Categories
ଆଜିର ଖବର ଜାତୀୟ ଖବର

ଉତ୍ତର ସିକ୍କିମରେ ସେନା ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ସହିଦ, ୪ ଆହତ

ନୂଆଦିଲ୍ଲୀ: ଆଜି ଉତ୍ତର ସିକ୍କିମରେ ଏକ ସେନା ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୬ ସୈନିକ ସହିଦ ହୋଇଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଭାରତୀୟ ସେନା ଏକ ବିବୃତ୍ତିରେ କହିଛି ଯେ, ଡିସେମ୍ବର ୨୩ ତାରିଖରେ ଉତ୍ତର ସିକ୍କିମର ଜେମା ଠାରେ ଏକ ସେନା ଟ୍ରକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁଃଖଦ ସଡକ ଦୁର୍ଘଟଣାରେ ଭାରତୀୟ ସେନାର ୧୬ ଜଣ ଯବାନ ପ୍ରାଣ ହରାଇଛନ୍ତି।

ସେନା କହିଛି ଯେ, ଦୁର୍ଘଟଣାଗ୍ରସ୍ତ ଗାଡି ସକାଳେ ଚଟନରୁ ଥଙ୍ଗୁ ଆଡକୁ ଯାଇଥିଲା। ଜେମା ରାସ୍ତାରେ ଯିବାବେଳେ ଗାଡିଟି ତୀକ୍ଷ୍ଣ ମୋଡ଼ରେ ଖସି ତଳେ ଗଭୀର ଖାଇରେ ଖସିପଡିଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୪ ଜଣ ଆହତ ସୈନିକଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା।