Categories
ଆଜିର ଖବର ରାଜ୍ୟ ଖବର

ଏଣିକି ଓଡିଆରେ ଦେଇପାରିବେ ଓଏଏସ ପରୀକ୍ଷା, ଜାଣନ୍ତୁ କଣ କରିବେ

ଭୁବନେଶ୍ୱର: ଓଡ଼ିଶା ସିଭିଲ୍‌ ସେବା-୨୦୨୨-୨୩ ପରୀକ୍ଷା ଦେବା ପାଇଁ ଅନ୍‌ଲାଇନ୍‌ ଆବେଦନ କରିବାବେଳେ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବେ ଚୟନ କରିପାରିବେ। କିନ୍ତୁ ଆବେଦନ ପତ୍ରରେ ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଥରେ ଉଲ୍ଲେଖ କରିସାରିବା ପରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା ସଂଖ୍ୟା ୨୯୨୪୬ ତା, ୧୮/୧୦/୨୦୨୨ରିଖ ଅନୁଯାୟୀ ଓଡ଼ିଶା ସିଭିଲ୍‌ ସେବା-୨୦୨୨ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ପ୍ରାରମ୍ଭିକ ମୁଖ୍ୟ ଲିଖିତ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପାଇଁ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଚୟନ କରିପାରିବେ। ଏହି ବ୍ୟବସ୍ଥା ପ୍ରବନ୍ଧ ଲେଖିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ମାତ୍ର ଭାଷା ବିଷୟରେ ଏହି ବିକଳ୍ପ ରହିବ ନାହିଁ।