Categories
ଆଜିର ଖବର

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ପଦରୁ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ଗତକାଲି ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ଵ ତୁଲାଉଥିବା ଓଡିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିଲେ।ଆଜି ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଥିବାର ଜଣାପଡିଛି। ଏଥିସହିତ ମନୋଜ ସିହ୍ନାଙ୍କୁ ପରବର୍ତ୍ତି ଉପରାଜ୍ୟପାଳ ଭାବେ ନିଯୁକ୍ତିକୁ ମଧ୍ୟ ରାଷ୍ଟ୍ରପତି ସ୍ବୀକୃତି ଦେଇଛନ୍ତି।

ତେବେ ଗିରିଶ ମୁର୍ମୁ ଖୁବ୍ ଶିଘ୍ର ପରବର୍ତ୍ତୀ କମ୍ପ୍ତ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ଦେଶର ମହା ଲେଖାକାର ଦାୟିତ୍ଵ ଗ୍ରହଣ କରିବେ। ଫଳରେ ମୁର୍ମୁ ପ୍ରଥମ ଓଡିଆ ଭାବରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ। ଗୁଜରାଟ କ୍ୟାଡରର ଆଇଏଏସ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଘନିଷ୍ଠ।