Categories
ଆଜିର ଖବର ରାଜ୍ୟ ଖବର

କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଟାଇମ୍‌ ଲାଇନ୍‌ରେ ପରିବର୍ତ୍ତନ କଲେ ସରକାର, ଜାଣନ୍ତୁ କେବେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର : ଆସନ୍ତା 16 ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ୍‌ ଲିଷ୍ଟ । କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଟାଇମ୍‌ ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତ ସରକାର । ନଭେମ୍ବର 10 ସୁଦ୍ଧା ସାମ୍ସ ପୋର୍ଟାଲ୍‌ରେ ମାର୍କ ଅପଡେଟ୍‌ କରିବେ ଛାତ୍ରଛାତ୍ରୀ । ଆସନ୍ତା 16 ତାରିଖରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଡିସେମ୍ବର 10 ସୁଦ୍ଧା ଆଡମିଶନ୍‌ ସରିବ ବୋଲି ସୂଚନା ରହିଛି ।

ରାଜ୍ୟରେ ଚଳିତ ବର୍ଷ ପ୍ରଥମ କରି ଏକକ ପିଜି ନାମଲେଖା ପକ୍ରିୟା ହେଉଛି। ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇସାରିଛି। ଯାହାର ଫଳ ନଭେମ୍ବର 10 ତାରିଖରେ ବାହାରିବାର ଥିଲା। ହେଲେ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର 16ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।