ଖୋର୍ଦ୍ଧା: ଉଗ୍ରତାରା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

Published: Dec 24, 2021, 6:15 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଗୋଟିଏ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଟାଗିଂଥାନା ଚଣ୍ଡେଶ୍ୱର ଲକ୍ଷ୍ମୀଧରପୁର ଗ୍ରାମର ଭଗବାନ ସାହୁ। ଭଗବାନ ମୋଟର ସାଇକେଲ ଯୋଗେ ଭୂବନେଶ୍ୱରରୁ ନିଜ ଗାଁ କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି।

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଆଇଆଇସି ବିଜୟ କୁମାର ବଳିୟାରସିଂହ ସଦଳବଳ ପହଞ୍ଚି ଗୁରୁତର ଭଗବାନ ସାହୁଙ୍କୁ ୧୦୮ଯୋଗେ ଚାନ୍ଦପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନାରୁ ଜଣାପଡିଛି।

Related posts