Categories
ଆଜିର ଖବର ଜାତୀୟ ଖବର

ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ।

ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ। ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି। ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ।

ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା କିଶୋରଙ୍କ ପାଇଁ ପୁରସ୍କାର ଘୋଷଣା କଲେ ନବୀନ

ଭୁବନେଶ୍ବର: ଚୀନ୍‌ର ହାଙ୍ଗଜୋରେ ଚାଲିଥିବା ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା ଓଡିଶାର ଜାଭେଲିନ୍ ତାରକା ଆଥଲେଟ୍ କିଶୋର କୁମାର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧.୫ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି।

ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ସହିତ କିଶୋର ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ରୌପ୍ୟ ପଦକ ସହିତ କିଶୋର ରାଜ୍ୟ ତଥା ଦେଶ ପାଇଁ ଏକ ଐତିହାସିକ କିର୍ତ୍ତୀ ସୃଷ୍ଟି କରି ଦେଶ ପାଇଁ ପୁରସ୍କାର ଆଣିଛନ୍ତି। ତାଙ୍କର ନାମ ଦେଶର କ୍ରୀଡ଼ା ଇତିହାସରେ ସବୁଦିନ ପାଇଁ ଲେଖା ରହିବେ ବୋଲି ନବୀନ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତିବା ପାଇଁ ଲାଇଟ୍ ୱେଟ୍ ମେନ୍ସ ଡବଲ୍ ସ୍କଲ୍ସ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ଭାରତ ପାଇଁ ପ୍ରଥମ ପଦକ ଭାବେ ରୌପ୍ୟ ଜିତିଥିବା ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ସ ପୁରୁଷ ଦଳକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଅର୍ଜୁନ ଲାଲ ଜଟ୍ ଏବଂ ଅରବିନ୍ଦ ସିଂଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇବା ସହ ଆମ ଦେଶର ସଫଳତା ଏବଂ ଗୌରବକୁ ନିରନ୍ତର ଭାବେ ଏପରି ଆଗକୁ ବଢ଼ିବାକୁ କାମନା କରିଛନ୍ତି!