Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନୂତନ ବର୍ଷରେ ମା’ ଭଗବତୀଙ୍କ ଇ- ହୁଣ୍ଡି ଓ ବାହାର ହୁଣ୍ଡିରୁ ମିଳିଲା ପ୍ରଥମ ଦାନ ଅର୍ଥ
ଆଞ୍ଚଳିକ

ନୂତନ ବର୍ଷରେ ମା’ ଭଗବତୀଙ୍କ ଇ- ହୁଣ୍ଡି ଓ ବାହାର ହୁଣ୍ଡିରୁ ମିଳିଲା ପ୍ରଥମ ଦାନ ଅର୍ଥ

February 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ୨୦୨୫ ଜାନୁୟାରୀ ମାସ ଶେଷ ଦିନରେ ମା’ଭଗବତୀଙ୍କ ମନ୍ଦିରର ଇ- ହୁଣ୍ଡିରୁ ଶ୍ରଦ୍ଧାଳୁମାନଙ୍କ ପ୍ରଥମ ଦାନ ଅର୍ଥ ସଂଗ୍ରହ କରାଯାଇଛି। ଜାନୁୟାରୀ ମାସ ୩୧ ତାରିଖ ରାତି ୧୨ଘଟିକା ସୁଧା ମୋଟ ଜମା ଆୟ ଟ ୧୯,୫୭୩.୯୯ (ଉଣିଶି ହଜାର ପାଞ୍ଚଶହ ତେସ୍ତରୀଟଙ୍କା ଅନେଶ୍ୱତପଇସା ମାତ୍ର) ବୋଲି ୟୁକୋ ବ୍ୟାଙ୍କ ସୂତ୍ରରୁ ଜଣା ପଡିଛି। ଦୂର ଦୂରାନ୍ତରେ ଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଦୈନଦିନ ସେବା ପାଇଁ ଏହି ଇ-ହୁଣ୍ଡି ଦ୍ୱାରା ଅର୍ଥଦାନ କରୁଥିବାରୁ ସ୍ଥାନୀୟ ୟୁ. କୋ ବ୍ୟାଙ୍କ ତରଫରୁ ଜାନୁୟାରୀ ମାସରୁ ମନ୍ଦିରରେ ଏହି ସୁବିଧା ଯୋଗାଇଦିଆଯାଇଛି।

ଶ୍ରଦ୍ଧାଳୁମାନେ ଫୋନ-ପେ ମାଧ୍ୟମରେ ପଠାଉଥିବା ଦାନ ଅର୍ଥ ମା’ଙ୍କ ଦେବୋତ୍ତର କାର୍ଯ୍ୟାଳୟ ନାମ ରେ ୟୁ.କୋ ବ୍ୟାଙ୍କ ରେ ଥିବା ଜମାଖାତାରେ ସିଧାସଳଖ ଜମା ହୋଇପାରୁଥିବା ସହିତ ଦାତା ଶ୍ରଦ୍ଧାଳୁମାନଙ୍କ ନାମ ମଧ୍ୟ ଜମାଖାତାରେ ରେକର୍ଡ଼ ଭୁକ୍ତ ହୋଇପାରୁଛି। ସେହିପରି ବାହାର ହୁଣ୍ଡିରୁ ନଗଦ ଟ୨,୦୭,୨୭୧.୦୦ ପଇସା (ଦୁଇ ଲକ୍ଷ, ସାତ ହଜାର, ଦୁଇଶହ ଏକ ସ୍ତରୀଟଙ୍କା) ମାତ୍ର ସହିତ କୋଡିଏକ୍ୟାରେଟ୍ ବିଶିଷ୍ଟ ୬୧ ଗ୍ରାମ ୪୦୦ମିଲିଗ୍ରାମର ଚେନ୍ ସହ ୨୩ଟି ଖାସୁଥାଇ ଏକ ସୁନାର ଖାସୁମାଳ,୧୪ ଗ୍ରାମ ୨୧୦ ମିଲିଗ୍ରାମରୂପାର ଏକ ପାଉଞ୍ଜି, ୭୦ ମିଲିଗ୍ରାମରୂପାର ୪ଟି ଆଖି ସଂଗ୍ରହ କରାଯାଇ ମନ୍ଦିର ୟୁ.କୋ ବ୍ୟାଙ୍କ ଜମାଖାତାରେ ଜମାକରାଯାଇଛି।

ମନ୍ଦିର ପରିଚାଳନା କମିଟିର ସଭ୍ୟା ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲ, ବାଣପୁର ଥାନା ପୋଲିସ୍, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମା’ ଙ୍କ ପାଖରେ ଧୂପଦୀପ ଦେଇ ଏହି ହୁଣ୍ଡି ଖୋଲିଥିବା ବେଳେ ପୂଜକ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ କୁମାର ମହାପାତ୍ର, କର୍ମଚାରୀ ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ ମିଶ୍ର ଓ କମଳ ମିଶ୍ର ଏହି ଅର୍ଥ ସଂଗ୍ରହ ଓ ଗଣତିରେ ସହଯୋଗ କରିଥିଲେ। ଉଭୟ ହୁଣ୍ଡିରୁ ସଂଗୃହୀତ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ଭୋଗ ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

ଇ.ହୁଣ୍ଡି ବାଣପୁର ମା’ ଭଗବତୀ ୟୁକୋ ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ରାମ ମନ୍ଦିରକୁ ମିଳିଲା ପ୍ରଥମ ସିଇଓ: ଦାୟିତ୍ୱ ନେବେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର

September 2, 2026

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.