Categories
ଆଜିର ଖବର ଖେଳ ଜାତୀୟ ଖବର

WTC ଫାଇନାଲରେ କଙ୍ଗାରୁ: ଇଣ୍ଡିଆ-ଅଷ୍ଟ୍ରେଲିଆ ସିରିଜରୁ ସ୍ଥିର ହେବ ଦ୍ୱିତୀୟ ଦଳ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କରାଚି ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ତେବେ ଏହି ଟେଷ୍ଟ ସିରିଜ୍ ପରେ ଯଦି ଆମେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲକୁ ଦେଖିବା ତେବେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଯଥାକ୍ରମେ ସାତ ଓ ଆଠ ନମ୍ବରରେ ଅଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ୭୮.୫୭ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଭାରତୀୟ ଦଳର ୫୮.୯୩ ପ୍ରତିଶତ ଅଙ୍କ ରହିଛି।

ସମୀକରଣକୁ କ’ଣ?:

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଦଳ ଏହି ସିରିଜ୍ କୁ ନିଜ ନାମରେ କରିପାରିଛି। ଏହା ପରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିବ। ୪ ଟି ଟେଷ୍ଟ ମ୍ୟାଚର ବର୍ଡର-ଗାଭାସ୍କର ଟ୍ରଫି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିବା ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ଦୃଢ ପ୍ରତିଯୋଗୀ ଅଟନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଦଳ ଅନ୍ତିମ ଦୌଡରେ ସାମିଲ ଅଛି।

ଏହା ନିଶ୍ଚିତ ଯେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଖେଳିବ। ଏଥି ସହିତ ଦ୍ୱିତୀୟ ଦଳ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରତିଯୋଗୀତା ହେବ। ତେବେ ଏହି ଦୌଡରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଆଗରେ ରହିଛି। ଯଦି ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ ସଫଳ ହୁଏ, ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଫାଇନାଲ ମ୍ୟାଚ୍ ହେବ। ଯଦି ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆକୁ ପରାସ୍ତ କରେ ତେବେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଖେଳାଯିବ। ଅନ୍ୟପକ୍ଷରେ ଯଦି ବର୍ଡର-ଗାଭାସ୍କର ଟ୍ରଫି ୨-୧ରେ ଶେଷ ହୁଏ ତେବେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିବ।