬ରେ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୬ ତାରିଖରେ ସମସ୍ତ ଜମ୍ମୁ ଓ କଶ୍ମୀରବାସୀଙ୍କ ପାଇଁ ପିଏମ୍ ଜନଆରୋଗ୍ୟ ଯୋଜନା ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟାହ୍ନ ୧୨ଟା ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର‌୍ୟ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ।

ଏହି ଯୋଜନାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ସମସ୍ତ ନାଗରିକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହି ଯୋଜନାର ହିତାଧିକାରୀମାନେ ସ୍ୱାସ୍ଥ୍ୟବୀମା ଯୋଜନା ମାଧ୍ୟମରେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଉପସ୍ଥିତ ରହିବେ।

ଏହି ଯୋଜନା ଅନୁସାରେ ଜମ୍ମୁ କଶ୍ମୀରର ସବୁ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ବୀମା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସେମାନଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ପରିବାର ପିଛା ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ମେଡିକାଲ ଓ ଚିକିତ୍ସା ଖର୍ଚ୍ଚ ବୀମା କଂପାନୀ ବହନ କରିବେ ।

ଏହି କେନ୍ଦ୍ର ଶାସିତ ଅଞ୍ଚଳର ସବୁ ନାଗରିକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯାଇଥିବାରୁ ଏଥିରେ ଅତିରିକ୍ତ ପ୍ରାୟ ୧୫ ଲକ୍ଷ ପରିବାର ସାମିଲ ହେବେ । ସୂଚନାଯୋଗ୍ୟ ଯେ ଯେଉଁମାନେ ଏହି ବୀମା ସୁବିଧା ପାଇବେ ବା ପାଇଛନ୍ତି ସେମାନେ ଦେଶର ଯେକୌଣସି ସ୍ଥାନରେ ଥିବା ହସ୍‌ପିଟାଲରେ ନିଜର ଚିକିତ୍ସା ବ୍ୟବସ୍ଥା କରିପାରିବେ। ତେବେ କେବଳ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଓ ସରକାରୀ ହସପିଟାଲରେ ଏହି ସୁବିଧା ମିଳିବ।