Categories
ଆଜିର ଖବର ଖେଳ ଜାତୀୟ ଖବର

୧୨ ବର୍ଷ ପରେ ବିଶ୍ଵକପ ଜିତିବାର ଆଶା ଧୂଳିସାତ: ଭାରତକୁ ଏକ ତରଫା ହରାଇଲା ଅଷ୍ଟ୍ରେଲିଆ

ଭୁବନେଶ୍ଵର: ୧୨ ବର୍ଷ ପରେ ଭାରତର ବିଶ୍ଵକପ ଜିତିବାର ଆଶା ଧୂଳିସାତ ହୋଇଛି। ଅଷ୍ଟ୍ରେଲିଆ ଏକ ତରଫା ଭାବେ ଭାରତୀୟ ଦଳକୁ ପରାସ୍ତ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଲାଯାଇଥିବା ଫାଇନାଲ ମ୍ୟାଚରେ  ଅଷ୍ଟ୍ରେଲିଆ ଦଳ ପକ୍ଷରୁ ବୋଲିଂ, ବ୍ୟାଟିଂ ଏବଂ କ୍ଷେତ୍ର ରକ୍ଷଣରେ ସଂପୂର୍ଣ୍ଣ ଭାବେ ଭାରତୀୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା।

ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟସ ଜିତି ଭାରତୀୟ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରାରମ୍ଭରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ପିଚରେ ବେଶୀ ସମୟ ଅଧିକ ସମୟ ରହିପାରିନଥିଲେ। ସେ ୩୧ ବଲରେ ୪୭ ରନର ପାଳି ଖେଳି ମାକ୍ସୱେଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ବିରାଟ କୋହଲୀ ଏବଂ କେଏଲ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳ ମାତ୍ର ୨୪୦ ରନରେ ସୀମିତ ରହିଥିଲା।

ଜବାବରେ ଅଷ୍ଟ୍ରେଲିଆ ଦଳର ପ୍ରାରମ୍ଭିକ ତିନୋଟି ୱିକେଟ ଶୀଘ୍ର ପତନ ଘଟିଥିଲା। କିନ୍ତୁ ଟ୍ରାଭିସ ହେଡ ଏବଂ ଲାବୁସେନଙ୍କ ଧୂଆଁଧାର ପାଳି ଯୋଗୁଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ୧୩୭ ରନର ଚମତ୍କାର ଇନିଂସ ଖେଳି ଟ୍ରାଭିସ୍ ହେଡ୍ ବିଶ୍ଵକପ ଜିତିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଏତଦବ୍ୟତୀତ ଲାବୁସାଗ୍ନେ ୫୮ ରନ୍ ର ଅପରାଜିତା ଇନିଂସ ଖେଳିଥିଲେ। ଏହିପରି ଭାବରେ ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆ ଦଳ ବିଶ୍ଵ ଚମ୍ପିୟାନ ହୋଇଛି।