Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କୃଷ୍ଣ ସାଗର ଉପରେ ଆମେରିକାର ଡ୍ରୋନ୍ ସହିତ ମୁହାଁମୁହିଁ ଧକ୍କା ହେଲା ଋଷର ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଋଷ ଏବଂ ଆମେରିକା ତିକ୍ତତା ମଧ୍ୟରେ ଏକ ବଡ ଖବର ଆସିଛି। ଆମେରିକାର ସେନା ଅନୁଯାୟୀ, କୃଷ୍ଣ ସାଗରରେ ଋଷର ଜେଟ୍ ଏବଂ ଆମେରିକୀୟ ଡ୍ରୋନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଆମେରିକାର ସୈନ୍ୟବାହିନୀର ୟୁରୋପୀୟ କମାଣ୍ଡ କହିଛି ଯେ, ମଙ୍ଗଳବାର ଦିନ କୃଷ୍ଣ ସାଗର ଉପରେ ଆମେରିକାର MQ-9 ରେପର୍ ଡ୍ରୋନ୍ ସହିତ ଋଷର Su-27 ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା ହୋଇଛି। ଆମେରିକାର ରେପର୍ ଡ୍ରୋନ୍ ଏବଂ ଋଷର SU-27 ର ଦୁଇଟି ଯୁଦ୍ଧ ବିମାନ କୃଷ୍ଣ ସାଗର ଉପରେ ଥିବା ଆନ୍ତର୍ଜାତୀୟ ଜଳରେ ବୁଲୁଥିବା ବେଳେ ଏହି ଘଟଣା ଘଟିଥିଲା।