Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଋଷର ୫ ଟି ଯୁଦ୍ଧ ବିମାନ ଏବଂ ୧ ହେଲିକପ୍ଟରକୁ ଗୁଳି କରି ଖସାଇଲା ୟୁକ୍ରେନ ସେନା

ନୂଆଦିଲ୍ଲୀ: ଲୁହାନସ୍କ ଅଞ୍ଚଳରେ ଋଷର ପାଞ୍ଚଟି ଯୁଦ୍ଧ ବିମାନ ଏବଂ ଗୋଟିଏ ହେଲିକପ୍ଟରକୁ ଗୁଳି ଚଳାଇ ଖସାଇଦେଇଥିବା ୟୁକ୍ରେନ ସେନା ଦାବି କରିଛି। ଏହି ସମୟରେ, ୟୁକ୍ରେନର ସୀମା ପ୍ରତିରକ୍ଷା ଏଜେନ୍ସି କହିଛି ଯେ, ପଡୋଶୀ ବେଲା ଋଷରୁ ଦେଶ ଉପରେ ଋଷ ସୈନ୍ୟ ଆକ୍ରମଣ କରିଛନ୍ତି। ୟୁକ୍ରେନର କିଭ, ଖାର୍କିଭ, ଓଡେସା ଏବଂ ଅନ୍ୟାନ୍ୟ ସହରରେ ବଡ ଧରଣର ବିସ୍ଫୋରଣର ଶୁଣାଯାଇଛି।

ଏହି ଆକ୍ରମଣ ମଧ୍ୟରେ ଋଷର ସୈନ୍ୟବାହିନୀ ଦାବି କରିଛନ୍ତି ଯେ, ସେମାନେ ୟୁକ୍ରେନ ନ୍ୟାସନାଲ ଗାର୍ଡର ମୁଖ୍ୟାଳୟକୁ ନଷ୍ଟ କରିଦେଇଛନ୍ତି। ୟୁକ୍ରେନ ସେନାରେ ଅନେକ ଆହତ ହୋଇଛନ୍ତି। ରୁଷିଆ ଆକ୍ରମଣ ଦ୍ଵାରା ୟୁକ୍ରେନରେ କ୍ଷୟକ୍ଷତିର ଖବର ମଧ୍ୟରେ ନାଟୋ ଏକ ଜରୁରୀ ବୈଠକ ଡାକିଛି। ଋଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନାଟୋ ପ୍ରସ୍ତୁତ ହେଉଛି। ନାଟୋର ୩୦ ସଦସ୍ୟ ଦେଶରୁ ଋଷ ଉପରେ ଆକ୍ରମଣ ହେବାର ଚର୍ଚ୍ଚା ହେଉଛି। ଋଷ ବିରୋଧରେ ନାଟୋ ଧାରା-୪ ବ୍ୟବହାର କରିପାରେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ୟୁକ୍ରେନ ପ୍ରସଙ୍ଗରେ ପୁଟିନଙ୍କୁ ଚେତାବନୀ ଦେଲେ ବାଇଡେନ, ଆକ୍ରମଣ କଲେ ଋଷକୁ ଭାରି ମୂଲ୍ୟ ଦେବାକୁ ପଡିବ

ନୂଆଦିଲ୍ଲୀ: ୟୁକ୍ରେନ ସୀମାରେ ୧ ଲକ୍ଷରୁ ଅଧିକ ସୈନ୍ୟକୁ ହଟାଇବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷର ରାଷ୍ଟ୍ରପତିଙ୍କୁ କହିଛନ୍ତି। ଏହାସହିତ ପୁଟିନଙ୍କୁ ବାଇଡେନ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ, ତେବେ ଏଥିପାଇଁ ତାଙ୍କୁ ଭାରି ମୂଲ୍ୟ ଦେବାକୁ ପଡିବ। ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ଵାଇଟ ହାଉସ୍ ଏହି ସୂଚନା ଦେଇଛି।

ସୂଚନାନୁସାରେ, ପୁଟିନଙ୍କୁ ବାଇଡେନ କହିଛନ୍ତି ଯେ, ଏହି ଆକ୍ରମଣର ଫଳାଫଳ ‘ବ୍ୟାପକ ମାନବିକ ପୀଡା ଦେବ। ଯାହାଦ୍ୱାରା ଋଷର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ। ଏଥି ସହିତ, ପୁଟିନଙ୍କୁ ବାଇଡେନ ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଉପରେ ଆମେରିକା କୂଟନୈତିକ କାର୍ଯ୍ୟ ଜାରି ରଖିବ। କିନ୍ତୁ ‘ଅନ୍ୟ ପରିସ୍ଥିତି ପାଇଁ ସମାନ ଭାବରେ ପ୍ରସ୍ତୁତ’ ରହିବ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ସୀମାରେ ଋଷ ଏକ ଲକ୍ଷରୁ ଅଧିକ ସୈନିକ ଠୁଳ କରିଛି ଏବଂ ପଡୋଶୀ ବେଲାଋଷରେ ଯୁଦ୍ଧାଭ୍ୟାସ ପାଇଁ ନିଜର ସୈନ୍ୟ ପଠାଇଛି। କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ କ୍ରମାଗତ ଭାବେ ମନା କରିଦେଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଇମ୍ରାନ ଖାନଙ୍କୁ ଋଷର ବଡ ଝଟକା: କାଶ୍ମୀର ପ୍ରସଙ୍ଗରେ ନିରାଶ ହେଲା ପାକିସ୍ତାନ

ମସ୍କୋ: କାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ପାକିସ୍ତାନ ନିରାଶ ହୋଇଛି। ବାସ୍ତବରେ ଋଷ ଗଣମାଧ୍ୟମରେ ଏହି ଖବରକୁ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ କାଶ୍ମୀରକୁ ଅନ୍ୟ ପାଲେଷ୍ଟାଇନ ହେବାକୁ ଯାଉଛି ବୋଲି ବର୍ଣ୍ଣନା କରାଯାଇଛି। ଏଥିସହ ଋଷ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ନିଜର ଆଭିମୁଖ୍ୟକୁ ଦୋହରାଇଛି। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଇମ୍ରାନ ଖାନ ଋଷ ଗସ୍ତ କରିବେ ବୋଲି ଆଶା କରାଯାଉଛି।

‘ରେଡଫିସ୍’ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ କାଶ୍ମୀରରେ ଏକ ନୂତନ ଡକ୍ୟୁମେଣ୍ଟାରୀର ଟ୍ରେଲର ରିଲିଜ୍ ହେବାର କିଛି ଦିନ ପରେ ଋଷର ପ୍ରତିକ୍ରିୟା ଆସିଛି। ଯେଉଁତିରେ ଏଭଳି ଅଭିଯୋଗ ହୋଇଥିଲା।

ରେଡଫିସ୍ ମିଡିଆକୁ ଟ୍ୱିଟରରେ ଋଷ ସରକାରଙ୍କ ସହ ଜଡିତ ମିଡିଆ’ ଭାବରେ ଚିତ୍ରଣ କରାଯାଇଛି। କାଶ୍ମୀର ପ୍ରସଙ୍ଗରେ ଏହାର ସରକାରୀ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଦ୍ୱିପାକ୍ଷିକ ବିବାଦରେ ଋଷର ହସ୍ତକ୍ଷେପ ନକରିବା ନୀତି ଉପରେ ଋଷର ଦୂତାବାସ ଏକ ବିବୃତ୍ତିରେ କହିଛି।

ଏହି ପ୍ରସଙ୍ଗରେ କେବଳ ଭାରତ ଏବଂ ପାକିସ୍ତାନ ସମାଧାନ ହେବା ଉଚିତ ବୋଲି ବିବୃତ୍ତିରେ କୁହାଯାଇଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚଳିତ ମାସ ଶେଷରେ ଋଷ ଗସ୍ତ କରିବେ ବୋଲି ଆଶା କରାଯାଉଛି। ଯାହା ଦୁଇ ଦଶନ୍ଧି ମଧ୍ୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ମସ୍କୋକୁ ପ୍ରଥମ ଗସ୍ତ ହେବ। କୂଟନୈତିକ ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ୨୩ ରୁ ୨୬ ତାରିଖ ମଧ୍ୟରେ ଖାନ ଋଷ ଗସ୍ତ କରିବେ ବୋଲି ଆଶା କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଋଷରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ପ୍ରାଣ ହରାଇଲେ ପ୍ରାୟ ଏକ ହଜାର ଲୋକ

ନୂଆଦିଲ୍ଲୀ: ରୁଷିଆରେ କୋଭିଡ-୧୯ ମହାମାରୀର ସର୍ବାଧିକ ୩୪ ହଜାର ୩୦୩ ନୂତନ ମାମଲା ଚିହ୍ନଟ ହୋଇଛି। ଯାହାକି ଏକ ମାସ ପୂର୍ବରୁ ଦୈନିକ ମାମଲା ତୁଳନାରେ ୭୦ ପ୍ରତିଶତ ଅଧିକ। ଦେଶରେ କରୋନା ମହାମାରୀ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନ୍ୟାସନାଲ କରୋନା ଭାଇରସ ଟାସ୍କ ଫୋର୍ସ ରବିବାର ଦିନ କହିଛି ଯେ, ପୂର୍ବ ଦିନ କୋଭିଡ-୧୯ ର ୩୪ ହଜାର ୩୦୩ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା, ଯାହାକି ସେପ୍ଟେମ୍ବର ୧୯ ତାରିଖରେ ଏକ ମାସ ପୂର୍ବରୁ ୨୦ ହଜାର ୧୭୪ ଟି ନୂଆ ମାମଲା ଥିଲା। ରବିବାର ଦିନ ଦେଶରେ ୯୯୯ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି, ଯାହା ଶନିବାର ଦିନ ୧୦୦୨ ମୃତ୍ୟୁଠାରୁ ସାମାନ୍ୟ କମ୍ ଅଟେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଋଷର ପର୍ମ ଷ୍ଟେଟ ୟୁନିଭରସିଟିରେ ଆଖିବୁଜା ଗୁଳିଚାଳନା: ୮ ମୃତ୍ୟୁ, ୧୪ ଗୁରୁତର

ମସ୍କୋ: ଋଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଋଷର ପର୍ମ ସ୍ଥିତ ପର୍ମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲା। ଗୁଳିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ତାଲା ପକାଇ ଦେଇଥିଲେ। ଖସିଯିବାକୁ କିଛି ଲୋକ ବିଲଡିଂରୁ ଡେଇଁପଡିଥିଲେ। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ପୋଲିସ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଆକ୍ରମଣକାରୀ ଉକ୍ତ ପର୍ମ ଷ୍ଟେଟ ୟୁନିଭରସିଟିର ଛାତ୍ର ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଆକ୍ରମଣକାରୀର ପରିଚୟ ନିଶ୍ଚିତ ହୋଇପାରିନାହିଁ।