ଋଷର ପର୍ମ ଷ୍ଟେଟ ୟୁନିଭରସିଟିରେ ଆଖିବୁଜା ଗୁଳିଚାଳନା: ୮ ମୃତ୍ୟୁ, ୧୪ ଗୁରୁତର

Published: Sep 20, 2021, 2:26 pm IST

ମସ୍କୋ: ଋଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଋଷର ପର୍ମ ସ୍ଥିତ ପର୍ମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲା। ଗୁଳିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ତାଲା ପକାଇ ଦେଇଥିଲେ। ଖସିଯିବାକୁ କିଛି ଲୋକ ବିଲଡିଂରୁ ଡେଇଁପଡିଥିଲେ। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ପୋଲିସ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଆକ୍ରମଣକାରୀ ଉକ୍ତ ପର୍ମ ଷ୍ଟେଟ ୟୁନିଭରସିଟିର ଛାତ୍ର ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଆକ୍ରମଣକାରୀର ପରିଚୟ ନିଶ୍ଚିତ ହୋଇପାରିନାହିଁ।

Related posts