Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖୁବ ଶିଘ୍ର ଆସିବ ଇ-ମୁଦ୍ରା, ଲୋକଙ୍କ ଅବଗତି ପାଇଁ ସୂଚନା ଜାରୀ କଲା ଆରବିଆଇ

ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ଜାରୀ ହେବ ଇ-ମୁଦ୍ରା। ଏହି ସଙ୍କେତ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ତେବେ ଏହି ମୁଦ୍ରା କଣ, ଏହାର ଡିଜାଇନିଂ କିପରି, କେମିତି ପ୍ରଚଳନ ହେବ ସେ ନେଇ ଲୋକଙ୍କ ମତ ଲୋଡିଛି ଆରବିଆଇ। ଏହା ପ୍ରବେଶ ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି।

ଏଥିରେ ଟେକ୍ନୋଲୋଜି ଏବଂ ଡିଜାଇନ୍ ପସନ୍ଦ, ଡିଜିଟାଲ୍ ମୁଦ୍ରାର ସମ୍ଭାବ୍ୟ ବ୍ୟବହାର, ପ୍ରଦାନ ପ୍ରଣାଳୀ ଏବଂ ସିବିଡିଟି ପ୍ରବର୍ତ୍ତନରେ ଆରବିଆଇର ଭୂମିକା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଏହା ମଧ୍ୟ ବ୍ୟାଙ୍କିଂ ସିଷ୍ଟମ, ମୁଦ୍ରା ନୀତି, ଆର୍ଥିକ ସ୍ଥିରତା ଏବଂ ଗୋପନୀୟତା ଉପରେ ଡିଜିଟାଲ ମୁଦ୍ରାର ପ୍ରଭାବର ପରୀକ୍ଷଣ କରିଥାଏ। ଏହା ପରେ ଆରବିଆଇ ଖୁବ ଶୀଘ୍ର ପାଇଲଟ ଆଧାରରେ ଡିଜିଟାଲ ମୁଦ୍ରା ଆରମ୍ଭ କରିବ।