Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ଉମରକୋଟ ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ  

ଭୁବନେଶ୍ୱର/ନବରଙ୍ଗପୁର: ଭାରତର ବୃହତମ ତଥା ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନବରଙ୍ଗପୁର ଜିଲାର ଉମରକୋଟ ସହରରେ ତାହାର ନୂଆ ଷ୍ଟୋର ଖୋଲିବା ସମ୍ପର୍କରେ ଘୋଷଣା କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହିତ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଉମରକୋଟର ଏହି ନୂଆ ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ଆମ୍ବିଏନ୍ସ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ୍ ଓ ସାମଗ୍ରୀ ଏବଂ ସୁଲଭ ମୂଲ୍ୟ ତଥା ଟଙ୍କାକୁ ଚାହିଁ ଉଚ୍ଚ ମୂଲ୍ୟ ପ୍ରଦାନ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏହି ସହରର ଗ୍ରାହକମାନେ ଟ୍ରେଣ୍ଡି ମହିଳା ପରିଧାନପୁରୁଷ ପରିଧାନପିଲାଙ୍କ ପରିଧାନ (କିଡ୍‌ସ ୱିୟର) ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଏହି ୯୫୦୦ ବର୍ଗଫୁଟର ଷ୍ଟୋର ହେଉଛି ଉମରକୋଟର ପ୍ରଥମ ଷ୍ଟୋର ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ଉଦ୍‌ଘାଟନୀ ଅଫର ରହିଛି। ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। ଏଥି ସହିତ ୨୯୯୯ ଟଙ୍କାର ସାମଗ୍ରୀ କ୍ରୟ ଉପରେ ଗ୍ରାହକମାନେ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ମାଗଣାରେ ପାଇପାରିବେ। ଗ୍ରାହକମାନଙ୍କୁ ଏକ ଅନନ୍ୟ ଫ୍ୟାଶନ୍ ଅନୁଭୁତିର ଆନନ୍ଦ ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ରହିଛି ଉମରକୋଟର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।