Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା 250ଟି ଏଟିଓ ପାଇଁ ନିଯୁକ୍ତି ବିଜ୍ଞାପନ, ପ୍ରଥମେ ମିଳିବ ମାସିକ 25 ହଜାର ଟଙ୍କା ଦରମା

ଭୁବନେଶ୍ବର: ଆଜି ଓଡିଶା ଷ୍ଟାଫ୍ ସିଲେକ୍ସନ କମିସନ 250ଟି ଏଟିଓ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରିଛନ୍ତି। ଏଟିଓ ହେଉଛି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଯାହା ଏକ ବୈଷିୟକ ପଦବୀ ଅଟେ। ଏହି ଖାଲି ପଦବୀ ମଧ୍ୟରୁ ଅଣସଂରକ୍ଷିତ ହେଉଛି 41ଟି, ଏସସି ହେଉଛି 13ଟି, ଏସଟି ପାଇଁ 20ଟି, ଏସଇବିସି ପାଇଁ 7ଟି ପଦବୀ ଖାଲି ଅଛି। ତେବେ ଏମାନେ ହେଲେ NTC/NAC ବର୍ଗ ପାଇଁ।

ସେହିପରି ଯେଉଁମାନେ ଡିଗ୍ରୀ କିମ୍ବା ଡିପ୍ଲୋମାଧାରୀ ସେମାନଙ୍କ ପାଇଁ ଅଣ ସଂରକ୍ଷିତ 84ଟି ଏସିଙ୍କ ପାଇଁ 27ଟି, ଏସଟିଙ୍କ ପାଇଁ 39ଟ ଏବଂ ଏସଇବିସିଙ୍କ ପାଇଁ 19ଟି ଖାଲି ଅଛି। ଏଙି ଉଭୟ ବର୍ଗର ମୋଟ ଖାଲିଥିବା ପଦବୀ ସଂଖ୍ୟା ହେଉଛି 250ଟି।

ତେବେ ପ୍ରାର୍ଥୀଙ୍କ ବୟସ ଆସନ୍ତା ବର୍ଷ ଜାନୁୟାରୀ 1 ତାରିଖ ସୁଦ୍ଧା 18ରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ କେତେକ କ୍ଷେତ୍ରରେ ଏହି ବୟସ ସୀମା କୋହଳ କରାଯିବ। ସେହିପରି ପ୍ରାର୍ଥୀଙ୍କ ଯୋଗ୍ୟତା ହେଲା ସେମାନେ ସ୍ବୀକୃତି ପ୍ରାପ୍ତ ଅନୁଷ୍ଠାନରୁ  NAC/NTC ପାଶ କରିଥିବାର ଆବଶ୍ୟକ। ତେବେ ସେମାନେ ଓଡିଆ ଭାଷାକୁ ଏମଇ କିମ୍ବା ହାଇସ୍କୁଲ ସ୍ତରରେ ନେଇଥିବା ଦରକାର। ଏ ନେଇ ବିସ୍ତୁତ ତଥ୍ୟ ଜାଣିବା ପାଇଁ www.ossc.gov.in ଏହି ଲିଙ୍କକୁ କ୍ଲିକ କରନ୍ତୁ।