Categories
ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳି: ହାଇଓ୍ବା ଧକ୍କାରେ ଶିଶୁପୁତ୍ର ମୃତ, ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ରାସ୍ତାରୋକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୋଟିଏ ବାଲି ବିଝେଇ ହାଇଓ୍ବା ଧକ୍କାରେ ଜଣେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଫଳରେ ଉତ୍ତ୍ୟକ୍ତ ଲୋକେ ହିଂଜିଲି ତାରାତାରଣୀ ମୁଖ୍ୟ ରାସ୍ତା ସିକିରି ନିକଟରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ,  ବାଲି ବୋଝେଇ ହାଇୱ। ଟ୍ରକ୍ ନଂ ଓଡି୦୭ ଏଠି ୫୮୭୩ରେ ଚାପି ହୋଇ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ ଦଳାଇ ପ୍ରାଣ ହରାଇଛନ୍ତି। ହେଲେ ଶିଶୁ ପୁତ୍ର ହିମାଂଶୁର ମୃତ୍ୟୁ ପରେ ଚାଳକ ଘଟଣାସ୍ଥଳରୁ ପଳାଇଥିବା ବେଳେ ହେଲପରକୁ ସ୍ଥାନୀୟ ଲୋକମାନେ କାବୁ କରିଥିଲେ। ଅଶାନ୍ତ ପରିବେଶ ସମୟରେ ଆସ୍କା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ହିଞ୍ଜିଳି ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଅବରୋଧ ହଟାଇବା ସହ ମୃତ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୦ ହଜାର ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ ନିମନ୍ତେ ପ୍ରଶାସନିକ ସହାୟତା ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ଓ ପୋଲିସ ମ୍ରୁତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିଲେ।