Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୨୨ ଟି ପୌରାଂଚଳ ଓ ଏନଏସିରେ ନିଯୁକ୍ତି ହେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ଵର: ଗୁରୁବାର ଦିନ ରାଜ୍ୟର ୨୨ ଟି ପୌରାଂଚଳ ଓ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତୁ ଜାଣିବା କେଉଁ ପୌରାଂଚଳ ଓ ଏନଏସି ପାଇଁ କିଏ ନୂଆ ନିଯୁକ୍ତି ପାଇଛନ୍ତି।

୧- କଳାହାଣ୍ଡି- ଶରତ ଚନ୍ଦ୍ର ସାହୁ- ଆସିଷ୍ଟାଣ୍ଟ କଲେକ୍ଟର

୨- ଭୁବନେଶ୍ୱର ମହାନଗର ନିଗମ- ଓଏଏସ୍ ଜୟଶ୍ରୀ ବେଉରା- ଅତିରିକ୍ତ କମିଶନର

୩- କଟକ ମହାନଗର ନିଗମ- ଓଏଏସ୍ ସୋନା ଟୁଡ଼ୁ- ଅତିରିକ୍ତ କମିଶନର

୪- ବ୍ରହ୍ମପୁର ମହାନଗର ନିଗମ- ଓଏଏସ୍ ରମେଶ ହାସଦା- ଅତିରିକ୍ତ କମିଶନର

୫- ସମ୍ବଲପୁର ମହାନଗର ନିଗମ- ଓଏଏସ୍ ସରୋଜିନୀ ପ୍ରସାଦ କୁଲୁ- ଅତିରିକ୍ତ କମିଶନର

୬- ଅନୁଗୁଳ ମ୍ୟୁନିସପାଲଟି- ଓଏଏସ୍ ପ୍ରଶାନ୍ତ କୁମାର ନାୟକ- କାର୍ଯ୍ୟନିର୍ବାହୀ ଅଧିକାରୀ

୭- ସମ୍ବଲପୁର ମହାନଗର ନିଗମ- ସୁନୀଲ କୁମାର କେର୍କଟା- ଅତିରିକ୍ତ କମିଶନର

୮- ବରଗଡ଼ ମ୍ୟୁନିସପାଲଟି- ହରପ୍ରସାଦ ଭୋଇ- କାର୍ଯ୍ୟନିର୍ବାହୀ ଅଧିକାରୀ

୯- ସୁନ୍ଦରଗଡ଼ ମ୍ୟୁନିସପାଲଟି- ବିକାଶ ମୁଣ୍ଡାରୀ- କାର୍ଯ୍ୟନିର୍ବାହୀ ଅଧିକାରୀ

୧୦- ବୌଦ୍ଧ ମ୍ୟୁନିସପାଲଟି- ଅଶୋକ କୁମାର ବେହେରା- କାର୍ଯ୍ୟନିର୍ବାହୀ ଅଧିକାରୀ

୧୧- ଦେବଗଡ଼ ମ୍ୟୁନିସପାଲଟି- ବିରଂଚି ଧରୁଆ- କାର୍ଯ୍ୟନିର୍ବାହୀ ଅଧିକାରୀ

୧୨- ଯୋଡ଼ା ମ୍ୟୁନିସପାଲଟି- ମଧୁସ୍ମିତା ସିଂହ- କାର୍ଯ୍ୟନିର୍ବାହୀ ଅଧିକାରୀ

୧୩- ସୋନପୁର ମ୍ୟୁନିସପାଲଟି- ମନୋରଞ୍ଜନ ପଣ୍ଡା- କାର୍ଯ୍ୟନିର୍ବାହୀ ଅଧିକାରୀ

୧୪- ଭବାନୀପାଟଣା ମ୍ୟୁନିସପାଲଟି- ନିରଞ୍ଜନ କୁମାର ଧଳ- କାର୍ଯ୍ୟନିର୍ବାହୀ ଅଧିକାରୀ

ଏନଏସି:

୧- ଖରିଆର ଏନଏସି- ପ୍ରମୋଦ କୁମାର ଖିଲୋ

୨- ଧର୍ମଗଡ଼ ଏନଏଏସି- ଜୟସେନ୍ ଧରୁଆ

୩- କୋଣାର୍କ ଏନଏସି- ଶ୍ୱେତପଦ୍ମା ଧଳ

୪- ରେଢ଼ାଖୋଲ ଏନଏସି- ଶୋଭନ କୁମାର ବେହେରା

୫- କଂଟାବାଞ୍ଜି ଏନଏସି- ଗିରିଜା ଶଙ୍କର ମଲ୍ଲିକ

୬- ତୁଷୁରା ଏନଏସି- ଚିନ୍ମୟ ଆଚାର୍ଯ୍ୟ

୭- ଓଡ଼ଗାଁ ଏନଏସି- ଦୁଃଶାସନ ସ୍ୱାଇଁ

୮- ଉଦଳା ଏନଏସି- ଜଗନ୍ନାଥ ବେହେରା

୯- ତରଭା ଏନଏସି- ଲକ୍ଷ୍ମୀକାନ୍ତ ମଲ୍ଲିକଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ପ୍ରଶାସନର ବଡ ପଦକ୍ଷେପ: ଏଣିକି ପଞ୍ଚାୟତ ଏବଂ ଏନଏସିରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଟୀକାନେବାକୁ ନେଇ ବାଣପୁରରେ ପ୍ରତିଦିନ ବିଭିନ୍ନ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି।  ନାଗରିକମାନେ ଦିନ ଦିନ ଧରି ଟୀକା ନେବାପାଇଁ ଧାଡିରେ ଅପେକ୍ଷା କରୁଥିବାର ଦେଖାଯାଇଛି। ବେଆଇନ ଭାବେ ଦିନକ ପୂର୍ବରୁ କେତେକ ବ୍ୟକ୍ତି ଟୀକା କେନ୍ଦ୍ର ସମ୍ମୁଖରେ ନିଜର ଆଧାର କାର୍ଡର ନକଲରେ ମୋବାଇଲ ନମ୍ବର ଲେଖି ଥୋଇ ଦେଇ ଜାଗା ମାଡ଼ିବସୁଛନ୍ତି। ଯାହାଫଳରେ ଟୀକାକରଣ ଦିନ ସଠିକ ସମୟରେ ଆସୁଥିବା ବ୍ୟକ୍ତି ଟୀକା ପାଇପାରୁନାହାନ୍ତି। ଅପରପକ୍ଷରେ ଏହାଦ୍ୱାରା ସାଇବର ଠକେଇର ଶିକାର ବି ଜନସାଧାରଣମାନେ ହେବାର ବହୁ ସମ୍ଭାବନା ରହୁଛି। ସେହିପରି ଭାବେ ଅନ୍ୟ କେତେକ ଟୀକାକେନ୍ଦ୍ର ସମ୍ମୁଖରେ ଟୀକାର କଳାବଜାରୀ ହେଉଥୁବାର ମଧ୍ୟ ଅଭିଯୋଗ ହେଉଛି।

ତେବେ ଏସବୁ ସମସ୍ୟାକୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଗୁରୁତର ସହ ନେଇଛି। ବାଣପୁର ବ୍ଲକ ଏବଂ ଏନଏସି ଅଞ୍ଚଳରେ ଟୀକାକରଣ ପ୍ରକ୍ରିୟାକୁ ସରଳିକରଣ କରିବା ପାଇଁ ପାଇଁ ସ୍ଥାନୀୟ ପ୍ରଶାସନ ଏକ ବଡ ପଦକ୍ଷେପ ନେଇଛି।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅଗାମୀ ଦିନରେ ବାଣପୁର ବ୍ଲକରେ ପଞ୍ଚାୟତ ସ୍ତରୀୟ ଏବଂ ଏନଏସି ରେ ୱାର୍ଡ ସ୍ତରୀୟ ଟୀକାକରଣ ପାଇଁ ନିଷ୍ପତ୍ତି କରାଯାଇଛି। ଏଥି ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ଗୁଡ଼ିକ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବାଣପୁର ବିଡ଼ିଓ ପ୍ରତି ପଞ୍ଚାୟତର ଟୀକାକରଣ କେନ୍ଦ୍ରର ସୂଚୀ ପ୍ରସ୍ତୁତ କରିବେ। ଏବଂ ଏହାର ବ୍ୟବସ୍ଥା ମଧ୍ୟ ବୁଝିବେ। ସମାନ ଜିନିଷ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ପ୍ରତି ୱାର୍ଡରେ କରିବେ ଉଭୟ ଅଧିକାରୀ ପ୍ରତି ଟୀକାକରଣ କେନ୍ଦ୍ରରେ ବ୍ୟାରିକେଡ଼ ସହ ପିଇବା ପାଣି ବ୍ୟବସ୍ଥା କରାଇବେ। ବାଣପୁର ଥାନାଧିକାରୀ ସବୁ ଟୀକା କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ପୋଲିସ କର୍ମଚାରୀ ନିୟୋଜିତ କରିବେ।

ସମସ୍ତ ଅଧିକାରୀମାନେ ନିୟମିତ ଭାବେ ଟୀକା କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ରଖାଯାଉଥିବା ଆଧାର କାର୍ଡ ନକଲ ଏବଂ ମୋବଇଲ ନମ୍ବରକୁ ଯାଞ୍ଚ କରିବେ। ଯଦ୍ବାରା  ସାଇବର ଠକଙ୍କ ଠାରୁ ଜନସାଧାରଣଙ୍କୁ ରକ୍ଷା କରାଯାଇପାରିବ।

ବାଣପୁର ମେଡିକାଲ ଏବଂ ଏନଏସି ପ୍ରଶାସନ ଟୀକାକରଣର ବହୁ ପୂର୍ବରୁ ମହଜୁଦ ଥିବା ଟୀକାର ସୂଚନା ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇବେ।

ସରପଞ୍ଚ/ୱାର୍ଡ ମେମ୍ବର /ୱାର୍ଡ ଅଫିସର(ଏନଏସି) ମାନେ ଟୀକାକରଣର ବିସ୍ତୃତ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଅନୁରୋଧ କରିଛି।

ତେବେ ଟୀକାକେନ୍ଦ୍ରରେ ସ୍ଥାନୀୟ ବ୍ୟକ୍ତିଙ୍କୁ ଚି଼ହ୍ନଟ ଏବଂ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ କୁ ରୋକିବା ନିମନ୍ତେ ଆଗକୁ ସରପଞ୍ଚ/ୱାର୍ଡ ମେମ୍ବର/ୱାର୍ଡ ଅଫିସରଙ୍କ ସହ ପ୍ରଶାସନର ଆଉ ଗୋଟାଏ ବୈଠକ ହେବ ବୋଲି ସୂଚନା ମିଳିଛି।

ଏହି ବୈଠକରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡ଼ିଓ, ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସବ୍‌ ଜେଲ ଏବଂ ଏନ.ଏ.ସି ରେ କାୟା ମେଲାଉଛି କରୋନା: ଚାରି କଏଦୀଙ୍କ ସହ ଦୁଇ ସ୍ଥାନୀୟ ଆକ୍ରାନ୍ତ ଚି଼ହ୍ନଟ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦିନକୁ ଦିନ ସ୍ଥାନୀୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ହେଲା ଅହେତୁକ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରୁ ପ୍ରଶାସନର ନିଦ ହଜିଯାଇଛି । ବାଣପୁର ସବ ଜେଲ ରୁ ପୁଣି ଚାରି ଜଣ କଏଦୀ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଗତକାଲି ଜେଲରେ ଥିବା ସମସ୍ତ ୧୬୯ କଏଦୀ ଏବଂ କର୍ମଚାରୀ ମାନଙ୍କଙ୍କ ରା଼ପିଡ଼ ଟେଷ୍ଟ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଚାରି ଜଣ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି । ଉକ୍ତ ଚାରିଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ଜେଲର ତିନି ଜଣ ଥିବା ସ୍ଥଳେ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲର ଜଣେ କଏଦୀ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଉଭୟ ବିଚାରାଧୀନ ଏବଂ ଦୋଷୀ ସାବ୍ୟସ୍ତ କଏଦୀ ଅଛନ୍ତି । ପୂର୍ବରୁ ଜଣେ କଏଦୀ ଏବଂ ଆଜିର ଚାରିଜଣ ଙ୍କୁ ମିଶାଇ ସର୍ବମୋଟ ୫ ଜଣ କଏଦୀଙ୍କୁ ଉଚିତ ସୁରକ୍ଷା ସହିତ ଆଜି ଭୁବନେଶ୍ୱର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରି ଜେଲ କୁ ବିଶୋଧନ କରାଯିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ କୋଶଳ ପଦ୍ମିନୀ ଦଳବେହେରା ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଆଜି ବାଣପୁର ଏନ.ଏ.ସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ର ଗୋଟେ ପରିବାରରୁ ୨ ଜଣ ପଜିଟିଭ ବାହାରିଥିବାର ସୂଚନା ରହିଛି ଏବଂ ଉଭୟେ ସ୍ୱାମୀ, ସ୍ତ୍ରୀ ବୋଲି ଜଣାପଡିଛି । ଦିନକୁ ଦିନ ବାଣପୁର ଏନ.ଏ.ସି ରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗକୁ ୯ ନମ୍ବର ୱାର୍ଡ କୁ ଜିଲ୍ଲାପାଳ ଙ୍କ ସହ ପରାମର୍ଶ କରି କଣ୍ଟନମେଣ୍ଟ ଜୋନ ଘୋଷଣା କରାଯିବ ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ସୂଚନା ଦେଇଛନ୍ତି ।