Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି ଉତ୍ତର ପ୍ରଦେଶ ସରକାର ଉପସ୍ଥାପିତ କରିବେ ରାଜ୍ୟ ବଜେଟ, ଏଥର ସାଢେ ପାଞ୍ଚ ଲକ୍ଷ କୋଟି ଟପିବ

ଲକ୍ଷ୍ମୌ, ଆଜି ଉତ୍ତର ପ୍ରଦେଶ ସରକାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା ଏହି ବଜେଟ ଉପସ୍ଥାପନ କରିବେ। ଯୋଗୀ ସରକାରଙ୍କର ଏହା ହେଉଛି ପଞ୍ଚମ ବଜେଟ। ଗତ ବଜେଟରେ ଶ୍ରମିକ, ମହିଳା, ଯୁବକମାନଙ୍କୁ ପ୍ରାଧାନ୍ୟ ଦେଇ ବଜେଟ ପ୍ରସ୍ତୁତ କରାଯାଇଥିଲା। ତେବେ କରୋନା ପରେ ଯୋଗୀ ସରକାରଙ୍କର ବଜେଟ କିପରି ହେବ ତାହାକୁ ଅପେକ୍ଷା କରାଯାଇଛି। ତେବେ ଏଥର ଉତ୍ତର ପ୍ରଦେଶର ବଜେଟ 5.5 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।