Categories
ଆଜିର ଖବର ରାଜ୍ୟ ଖବର

ଆଉଟ ସୋର୍ସିଙ୍ଗ ନିଯୁକ୍ତି ବନ୍ଦ ପାଇଁ ଓୟୁଏଟି ଶ୍ରମିକ ୟୁନିୟନର ବିଧାନସଭା ଆଗରେ ବିକ୍ଷୋଭ

ଭୁବନେଶ୍ୱର: ଓଡିଶା କୃଷି ବିଶ୍ୱବିଦ୍ୟାଳୟ ବା ଓୟୁଏଟି ରେ କୁଳପତି ଓ କୁଳସଚିବଙ୍କ ଶ୍ରମିକ ମାରଣ ନୀତି ତଥା ବର୍ଷ ବର୍ଷ ଧରି କାଜୁଆଲ କର୍ମଚାରୀ ଶ୍ରମିକ ମାନଙ୍କୁ ଆଉଟ ସୋର୍ସିଙ୍ଗ ଠିକାଦାର ନିକଟରେ ପଞ୍ଜି କରଣ କରି କାମ କରିବା କୁ ନିର୍ଦ୍ଦେଶ ବିରୁଦ୍ଧରେ ଆଜି ଓ ୟୁ ଏ ଟି ଶ୍ରମିକ ୟୁନିୟନର ଶହ ଶହ ଶ୍ରମିକ କର୍ମଚାରୀ ଆସି ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ୟୁନିୟନ ଉପସଭାପତି ଶ୍ରମିକ ନେତା ପ୍ରଦୀପ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ମୁଖ୍ୟ ବକ୍ତା ଭାବରେ ଭାଷଣ ଦେଇ OUAT ର ରାଜ୍ୟ ସଭାପତି ତଥା ୟୁନିଅନ ର ସଭାପତି ଜନାର୍ଦ୍ଦନ ପତି ଓୟୁଏଟି ର ଠିକାଦାର ନିଯୁକ୍ତି କୁ ତୀବ୍ର ନିନ୍ଦା କରିଥିଲେ। ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଧେଶ କାର‌୍ୟ୍ୟକାରୀ କରି ଇ ପି ଏଫ , ଇ ଏସ ଆଇ , ଶ୍ରମିକ ମାନଙ୍କୁ ବର୍ଷସାରା କାମ କରିବାକୁ ଦେବା ଓ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକ ଙ୍କୁ ରେଗୁଲାର କରିବା, ରିଟାଏଡ଼ କର୍ମଚାରୀଙ୍କୁ ଓୟୁଏଟି ରେ ପୁନଃ ନିଯୁକ୍ତି ବନ୍ଦ କରିବା ଇତ୍ୟାଦି ଦାବୀ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପୂରଣ କରିବା କୁ ସେ ଦାବୀ କରିଥିଲେ।

ଏହି ସମାବେଶରେ ଶ୍ରମିକ ମାନଙ୍କ ଦାବିକୁ ସମର୍ଥନ ଜଣାଇ OUAT ର ରାଜ୍ୟ ଉପ ସଭାପତି ଶ୍ରୀ ରମେଶ ଜେନା, ବରିଷ୍ଠ ନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଦାଶ, ୟୁନିୟନ ର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟନାରାୟଣ ନାୟକ ଭାଷଣ ଦେଇ ରାଜ୍ୟ ସରକାର ଆଉଟ ସୋର୍ସିଙ୍ଗ ପ୍ରଥା ତୁରନ୍ତ ବନ୍ଦ କରିବାକୁ ଦାବୀ କରିଥିଲେ। ସାଥୀ ଜନାର୍ଦ୍ଧନ ପତି ଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ରାଜ୍ୟ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ସରକାର ଏ ଦିଗରେ ବିଚାର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।