Categories
ଆଜିର ଖବର ରାଜ୍ୟ ଖବର ସିନେମା

ଏପ୍ରିଲ ୨୩ରେ ଆଓ ନେକ୍ସଟ (ଓଟିଟି) ରେ ମୁକ୍ତିଲାଭ କରିବ ‘ପାବାର’

ଭୁବନେଶ୍ଵର: ସମୟ ବଦଳିବା ସହିତ ଓଡ଼ିଆ ସିନେ ଜଗତରେ ସିନେ ପ୍ରେମୀଙ୍କର ସ୍ଵାଦ ମଧ୍ୟ ବଦଳିଛି। ବଡ଼ ପରଦାରେ ଏବେ ନିଚ୍ଛକ ଓ ବାସ୍ତବବାଦୀ ଚଳଚିତ୍ରର ରୁଚି ଖୁବ୍ ଅଧିକ ରହିଛି। କହିବାକୁ ଗଲେ ଏହାର ଆରମ୍ଭ ହୋଇଥଲା ଏକ ବାସ୍ତବବାଦୀ ଚଳଚ୍ଚିତ୍ରରୁ ଯାହା ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲା ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ବାବୁଶାନ୍ ମହାନ୍ତି। ଫିଲ୍ମ ଥିଲା ଦମନ। ତେବେ ବାବୁଶାନ୍ ମହାନ୍ତିଙ୍କ ପ୍ରଶଂସକ ଏହାପରେ ତାଙ୍କର ଅଭିନୀତ ଫିଲ୍ମ ଦେଖିବାକୁ ଚାହିଁ ରହିଛନ୍ତି। ତେବେ ଖୁସିର କଥା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଚଳଚ୍ଚିତ୍ର ପାବାର’।

ସିନେମାଟି ଆଓ ନେକ୍ସଟ ଓ ଟି ଟି ରେ ଡିଜିଟଲି ୨୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସମସ୍ତ ୟୁଜରଙ୍କ ପାଇଁ। ସିନେମାର ନିର୍ଦ୍ଦେଶକ ଅଶୋକ ପତି, ପ୍ରଯୋଜକ ତ୍ରିପ୍ତି ଶତପଥୀ ରହିଛନ୍ତି। ମୁଖ୍ୟ ଚରିତ୍ରରେ ବାବୁଶାନ୍ ଓ ଏଲିନା ସାମନ୍ତରାୟ, କ୍ରୀଷ୍ଣା କର, ଉଦିତ ଗୁରୁ ରହିଛନ୍ତି।

ବେଣୁଧର ମହାନ୍ତି ଓଡିଶା ଗୁମାଗଡର ଜଣେ ସାଧାରଣ ବ୍ୟକ୍ତି। ଯିଏ ଖୁବ୍ କମରେ ଖୁସିରେ ରୁହେ କିନ୍ତୁ ଜଣେ ବାପା ପୁଅ କଣ୍ଟ୍ରାକ୍ଟର କଥାରେ ଆସି ସେ ନିର୍ବାଚନରେ ଠିଆ ହୁଏ। ତେବେ ସରପଞ୍ଚ ହେବାର ସ୍ବପ୍ନ ଦେଖିଥିବା ବେଣୁଧରଙ୍କ ଜୀବନରେ କଣ ପରିବର୍ତ୍ତନ ଆସୁଛି। ସେ ଜିତିଯାଇଛନ୍ତି ନିର୍ବାଚନରେ କିନ୍ତୁ ତାପରେ ସେ ସମସ୍ତଙ୍କର ଅସଲ ରୂପ ଜାଣିବାକୁ ପାଇଲେ।

ତେବେ ଏହି ସ୍ଥିତିର ସାମ୍ନା ସେ କେମିତି କରିବେ ତାହା ଫିଲ୍ମ ଦେଖିଲେ ଜାଣିପାରିବେ। ତେବେ ଆଓ ନେକ୍ସଟ ରେ ୨୩ ତାରିଖ ଷ୍ଟ୍ରିମିଙ୍ଗ ହେବାକୁ ଥିବା ପାବାରକୁ ଦେଖନ୍ତୁ ଓ ସତ୍ୟ ଘଟଣା ଆଧାରିତ ଏହି ଚଳଚିତ୍ର ର ନିଛକ ଭୂମିକାର ଅଭିନୟ ସହିତ ଏକ ଭିନ୍ନ ଧାରଣର କାହାଣୀର ସତ୍ୟତା କୁ ହୃଦୟଙ୍ଗମ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି।

ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି। ଏହି ବର୍ଷ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲେ।

ସ୍ପର୍ଶ ହ୍‍ସପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା। ଏହି ବିଦ୍ୟାଳୟର ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ। ମୁକବଧୀର ବିଦ୍ୟାଳୟର କର୍ମକର୍ତ୍ତା ଓ ପିଲାମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଆକାଶଙ୍କୁ ପାଖରେ ପାଇ ପିଲାମାନେ ବହୁତ ଖୁସି ହେବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ।

ଆକାଶ ମୁକବଧୀର ପିଲାମାନଙ୍କ ସହ ଖୁସି ବାଂଟିଥିଲେ। ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ”। ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସମସ୍ତେ ନିଜର କର୍ମମୟ ଜୀବନରୁ ଟିକେ ସମୟ ବାହାରକରି ସେମାନଙ୍କୁ ସହଯୋଗ କଲେ ସେମାନଙ୍କ ମୁହଁରେ ହସ ଫୁଟିପାରିବ। ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି। ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜାଫର ଇକ୍‍ବଲ ଦୃଷ୍ଟିବାଧିତ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଳୀ, ସନ୍ୟାସୀ ବେହେରା ଓଡିଶାର ପ୍ରଥମ ଦୃଷ୍ଟିବାଧିତ ଓ.ଏ.ଏସ୍‍. ଅଫିସର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନେ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜକୁ ସେମାନଙ୍କ ଭଳି ହେବାପାଇଁ ଚେଷ୍ଟା କରିବେ।

ଏହି ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସପିଟାଲର ଡାକ୍ତର, ସ୍ପର୍ଶ ହସପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ଧୀର, ଡକ୍ଟର ଅମୃତି ପାଟଯୋଶୀ, ପ୍ରବୀନ୍‍ ଅଗ୍ରୱାଲ, ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ସଭାପତି ନିରଞ୍ଜନ ଜୋଶୀ, ସାଧାରଣ ସମ୍ପାଦକ ଶିବନାରାୟଣ ବହିଦାର, ମୁଖ୍ୟ ପରିଚାଳକ ବିଜୟ କୁମାର ପରିଡା, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସାମନ୍ତରାୟ, ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଦେବୀପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ତିତିକ୍ଷା ରାୟ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ନଭନିତ୍‍, ଇପ୍ସିତା ପ୍ରିୟଦର୍ଶନୀ, ରୋଶନ୍‍, ଅସିତ୍‍ ସାହୁ, ଅମୂଲ୍ୟ, ଅଜାତଶତ୍ରୁ, ତପି ମିଶ୍ର, ସୁଜିତ୍‍ ପାଇକରାୟ, ଭବାନୀଶଙ୍କର ଜେନା, ବିଶ୍ୱରଞ୍ଜନ ପଣ୍ଡା, ବାବୁ ବାବୁ, ଅଂଶ ଦାସନାୟକ, କୁମାର ରିଙ୍କୁ, କିଶୋର ଦାସ, ବି ୟାମିନୀ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।