Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଇତିହାସ ରଚିଲା ଉଗାଣ୍ଡା କ୍ରିକେଟ୍ ଦଳ, ୨୦୨୪ ଟି -୨୦ ବିଶ୍ୱକପ ପାଇଁ କଲା ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଉଗାଣ୍ଡା କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି ଏବଂ ୨୦୨୪ ରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗତ ମଙ୍ଗଳବାର ଦିନ ନାମିବିୟା ଦଳ ଆଫ୍ରିକା କ୍ୱାଲିଫାୟର୍ସ ମାଧ୍ୟମରେ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ବର୍ତ୍ତମାନ ଉଗାଣ୍ଡା କ୍ରିକେଟ୍ ଦଳ ୨୦୨୪ ଟି -୨୦ ବିଶ୍ୱକପ ଆଡକୁ ପାଦ ବଢେଇଛି।

ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରୁ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଉଗାଣ୍ଡା ଦ୍ୱିତୀୟ ଦଳ ହୋଇଛି। ଯୋଗ୍ୟତା ମ୍ୟାଚରେ ରୱାଣ୍ଡାକୁ ୯ ୱିକେଟ୍ ରେ ପରାସ୍ତ କରି ଉଗାଣ୍ଡା ଟି -୨୦ ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଯୋଗ୍ୟତା ପର୍ଯ୍ୟାୟରେ ଉଗାଣ୍ଡା ୬ ଟି ମ୍ୟାଚ ମଧ୍ୟରୁ ୫ ଟି ଜିତିଥିଲା।

ଟି -୨୦ ବିଶ୍ୱକପ ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିଥିବା ଦଳ:

ୱେଷ୍ଟଇଣ୍ଡିଜ୍, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି, କାନାଡା, ନେପାଳ, ଓମାନ, ନାମିବିୟା, ଉଗାଣ୍ଡା।