Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ
ଆଜିର ଖବର

ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ

September 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି।

ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି। ଏହି ବର୍ଷ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲେ।

ସ୍ପର୍ଶ ହ୍‍ସପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା। ଏହି ବିଦ୍ୟାଳୟର ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ। ମୁକବଧୀର ବିଦ୍ୟାଳୟର କର୍ମକର୍ତ୍ତା ଓ ପିଲାମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଆକାଶଙ୍କୁ ପାଖରେ ପାଇ ପିଲାମାନେ ବହୁତ ଖୁସି ହେବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ।

ଆକାଶ ମୁକବଧୀର ପିଲାମାନଙ୍କ ସହ ଖୁସି ବାଂଟିଥିଲେ। ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ”। ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସମସ୍ତେ ନିଜର କର୍ମମୟ ଜୀବନରୁ ଟିକେ ସମୟ ବାହାରକରି ସେମାନଙ୍କୁ ସହଯୋଗ କଲେ ସେମାନଙ୍କ ମୁହଁରେ ହସ ଫୁଟିପାରିବ। ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି। ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜାଫର ଇକ୍‍ବଲ ଦୃଷ୍ଟିବାଧିତ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଳୀ, ସନ୍ୟାସୀ ବେହେରା ଓଡିଶାର ପ୍ରଥମ ଦୃଷ୍ଟିବାଧିତ ଓ.ଏ.ଏସ୍‍. ଅଫିସର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନେ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜକୁ ସେମାନଙ୍କ ଭଳି ହେବାପାଇଁ ଚେଷ୍ଟା କରିବେ।

ଏହି ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସପିଟାଲର ଡାକ୍ତର, ସ୍ପର୍ଶ ହସପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ଧୀର, ଡକ୍ଟର ଅମୃତି ପାଟଯୋଶୀ, ପ୍ରବୀନ୍‍ ଅଗ୍ରୱାଲ, ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ସଭାପତି ନିରଞ୍ଜନ ଜୋଶୀ, ସାଧାରଣ ସମ୍ପାଦକ ଶିବନାରାୟଣ ବହିଦାର, ମୁଖ୍ୟ ପରିଚାଳକ ବିଜୟ କୁମାର ପରିଡା, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସାମନ୍ତରାୟ, ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଦେବୀପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ତିତିକ୍ଷା ରାୟ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ନଭନିତ୍‍, ଇପ୍ସିତା ପ୍ରିୟଦର୍ଶନୀ, ରୋଶନ୍‍, ଅସିତ୍‍ ସାହୁ, ଅମୂଲ୍ୟ, ଅଜାତଶତ୍ରୁ, ତପି ମିଶ୍ର, ସୁଜିତ୍‍ ପାଇକରାୟ, ଭବାନୀଶଙ୍କର ଜେନା, ବିଶ୍ୱରଞ୍ଜନ ପଣ୍ଡା, ବାବୁ ବାବୁ, ଅଂଶ ଦାସନାୟକ, କୁମାର ରିଙ୍କୁ, କିଶୋର ଦାସ, ବି ୟାମିନୀ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

ଅଭିନେତା ଆକାଶ ଆକାଶ ଦାସନାୟକ ଓଡିଆ ସିନେ ଜଗତ ଓଡିଶା ସରକାର ଜନ୍ମଦିନ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ୩୭୮ ରନ୍ ଟାର୍ଗେଟ ଦେଲା ଭାରତ: ବୈଭବଙ୍କ ପରେ ଅନୁକୂଳଙ୍କ ବିସ୍ଫୋରକ ପାଳି

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026

NEET ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଆତ୍ମହତ୍ୟା କଲେ ୨୦ ବର୍ଷୀୟା ସାନା 

June 21, 2026

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ୧୧ ବଲରେ ଅର୍ଦ୍ଧଶତକ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

June 21, 2026
Latest News

ଫାଇନାଲରେ ଶ୍ରୀଲଙ୍କାକୁ ୩୭୮ ରନ୍ ଟାର୍ଗେଟ ଦେଲା ଭାରତ: ବୈଭବଙ୍କ ପରେ ଅନୁକୂଳଙ୍କ ବିସ୍ଫୋରକ ପାଳି

June 21, 2026

ଟ୍ରମ୍ପଙ୍କ ଧମକକୁ ଖାତିର ନାହିଁ!: ରୁଷ ତୈଳ ଉପରେ କଟକଣା ସତ୍ତ୍ୱେ ରେକର୍ଡ ଆମଦାନୀ କଲା ଭାରତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

International Day of Yoga:କୋଲକାତାରେ ବହୁ ଅଭ୍ୟାସକାରୀଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.