Categories
ଆଞ୍ଚଳିକ

ନୂତନ ବର୍ଷରେ ମା’ ଭଗବତୀଙ୍କ ଇ- ହୁଣ୍ଡି ଓ ବାହାର ହୁଣ୍ଡିରୁ ମିଳିଲା ପ୍ରଥମ ଦାନ ଅର୍ଥ

ବାଣପୁର: ୨୦୨୫ ଜାନୁୟାରୀ ମାସ ଶେଷ ଦିନରେ ମା’ଭଗବତୀଙ୍କ ମନ୍ଦିରର ଇ- ହୁଣ୍ଡିରୁ ଶ୍ରଦ୍ଧାଳୁମାନଙ୍କ ପ୍ରଥମ ଦାନ ଅର୍ଥ ସଂଗ୍ରହ କରାଯାଇଛି। ଜାନୁୟାରୀ ମାସ ୩୧ ତାରିଖ ରାତି ୧୨ଘଟିକା ସୁଧା ମୋଟ ଜମା ଆୟ ଟ ୧୯,୫୭୩.୯୯ (ଉଣିଶି ହଜାର ପାଞ୍ଚଶହ ତେସ୍ତରୀଟଙ୍କା ଅନେଶ୍ୱତପଇସା ମାତ୍ର) ବୋଲି ୟୁକୋ ବ୍ୟାଙ୍କ ସୂତ୍ରରୁ ଜଣା ପଡିଛି। ଦୂର ଦୂରାନ୍ତରେ ଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଦୈନଦିନ ସେବା ପାଇଁ ଏହି ଇ-ହୁଣ୍ଡି ଦ୍ୱାରା ଅର୍ଥଦାନ କରୁଥିବାରୁ ସ୍ଥାନୀୟ ୟୁ. କୋ ବ୍ୟାଙ୍କ ତରଫରୁ ଜାନୁୟାରୀ ମାସରୁ ମନ୍ଦିରରେ ଏହି ସୁବିଧା ଯୋଗାଇଦିଆଯାଇଛି।

ଶ୍ରଦ୍ଧାଳୁମାନେ ଫୋନ-ପେ ମାଧ୍ୟମରେ ପଠାଉଥିବା ଦାନ ଅର୍ଥ ମା’ଙ୍କ ଦେବୋତ୍ତର କାର୍ଯ୍ୟାଳୟ ନାମ ରେ ୟୁ.କୋ ବ୍ୟାଙ୍କ ରେ ଥିବା ଜମାଖାତାରେ ସିଧାସଳଖ ଜମା ହୋଇପାରୁଥିବା ସହିତ ଦାତା ଶ୍ରଦ୍ଧାଳୁମାନଙ୍କ ନାମ ମଧ୍ୟ ଜମାଖାତାରେ ରେକର୍ଡ଼ ଭୁକ୍ତ ହୋଇପାରୁଛି। ସେହିପରି ବାହାର ହୁଣ୍ଡିରୁ ନଗଦ ଟ୨,୦୭,୨୭୧.୦୦ ପଇସା (ଦୁଇ ଲକ୍ଷ, ସାତ ହଜାର, ଦୁଇଶହ ଏକ ସ୍ତରୀଟଙ୍କା) ମାତ୍ର ସହିତ କୋଡିଏକ୍ୟାରେଟ୍ ବିଶିଷ୍ଟ ୬୧ ଗ୍ରାମ ୪୦୦ମିଲିଗ୍ରାମର ଚେନ୍ ସହ ୨୩ଟି ଖାସୁଥାଇ ଏକ ସୁନାର ଖାସୁମାଳ,୧୪ ଗ୍ରାମ ୨୧୦ ମିଲିଗ୍ରାମରୂପାର ଏକ ପାଉଞ୍ଜି, ୭୦ ମିଲିଗ୍ରାମରୂପାର ୪ଟି ଆଖି ସଂଗ୍ରହ କରାଯାଇ ମନ୍ଦିର ୟୁ.କୋ ବ୍ୟାଙ୍କ ଜମାଖାତାରେ ଜମାକରାଯାଇଛି।

ମନ୍ଦିର ପରିଚାଳନା କମିଟିର ସଭ୍ୟା ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲ, ବାଣପୁର ଥାନା ପୋଲିସ୍, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମା’ ଙ୍କ ପାଖରେ ଧୂପଦୀପ ଦେଇ ଏହି ହୁଣ୍ଡି ଖୋଲିଥିବା ବେଳେ ପୂଜକ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ କୁମାର ମହାପାତ୍ର, କର୍ମଚାରୀ ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ ମିଶ୍ର ଓ କମଳ ମିଶ୍ର ଏହି ଅର୍ଥ ସଂଗ୍ରହ ଓ ଗଣତିରେ ସହଯୋଗ କରିଥିଲେ। ଉଭୟ ହୁଣ୍ଡିରୁ ସଂଗୃହୀତ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ଭୋଗ ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ମା’ଭଗବତୀ ମନ୍ଦିରରେ ଆଜିଠୁ ହେଲା ଇ.ହୁଣ୍ଡି ଆରମ୍ଭ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଅନୁରୋଧକ୍ରମେ ବାଣପୁର ୟୁକୋ ବ୍ୟାଙ୍କ ତରଫରୁ ଏକ ଇ. ହୁଣ୍ଡି (E-HUNDI) ପ୍ରତିଷ୍ଠା କରାଯାଇ ବ୍ୟାଙ୍କର ଆଞ୍ଚଳିକ ଉପପ୍ରବନ୍ଧକ କେ.ପି.ସିଂଙ୍କ ଦ୍ଵାରା ଶୁଭ ଉଦଘାଟନ କରାଯାଇଛି।

ଏଣିକି ଏହାଦ୍ଵାରା ବହୁଦୂର ଦୂରାନ୍ତରେ ରହୁଥିବା ଏବଂ ମନ୍ଦିର ପରିଦର୍ଶନରେ ଆସୁଥିବା ଭକ୍ତମାନେ ମଧ୍ୟ ମା’ଙ୍କ ସେବା ଓ ମନ୍ଦିରର ଉନ୍ନତି ନିମନ୍ତେ ଅର୍ଥ ଦାନ କରିବାକୁ ଚାହୁଁଥିଲେ ନିଜ ସ୍ଥାନରେ ରହି ଅର୍ଥ ରାଶି ଏହି ମାଧ୍ୟମରେ ପଠାଇ ପାରିବେ, ଯାହାକି ମା’ଙ୍କ ମନ୍ଦିର ନାମରେ ଥିବା ବ୍ୟାଙ୍କ ଜମାଖାତାରେ ସିଧା ସିଧାଜମା ହୋଇ ପାରିବ ବୋଲି ବାଣପୁର ଶାଖା ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ବାଉରୀବନ୍ଧୁ ବେହେରାଙ୍କଠାରୁ ପ୍ରକାଶ।

ଏଥିପାଇଁ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି. ପଦ୍ମନାଭ ଦୋରା, ସଭ୍ୟା ଶୀତଲ ଅଗ୍ରୱାଲ, ସଭ୍ୟା ସୌଦାମିନୀ ଜେନା, ସଭ୍ୟ ରମେଶ କୁମାର ଦେବତା, ସଭ୍ୟ ଡ଼ା.ରମାକାନ୍ତ ନାୟକ କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ୱିନୀ ମିଶ୍ର, ମନ୍ଦିରର ସମସ୍ଥ ସେବାୟତ, ବ୍ୟାଙ୍କ କର୍ମଚ଼ାରୀ ସ୍ମୃତ୍ତିରଂଜନ ସେଠୀ ଓ ସମସ୍ଥ କର୍ମଚାରୀ ସହଯୋଗ କରିଥିବାରୁ ସ୍ଥାନୀୟ ଜନ ସାଧାରଣ ଓ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଖେଳି ଯାଇଛି।