Categories
ଆଜିର ଖବର ଜାତୀୟ ଖବର

ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ: ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି। ମୁଲାୟମ ସିଂଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ତାଙ୍କ ଭାଇ ରାମ ଗୋପାଳ ଯାଦବଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୋନ ଯୋଗେ ସମବେଦନା ଜଣାଇଛନ୍ତି।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରିଛନ୍ତି। ତାଙ୍କ ମୃତ୍ୟୁ ସହିତ ସମାଜବାଦର ମୁଖ୍ୟ ସ୍ତମ୍ଭ ଏବଂ ସଂଘର୍ଷପୂର୍ଣ୍ଣ ଯୁଗ ଶେଷ ହୋଇଛି। ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ ଇଶ୍ଵରଙ୍କଠାରେ ପ୍ରାର୍ଥନା ପ୍ରାର୍ଥନା କରୁଛି। ଶୋକସନ୍ତପ୍ତ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା।

ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରି କହିଛନ୍ତି ଯେ, ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁପରେ ଉତ୍ତରପ୍ରଦେଶ ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ପାଳନ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଆଜି ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ମୁଲାୟମ ସିଂ ଯାଦବ ତିନିଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଆଠ ଥର ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି। ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ରହିଛନ୍ତି।