Categories
ଆଜିର ଖବର ରାଜ୍ୟ ଖବର ସିନେମା

୧୧ ଦିନରେ ପହଞ୍ଚିଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରା 

ଭୁବନେଶ୍ବର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ଆଜି ୧୧ ଦିନରେ ପହଞ୍ଚିଥିବା ବେଳେ ଆଜି ସିନେ କଳାକାରଙ୍କ ବ୍ୟତୀତ ସିନେପ୍ରେମୀ ଦର୍ଶକଙ୍କର ସହଯୋଗ ମଧ୍ୟ ବଢିବାରେ ଲାଗିଛି। କିଛି ପ୍ରଯୋଜକ ଅଣଓଡ଼ିଆ ସିନେମାକୁ କପି କରି ସିନେମା ନିର୍ମାଣ କରି ଓଲିଉଡ଼ ର ଅସ୍ଥିତ୍ୱ ନଷ୍ଟ କରୁଛନ୍ତି, ଏହାର ଏକମାତ୍ର କାରଣ। ଓଡ଼ିଆ ଘରର ସତ୍ୟ ଓ ମୌଳିକ କାହାଣୀକୁ ବାଦ୍ ଦେଇ ଏକ କପିପେଷ୍ଟ ସିନେମା କରି ବାଃ ବାଃ ନେବାକୁ ଅନେକ ଚେଷ୍ଟା କରୁଥିଲେ, ଯାହା ଫଳରେ ଦର୍ଶକ ପ୍ରେକ୍ଷାଳୟ ବିମୁଖ ହେଉଛନ୍ତି।

ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ସତ୍ୟ ଓ ମୌଳିକ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ନୀରବ ପଦଯାତ୍ରାରେ ସାମିଲ ହୋଇ ପୁରୁଣା ଦିନକୁ ଫେରେଇ ଆଣିବାର ସହଯୋଗ କରୁଛନ୍ତି।

ଆଜିର ପଦଯାତ୍ରାରେ ପ୍ରଯୋଜକ ଶ୍ରୀଧର ମାର୍ଥା, ସଚ୍ଚିକାନ୍ତ ଜେନା, ସଞ୍ଜୟ ପାତ୍ର, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ବାବୁ ବାବୁ, ସାମ୍ବାଦିକ ଗୁରୁପଦ ନାଥ, ସୁପ୍ରଭା ପଟ୍ଟନାୟକ, ଗୁରୁ ଗୋବିନ୍ଦ ଚାନ୍ଦ, ଗୀତିକାର ତଥା ସଂଳାପକାର ନିର୍ମଳ ନାୟକ, ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଆଗାମୀ ଦିନରେ ମାତ୍ରାଧିକ ସିନେପ୍ରେମୀ ଓଡ଼ିଆ ସିନେ ଶିଳ୍ପ ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରାରେ ଯୋଗ ଦେଇ ସାଫଲ୍ୟ କରିବେ ବୋଲି ଶ୍ରୀ ଜେଠୀ ସୂଚନା ଦେଇଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

୪ର୍ଥ ଦିନରେ ପହଞ୍ଚିଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା 

ଭୁବନେଶ୍ୱର: ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍‌ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି। ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା।

ସନ୍ଧ୍ୟାରେ ‘ ଓଡ଼ିଆ ସିନେମା ବଞ୍ଚାଅ-ଆସ ଓଡ଼ିଆ ସିନେମାକୁ ଆଗେଇ ନେବା’ ସ୍ଲୋଗାନ ଦେଇ ସ୍ଥାନୀୟ ଜୟଦେବ ଭବନରୁ ରାଜଭବନ ଯାଏଁ ଏକ ପଦଯାତ୍ରା ଯାଇଥିଲା। ଶେଷରେ ରାଜଭବନ ଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ପଦଯାତ୍ରାରେ ଯାଇଥିବା ପ୍ରଯୋଜକ, ନିର୍ଦ୍ଦେଶକ ନିଜ ଦାବି ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ସଞ୍ଜୟ ପାତ୍ର, ନିର୍ଦ୍ଦେଶକ ସରୋଜ ମହାପାତ୍ର, ବାଵୁ ବାବୁ, ଓଲିଉଡ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଓଲିଉଡ କ୍ରିଏଟିଭ୍ ହେଡ୍ ଶ୍ରୀ ଜେଠୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ଏହା ପ୍ରତିଦିନ ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। ଯେ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି, ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ। ସେପର୍ଯ୍ୟନ୍ତ ଏ ପଦଯାତ୍ରାରେ ସାଧାରଣ ଜନତା ବି ସାମିଲ ହେବେ ଏବଂ ସହଯୋଗ କରିବେ ବୋଲି ନିବେଦନ କରୁଛି।

ସଂଘର୍ଷ କରି ଚଳଚ୍ଚିତ୍ର ନିର୍ମାଣ କରି ଜଦି ମୁକ୍ତିଲାଭ କରିବାପାଇଁ ଡିଷ୍ଟ୍ରିଵ୍ୟୁଟର ଆଉ ହଲ୍ ମାଲିକଙ୍କ ପଛରେ ଗୋଡେଇବାକୁ ପଡିବ ଆଉ ଗୋଡ ଭାଙ୍ଗି ଠିଆ ହେବାକୁ ପଡିବ ସରକାରୀ ନିୟମ ସବୁ ହଲ୍ ରେ ୭ସପ୍ତାହ ଓଡିଆ ଚଳଚ୍ଚିତ୍ର ଚଲେଇବାର ନିୟମ ମାନୁନଥିବା ହଲ୍ ମାଲିକ ମାନଙ୍କ ପାଇଁ ସରକାରୀ କଟକଣା କଣ ପାଇଁ ରହୁନି ଏଥି ପାଇଁ ଅତିଶିଘ୍ର ସ୍ବର ଉତ୍ତୋଳନ ଆବଶ୍ୟକତା ରହିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଦ୍ଵିତୀୟ ଦିନରେ ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍‌ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି। ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଆଜି ଦ୍ଵିତୀୟ ଦିନରେ ପହଁଚିଛି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା।

ସନ୍ଧ୍ୟାରେ ‘’ଓଡ଼ିଆ ସିନେମା ବଞ୍ଚାଅ- ଆସ ଓଡ଼ିଆ ସିନେମାକୁ ଆଗେଇ ନେବା’’ ସ୍ଲୋଗାନ ଦେଇ ସ୍ଥାନୀୟ ଜୟଦେବ ଭବନରୁ ରାଜଭବନ ଯାଏ ଏକ ପଦଯାତ୍ରା ଯାଇଥିଲା। ଶେଷରେ ରାଜଭବନ ଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ପଦଯାତ୍ରାରେ ଯାଇଥିବା
ପ୍ରଯୋଜକ, ନିର୍ଦ୍ଦେଶକ ନିଜ ଦାବି ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ସଞ୍ଜୟ ପାତ୍ର, ତପନ କୁମାର ଦାସ, ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି, ପ୍ରଯୋଜକ ଅଜୟ ମହାନ୍ତି, ଅଭିନେତା ସୌମ୍ୟ ରଞ୍ଜନ ଦାଶ, ସମୀକ୍ଷକ ଖଗେଶ୍ୱର ଜୟପୁରିଆ, ଚଳଚ୍ଚିତ୍ର ସଂଗଠକ ଭରତ ପ୍ରଧାନ, ଓଲିଉଡ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ। ଓଲିଉଡ କ୍ରିଏଟିଭ୍  ହେଡ୍ ଶ୍ରୀ ଜେଠୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ସମସ୍ୟାକୁ ନେଇ ଏ ପଦଯାତ୍ରା ଆରମ୍ଭ ହୋଇଛି।

ଏହା ପ୍ରତିଦିନ ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। ଯେ ପର୍ଯ୍ୟନ୍ତ ସରକାର କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ।

ଏ ପଦଯାତ୍ରାରେ ସାଧାରଣ ଜନତା ବି ସାମିଲ ହେବେ ଏବଂ ସହଯୋଗ କରିବେ ବୋଲି ଦୃଢ ଆଶା। ଚଳଚ୍ଚିତ୍ର ନିର୍ମାଣ କରି ଯଦି ମୁକ୍ତିଲାଭ କରିବା ପାଇଁ ଡିଷ୍ଟ୍ରିଵ୍ୟୁଟର ଆଉ ହଲ୍ ମାଲିକଙ୍କ ସହଯୋଗ ନ ରହିବ ତେବେ ଚଳଚ୍ଚିତ୍ର ଶିଳ୍ପର ଭବିଷ୍ୟତ ଆଶା ଆଶାରେ ରହିଯିବ।