Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବୈଜୟନ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟିଂକୁ ନେଇ ତୀବ୍ର ବିରୋଧ, ଓଡିଶାକୁ ପାକିସ୍ଥାନ ସହିତ କଲେ ତୁଳନା

ଭୁବନେଶ୍ବର, ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟରକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଜୟ ପଣ୍ଡା ତାଙ୍କ ସୋସିଆଲ ମିଡିଆରେ ଓଡିଶାକୁ ପାକିସ୍ଥାନ ସହିତ ତୁଳନା କରିଛନ୍ତି। ତାଙ୍କ ପରିବାରର ପରିଚାଳିତ ଓଟିଭି ଚ୍ୟାନେଲର ଏକ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ସେ ଏହି ଉଲ୍ଲେଖ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି ଯେ ବିନା କାରଣରେ ଓଡିଶା ପୋଲିସ ଜଣେ ସାମ୍ବାଦିକଙ୍କୁ ଟେକି ନେଲା। ଏହା ହେଉଛି ପାକିସ୍ଥାନରେ ଚାଲିଥିବା ଶାସନ ସହିତ ସମାନ ବୋଲି ଜୟ ପଣ୍ଡା ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ବିଜେଡି ସହିତ ବିଭିନ୍ନ ମହଲରେ ତିବ୍ର ବିରୋଧ ହେବାରେ ଲାଗିଛି। ସୋସିଆଲ ମିଡିଆରେ ବୈଜୟନ୍ତଙ୍କ ଏପରି ତୁଳନାକୁ ନିନ୍ଦା କରାଯାଇଛି।