Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଦୁର୍ଘଟଣା ପରେ ବଡ ନିଷ୍ପତ୍ତି: ଏଲ୍ଏଚ୍ ଧ୍ରୁଭ ହେଲିକପ୍ଟରକୁ ନିଷିଦ୍ଧ କଲା ସେନା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କିସ୍ତୱାଡାରେ ଗୁରୁବାର ଦିନ ଏଲ୍ଏଚ୍ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରତିରକ୍ଷା ବିଭାଗ ସେନାର ସମସ୍ତ ଅଞ୍ଚଳରେ ଏହାର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ଗୁରୁବାର କିସ୍ତଵାଡାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଦୁଇ ପାଇଲଟ ଏବଂ ଜଣେ ଟେକ୍ନିସିଆନ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ଉଦ୍ଧମପୁରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରତିରକ୍ଷା ବିଭାଗ ସତର୍କତାମୂଳକ ପଦକ୍ଷେପ ଭାବରେ ଧ୍ରୁବ ହେଲିକପ୍ଟର ଉଡ଼ାଣ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି।