Categories
ଆଞ୍ଚଳିକ

ଜାତୀୟ ରାଜପଥ ଉଗ୍ରତାରା ଛକ ଉପରେ ବୁଲୁଛି ଦନ୍ତା, ଗାଡି ଚଳାଚଳ ବ୍ୟାହତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଜଙ୍ଗଲରେ ରହୁଥିବା ହାତୀ ମାନେ ଏବେ ଗାଁ ମୁହାଁ ହେଉଛନ୍ତି। ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜରେ ଏବେ ୧୮ ରୁ ଅଧିକ ହାତୀ ରହୁଛନ୍ତି।  ସେହି ହାତୀ ମାନେ ପଟିଆ ଜଙ୍ଗଲରେ ରହୁଥିବାରୁ ସେଠାରେ ଏବେ ଖାଦ୍ୟ ସମସ୍ୟା ଦେଖା ଦେଇଛି। ବନ ବିଭାଗ ସଠିକ ପରିଚାଳନା ନୀତି ଗ୍ରହଣ କରୁନଥିବାରୁ ଏହା ଏବେ ଏକ ବଡ଼ ସମସ୍ୟା ପାଲଟିଛି। ହାତୀ ମାନେ ଜନବସତିକୁ ପଳାଇ ଆସି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି।

ସେହିଭଳି ଆଜି ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ପଲାଇ ଆସି ଉଗ୍ରତାରା ନିକଟରେ ଆତଙ୍କ ମଚଇଥିବା ଜଣା ପଡିଛି। ଏପଟେ ବନ ବିଭାଗ ନିକଟରେ ଖବର ନଥିବା ଜଣା ପଡିଛି।  ଫଳରେ ଲୋକେ ଭୟଭୀତ ହୋଇ ପଦଛନ୍ତି। ତେଣୁ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି।

Categories
ଅପରାଧ ଆଜିର ଖବର

ଟାଙ୍ଗୀ: ଉଗ୍ରତାରା ଛକରୁ ୧୫ କେଜି ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଧିନସ୍ଥ ଉଗ୍ରତାରା ଛକରେ ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ କରି ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଗୋଛପଡ଼ା ଥାନା ଅନ୍ତର୍ଗତ କାଲିମୁଣ୍ଡା ଗ୍ରାମର ବିବଚ୍ଛ ଦିଗଲ (୪୫) ଏବଂ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗ୍ରାମର ଚିତ୍ତରଞ୍ଜନ ଶ୍ରୀଚନ୍ଦନ (୫୦)।

ଉଭୟଙ୍କ ନିକଟରୁ ସମୁଦାୟ ୧୪.୬୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।  ତେବେ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଉଗ୍ରତାରା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଗୋଟିଏ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଟାଗିଂଥାନା ଚଣ୍ଡେଶ୍ୱର ଲକ୍ଷ୍ମୀଧରପୁର ଗ୍ରାମର ଭଗବାନ ସାହୁ। ଭଗବାନ ମୋଟର ସାଇକେଲ ଯୋଗେ ଭୂବନେଶ୍ୱରରୁ ନିଜ ଗାଁ କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି।

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଆଇଆଇସି ବିଜୟ କୁମାର ବଳିୟାରସିଂହ ସଦଳବଳ ପହଞ୍ଚି ଗୁରୁତର ଭଗବାନ ସାହୁଙ୍କୁ ୧୦୮ଯୋଗେ ଚାନ୍ଦପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନାରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଉଗ୍ରତାରା ଛକ ନିକଟରେ ସଡକ ଦୁର୍ଘଟଣା: ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କଲେନି କେହି, ପୋଲିସ ଦେଖାଇଲା ମାନବିକତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅଜଣା ଗାଡି ଧକ୍କାରେ ଜଣେ ମୋପେଡ୍ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ମଧ୍ୟରେ ମୋପେଡ୍ ଆରୋହୀ ଜଣଙ୍କ ପଡି ରହିଥିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିଲେ। ହେଲେ ଘଟଣା ବାବଦରେ ଖବର ପାଇ ପୋଲିସ ମଣିଷପଣିଆ ଦେଖାଇଛି। ପୋଲିସ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକ ଓଭର ବ୍ରିଜ୍ ଉପରେ ଏକ ମୋପେଡ୍ ଆରୋହୀଙ୍କୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଦୀର୍ଘ ସମୟ ଧରି ରାସ୍ତା ଉପରେ ମୋପେଡ୍ ଆରୋହୀ ଜଣକ ପଡି ରହିଥିଲେ। ହେଲେ କୌଣସି ଲୋକ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଫଟୋ ଉଠା କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ଖବର ପାଇ ଜାତୀୟ  ରାଜପଥ ପାଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଂଚିଥିଲା। ଗୁରୁତର ବ୍ୟକ୍ତିଙ୍କୁ ପୋଲିସ୍ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା।

ଏହି ଉଦ୍ଧାର କାର୍ଯ୍ୟରେ ଏସଆଇ ପ୍ରଭାକର ପୃଷ୍ଟି, ହୋମ୍ ଗାର୍ଡ  ଅରୁଣ କୁମାର ବାରିକ ଓ ଚାଳକ  ଅନନ୍ତ କୁମାର  ବେହେରା ସାମିଲ ଥିଲେ। କିନ୍ତୁ ଗୁରୁତର ମୋପେଡ୍ ଆରୋହୀଜଣଙ୍କ ଜଣେ ଫେରିବାଲା ହୋଇଥିବା ବେଳେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବିଡିଓଙ୍କ ବଦାନ୍ୟତା: ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ପଠାଇଲେ ଡାକ୍ତରଖାନା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀ ବାହୀ ଅଟୋ ରିକସା୍। ଏହି ଦୁର୍ଘଟଣାରେ ୬ ରୁ ଅଧିକ ମହିଳା ଆହତ ହୋଇଥିବା ବେଳେ ୪ ମହିଳା ଗୁରୁତର ଅଛନ୍ତି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଭୁଷଣ୍ଡପୁର ଗ୍ରାମର ମହିଳା ଶ୍ରମିକମାନେ ଚାନ୍ଦପୁର ବେଣ୍ଟ ଗ୍ରାମ ନିକଟରେ ଥିବା ଶ୍ରୀରାଗମ୍ ଏକ୍ସପର୍ଟ ପ୍ରା ଲିଃ ନାମକ ଏକ ଚିଙ୍ଗୁଡି କଂପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

ପ୍ରତିଦିନ ପରି ଗତକାଲି ସନ୍ଧ୍ୟାରେ କମ୍ପାନୀ କାମ ସାରି ୧୦ ରୁ ଉର୍ଦ୍ଧ୍ଵ ମହିଳା ଅଟୋ ରିକ୍ସାରେ ଘରକୁ ଫେରୁଥିବା ବେଳେ ଉଗ୍ରତାରା ଛକ ନିକଟରେ ଦୁର୍ଘଟଣା ହୋଇଥିଲା। ଅଟୋ ରିକ୍ସାଟି ଭ‍ାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।

ତେବେ କୌଣସି ଏକ କାମରେ ସେହି ରାସ୍ତା ଦେଇ ବାଣପୁର ବିଡିଓ ଡ.ଶୁଭଶ୍ରୀ ତ୍ରିପାଠୀ ଯାଉଥିବା ବେଳେ ଏହି ଦୁର୍ଘଟଣାଟିକୁ ଦେଖିଥିଲେ। ଡ. ତ୍ରିପାଠୀ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହା ସହିତ ୪ ଜଣ ଗୁରୁତର ମହିଳାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଥିଲା। ବାଣପୁର ବିଡିଓଙ୍କ ଏପରି ବଦନ୍ୟତା ପାଇଁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।