Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଙ୍କ ସ୍ୱେଚ୍ଛାକୃତ ଅବସର

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଆବେଦନ କରିଥିଲେ। କେନ୍ଦ୍ର ସରକାର ଏହି ଆବେଦନକୁ ମଂଜୁର କରିଛନ୍ତି।

ରାଜ୍ୟ ସରକାର ଅକ୍ଟୋବର ୨୦ରେ ଚିଠି ପଠାଇଥିବା ବେଳେ ଆବେଦନ ପତ୍ରକୁ ମଂଜୁରି ମିଳିଛି। ସର୍ବଭାରତୀୟ ସେବା ଆଇନ ୧୬ (୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବିଶିଷ୍ଟ ଲେଖିକା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ପରଲୋକରେ ମୁଁ ଦୁଃଖିତ। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଏବଂ ଲେଖା ଓ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହ ପାଇଁ ମଧ୍ୟ ସେ ଜଣାଶୁଣା। ସେ ପ୍ରକୃତି ଓ ଜଳ ସଂରକ୍ଷଣ ପ୍ରତି ମଧ୍ୟ ବେଶ୍ ଆଗଭର ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସମଗ୍ର ପରିବାର ପ୍ରତି ମୋର ସମବେଦନା।’

Categories
ବିଶେଷ ଖବର

ଜୁଲାଇ ୨୩ ରେ ଦ୍ୱିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଭାଙ୍ଗିବେ କି ନବୀନ ପଟ୍ଟନାୟକ?

ଭୁବନେଶ୍ଵର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଏବଂ ୧୨୭ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି। ଜୁଲାଇ ୨୨ ତାରିଖ ଅର୍ଥାତ୍ ଠିକ୍ ଦଶ ଦିନ ପରେ, ସେ ଦ୍ୱିତୀୟ ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀର ରେକର୍ଡ କରିବେ।

୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୯୮ ମସିହାରେ, ସେ ତାଙ୍କ ପିତାଙ୍କ ନାମରେ ଏକ ଦଳ ଗଠନ କରି ଏହାର ନାମ ବିଜୁ ଜନତା ଦଳ ରଖିଥିଲେ। ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେହି ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।

କୋଡିଏ ବର୍ଷ ପୂର୍ବେ ଓଡିଶା ରାଜ୍ୟ ଦେଶର ସବୁଠାରୁ ଗରିବ ତଥା ଅସୁସ୍ଥ ରାଜ୍ୟ ଭାବରେ ମାନ୍ୟତା ପାଇଥିଲା।

୧୯୯୯ ମସିହାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପୂର୍ବରୁ ଓଡିଶାକୁ ମହାବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ସରକାରୀ ଆକଳନ ଅନୁଯାୟୀ ଏହି ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଏହି ସବୁ ପରିସ୍ଥିତି ମଧ୍ୟରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଜେପି ସହିତ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ସେ ରାଜ୍ୟର କାୟାକଳ୍ପକୁ ପରିବର୍ତ୍ତନ କରିଥିଲେ। ସେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ।

ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା ଏବଂ ଖାଦ୍ୟ ନିରାପତ୍ତା ସମ୍ବନ୍ଧୀୟ ପ୍ରତ୍ୟେକ ନୀତି କାର୍ଯ୍ୟକାରୀ କରିଥିଲେ, ଯେଉଁଥିପାଇଁ ଆଜି ଓଡିଶା ଦେଶର ଦ୍ରୁତ ବିକାଶଶୀଳ ରାଜ୍ୟମାନଙ୍କ ମଧ୍ୟରେ ଗଣାଯାଉଛି।

ଓଡିଶାର ଅଭିବୃଦ୍ଧି ହାର ବିଷୟରେ କହିବାକୁ ଗଲେ ଏହା ୨୦୨୧-୨୨ ବର୍ଷରେ ୧୧.୫ ପ୍ରତିଶତ ଏବଂ ୨୦୨୨-୨୩ ବର୍ଷରେ ୭.୮ ପ୍ରତିଶତ ଥିଲା। ଏହା ବ୍ୟତୀତ ଭାରତରେ ଇସ୍ପାତ ଉତ୍ପାଦନ କ୍ଷମତାର ୨୦ ପ୍ରତିଶତ ଓଡିଶାରେ ଅଛି। ଏହି ରାଜ୍ୟ ବର୍ତ୍ତମାନ ବିଦ୍ୟୁତ୍ ସରପ୍ଲସ୍ ରାଜ୍ୟ ମଧ୍ୟରୁ ଗୋଟିଏ।

ବିରୋଧୀ କିପରି କଲେକ୍ଳିନ ବୋଲ୍ଡ, ଜାଣନ୍ତୁ ତିନୋଟି କାରଣ:

୧. ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପରି ଜଣେ ନେତା ଯିଏ ଗଣମାଧ୍ୟମ ସାମ୍ନାରେ କ୍ୱଚିତ୍ କଥା ହୁଅନ୍ତି, କିନ୍ତୁ ଗତ ୨୩ ବର୍ଷ ମଧ୍ୟରେ ସେ ଓଡିଶାର ବିକାଶ ପାଇଁ ପଛଘୁଞ୍ଚା ଦେଇ ନାହାଁନ୍ତି। ନବୀନ ପଟ୍ଟନାୟକ ଏକ ପ୍ରକାର ଭାବରେ ଭାରତୀୟ ରାଜନୀତିର ନିରବ ସାଧକ, ଯାହାଙ୍କର ରାଜନୈତିକ ବାକ୍ୟ ସହିତ କୌଣସି ସମ୍ପର୍କ ନାହିଁ।

୨. କେନ୍ଦ୍ରରେ ଥିବା ସରକାରଙ୍କୁ ନବୀନ ପଟ୍ଟନାୟକ ସମର୍ଥନ କରନ୍ତି।

୩. ନବୀନ ପଟ୍ଟନାୟକ ସରକାରୀ ଯୋଜନା ଏବଂ କାର୍ଯ୍ୟ ସାଧାରଣ ଜନତାଙ୍କ ପାଖରେ ଦୃଶ୍ୟମାନ ହୋଇଥାଏ। କାର୍ଯ୍ୟ ଆଧାରରେ ସେ ରାଜ୍ୟବାସୀଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ।

ଦୀର୍ଘ ଦିନ ଧରି ପ୍ରଥମ ମୁଖ୍ୟମନ୍ତ୍ରୀ ଥିବା ନେତା କିଏ?:

ପୱନ କୁମାର ଚାମଲିଙ୍ଗ- ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ୩୨ ବର୍ଷ ବୟସରେ ନିଜର ରାଜନୈତିକ ଡେବ୍ୟୁ କରି ଭାରତୀୟ ରାଜନୀତି ଇତିହାସରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିବା ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଏହି ତାଲିକାରେ ଜ୍ୟୋତି ବସୁଙ୍କ ନାମ ଥିଲା, ଯିଏ ପୱନ କୁମାରଙ୍କ ପରେ ଦୁଇ ନମ୍ବରରେ ଥିଲେ ଏବଂ ୧୦ ଦିନ ପରେ ଶ୍ରୀ ପଟ୍ଟନାୟକ ଏହି ରେକର୍ଡକୁ ଭାଙ୍ଗିବା ପରେ ସେ ତିନି ନମ୍ବରରେ ପହଞ୍ଚିବେ।

ଡିସେମ୍ବର ୧୨, ୧୯୯୪ ରେ ପୱନ କୁମାର ଚାମଲିଙ୍ଗ ପ୍ରଥମ ଥର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପରେ, ମଇ ୨୧ ତାରିଖ ୨୦୧୪ ରେ ସେ ସିକ୍କିମର କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏପ୍ରିଲ ୨୯ ତାରିଖ ୨୦୧୮ରେ ସେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ। ସେ ସମୁଦାୟ ୨୪ ବର୍ଷ ୧୬୬ ଦିନ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଲେ।

ଜ୍ୟୋତି ବସୁ: ପୱନ କୁମାରଙ୍କ ପରେ ଜ୍ୟୋତି ବସୁଙ୍କ ନାମ ଦ୍ୱିତୀୟ ସ୍ଥାନରେ ଆସୁଛି। ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମ୍ ର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ବର୍ତ୍ତମାନ ୧୦ ଦିନ ପରେ ଏହି ରେକର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଙ୍ଗିବେ। ଜ୍ୟୋତି ବସୁ ୨୧ ଜୁନ୍ ୧୯୭୭ ରୁ ୫ ନଭେମ୍ବର ୨୦୦୦ ପର୍ଯ୍ୟନ୍ତ ବଙ୍ଗଳାର ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ।

ବର୍ତ୍ତମାନ ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କୁ ଜାଣନ୍ତୁ, ଯେଉଁମାନେ ପରାଧୀନ ଭାରତରେ ଜନ୍ମ ହୋଇଥିଲେ:

୧. ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗାଙ୍କୁ ୭୮ ବର୍ଷ ବୟସ। ସେ ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ମିଜୋ ନ୍ୟାସନାଲ ଫ୍ରଣ୍ଟର ମୁଖ୍ୟ ଏବଂ ରାଜ୍ୟରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୨- କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କୁ ମଧ୍ୟ ୭୮ ବର୍ଷ ବୟସ ହୋଇଛି। ସ୍ୱାଧୀନତା ପାଇବା ପୂର୍ବରୁ ଦୁଇ ବର୍ଷ ପୂର୍ବରୁ ସେ ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ଲଗାତାର ଦ୍ୱିତୀୟ ଥର ପାଇଁ ପି ବିଜୟନ କେରଳର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୩. ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୭ ବର୍ଷ ବୟସ ହୋଇଛି। ସେ ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି, ଆସନ୍ତା ୧୦ ଦିନ ମଧ୍ୟରେ ସେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଭାରତର ଦ୍ୱିତୀୟ ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀ ହେବେ।

୪. କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ୭୫ ବର୍ଷ ବୟସ। ସେ ୩ ଅଗଷ୍ଟ ୧୯୪୭ ରେ ଜନ୍ମଗ୍ରହଣ କରିଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ: ତୃତୀୟ ମୋର୍ଚ୍ଚା ବିଷୟରେ ଦେଲେ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତି ନେଇ କରିଛନ୍ତି ଏକ ଘୋଷଣା। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ବିଜେଡି ପୂର୍ବପରି ଏକାକୀ ଲଢିବ। କାହା ସହିତ ମେଣ୍ଟ କରିବ ନାହିଁ। ପୂର୍ବରୁ ବିଜେଡି ଯେପରି ବିଜେପି କଂଗ୍ରେସଠାରୁ ସମଦୂରତା ବଜାଇ ରହିଥିଲା ତାହା ବଜାଇ ରହିବ।

ନବୀନଙ୍କ ଏପରି ବିବୃତି ପରେ ଜାତୀୟ ରାଜନୀତିରେ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ବିରାମ ଲାଗିଛି। ଏପରିକି ନୀତିଶ କୁମାରଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି କୁହାଯାଇଛି। ନିକଟରେ ନୀତିଶ ଭୁବନେଶ୍ବର ଆସି ନବୀନଙ୍କୁ ମହାମେଣ୍ଟ ପାଇଁ ଯେଉଁ ବୁଝାମଣା ପ୍ରୟାଶ କରିଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି।

ଆପଣ ନୂଆଦିଲ୍ଲୀରେ କେତେକ ଅଣବିଜେପି ନେତାଙ୍କୁ ଭେଟିବେ କି ବୋଲି ପ୍ରଶ୍ନ ପଚାରିବାରୁ ନବୀନ ତାହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ, ନବୀନ କେତେକ ବିରୋଧୀ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ତେବେ ତାହାକୁ ରୋକଠୋକ୍ ମନା କରିଛନ୍ତି ନବୀନ ପଟ୍ଟନାୟକ।

ଦିଲ୍ଲୀ ମିଡିଆକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ଯେ, ସେ ଚାରୋଟି ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ତାହା ହେଲା, ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର, ଭାରତ ନେଟ ଫେଜ-2 ରେ ଓଡିଶାକୁ ସାମିଲ, ଓଡିଶା ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବା, ଜାତୀୟ ରାଜପଥ ପ୍ରକଳ୍ପଗୁଡିକ ଶିଘ୍ର ଶେଷ କରିବା। ଏହାଛଡା କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।

Categories
ବିଶେଷ ଖବର

ଇଣ୍ଡିଆନ କେମିକାଲ ଇଞ୍ଜିିନିୟରିଂ କଂଗ୍ରେସ (କେମ୍‌କନ୍‌-୨୦୨୧)ର ଶୁଭାରମ୍ଭ

ଭୁବନେଶ୍ୱର: ଇଣ୍ଡିଆନ କେମିକାଲ ଇଞ୍ଜିନିୟରିଂ କଂଗ୍ରେସ (କେମ୍‌କନ୍‌-୨୦୨୧) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଇଞ୍ଜିିନିୟର୍ସ (ଆଇଆଇସିଏଚଇ)ର ୭୪ତମ ବାର୍ଷିକ ଅଧିବେଶନ ଆଜିଠାରୁ ସିଏସଆଇଆର- ଇନଷ୍ଟିଚ୍ୟୁଟ ଅଫ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ ଟେକ୍ନୋଲୋଜି, ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି।

କେମ୍‌କନ୍‌-୨୦୨୧କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିଏସଆଇଆରର ମହାନିର୍ଦ୍ଦେଶକ ଡ଼ ଶେଖର ସି. ମାଣ୍ଡେ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଭର୍ଚୁଆଲି ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ ସିଏସ୍‌ଆଇଆର-ଆଇଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବାସୁଙ୍କ ସମ୍ବର୍ଦ୍ଧନାରେ ଆରମ୍ଭ ହୋଇଥିଲା।

ଏହି ୫ ଦିନିଆ କାର୍ଯ୍ୟକ୍ରମ ଆଇଆଇସିଏଚଇ-ଭୁବନେଶ୍ୱର ରିଜିଓନାଲ ସେନ୍ଟର ଏବଂ ସିଏସଆଇଆର-ଆଇଏମ୍‌ଏମ୍‌ଟି, ଭୁବନେଶ୍ୱର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି-ଇଣ୍ଡିଆନ ଅଏଲ ଓଡିଶା କ୍ୟାମ୍ପସ, ଭୁବନେଶ୍ୱର ସହିତ ମିଳିତ ଭାବରେ ଆୟୋଜିତ କରିଛି।

କେମ୍‌କନ୍‌- ୨୦୨୧କୁ ଉଦଘାଟନ କରି ମୁଖ୍ୟ ଅତିଥି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏସଆଇଆର- ଆଇଏମ୍‌ଏମ୍‌ଟିରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ନିଜର ଖୁସି ପ୍ରକାଶ କରିଥିଲେ ଏବଂ ରାଜ୍ୟର ବିକାଶ ନିମନ୍ତେ ସରକାର ସମସ୍ତ ପ୍ରକାର ସୁବିଧା ଓ ସୁଜୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ।

“ରାସାୟନିକ ଏବଂ ଖଣିଜ କ୍ଷେତ୍ର ପାଇଁ ସମ୍ବଳର ନିରନ୍ତର ବ୍ୟବହାର” ସମ୍ମିଳନୀର ବିଷୟବସ୍ତୁ ରହିଛି। କେମ୍‌କନ୍‌-୨୦୨୧ କାର୍ଯ୍ୟକ୍ରମରେ ମେମୋରିଆଲ ଲେକ୍‌ଚର, ପ୍ଲେନାରୀ ଲେକ୍‌ଚର, ସେମିନାର, ଆନ୍ତର୍ଜାତୀୟ ସମ୍ମୀଳନୀ, ପ୍ୟାନେଲ ଡିସ୍କସନ ଏବଂ ପ୍ରଦର୍ଶନୀ ଆଦି ଅନ୍ତର୍ଭୁକ୍ତ ରହିବ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ମାନିତ ଅତିଥି ସିଏସ୍‌ଆଇଆରର ଡାଇରେକ୍ଟର ଜେନେରାଲ ଏବଂ ଡିଏସଆଇଆରର ସେକ୍ରେଟାରୀ ଡ଼ ଶେଖର ସି. ମାଣ୍ଡେ କହିଲେ , “କୋଭିଡ୍ ମହାମାରୀ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖୁବ ଦୁଃଖଦାୟକ। ଏହାର ପରବର୍ତା ସମୟରେ କେମ୍‌କନ୍‌-୨୦୨୧ ଭଳି କାର୍ଯ୍ୟକ୍ରମକୁ କୋଭିଡ କଟକଣା ମଧ୍ୟରେ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ର୍ରହଣ କରିଥିବାରୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ମହାମାରୀ ହେଉ ବା ପରିବେଶ ସୁରକ୍ଷା ହେଉ ଏହିଭଳି କଠିନ ସମୟରେ ଆମ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ।”

ସିଏସ୍‌ଆଇଆରର ଡାଇରେକ୍ଟର ଜେନେରାଲ ଡ଼ ଶେଖର ସି. ମାଣ୍ଡେ, ଆଇଓସିଏଲ୍‌ର ସିଏମ୍‌ଡି, ଏସ୍‌.ଏମ୍‌. ବୈଦ୍ୟ, ଆଦିତ୍ୟ ବିର୍ଲା କେମିକାଲସ୍‌ର ଡାଇରେକ୍ଟର, ଡ଼ ସନ୍ତୃପ୍ତ ମିଶ୍ର, ଏକ୍ସେଲ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ, ଅଶ୍ୱିନୀ ସ୍ରଫ ଆଦି ନିମନ୍ତ୍ରିତ ଅତିଥି ଏବଂ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଅର୍ଗାନାଇଜିଂ କମିଟିର ସଭାପତି ଡ଼ ସି ଇଶ୍ୱରିଆ ଡ଼ ଜି.କେ. ରାୟଙ୍କୁ ସମ୍ବୋଧିତ କରିବା ସହ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜୁ ଯୁବ ଜନତା ଦଳ ତରଫରୁ କୋଭିଡ଼ ହେଲ୍‌ପ ଲାଇନ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋଭିଡ଼ ମହାମାରୀରୁ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ ବିଜୁ ଯୁବ ଜନତା ଦଳ ଓଡ଼ିଶା ତରଫରୁ କୋଭିଡ଼ ହେଲ୍‌ପ ଲାଇନ୍ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି।

ବିଜୁ ଯୁବ ବ୍ୟାପାର ମୁଖ୍ୟ ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲିଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ଏହା ହୋଇଯାଇଛି।

ମହାମାରୀ କରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା, ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଚିକିତ୍ସାଳୟ ଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା, ଟୀକା ନେବା ପାଇଁ ସାଧାରଣ ଲୋକଙ୍କୁ ପଞ୍ଜିକୃତ କରିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ଏହି କୋଭିଡ଼୍ ହେଲ୍‌ପ ଲାଇନ୍ ମାଧ୍ୟମରେ କରାଯିବ।

ସାଧାରଣ ଜନତା ଅଧିକ ବିବରଣୀ ଜାଣିବା ପାଇଁ ୯୮୫୩୨୦୧୫୪୧, ୯୪୩୭୧୦୮୨୦୨, ୯୪୩୮୧୬୬୯୦୯, ୯୪୩୯୭୯୬୫୫୨, ୯୪୩୭୭୧୦୭୭୭, ୯୩୩୮୧୭୧୪୦୮ ନମ୍ବରରେ ଯୋଗାଯୋଗ କରିପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଏକ୍ରାମ କ୍ଷେତ୍ର ପ୍ରକଳ୍ପ ତଦାରଖ କଲେ ମୁଖ୍ୟମନ୍ତ୍ରୀ, ବିକାଶ କାମକୁ ସେବାୟତଙ୍କ ପ୍ରଶଂସା

ଭୁବନେଶ୍ବର, ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ ।

ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଉନ୍ନୟନ କମିଶନର  ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ କିଷନ କୁମାର, ବି.ଏମ୍‌.ସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ୍ ମୁକାବିଲା ପାଇଁ ଗଞ୍ଜାମର ସରପଞ୍ଚମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।  ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି।

ସେହିପରି କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି।  ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଘ୍ଡିକୁ ଠିକ୍ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ ସେବା ଯୋଗାଇବା ସରପଞ୍ଚମାନଙ୍କ ଉଦ୍ୟମ ଓ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି।  ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।  ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍ କେସ୍ କମୁଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି।  ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ସମ୍ପୁର୍ଣ୍ଣ ନିପାତ ପର‌୍ୟ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଥିଲେ।  ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି।  ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସବୁବେଳେ ସେମାନଙ୍କ ଭଲ କାମରେ ସେ ସାଥିରେ ରହିବେ ବୋଲି କହିଥିଲେ।

ଏହି ଆଲୋଚନାରେ ଭାଗ ନେଇ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶିଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ଦେଇଛି  ଏହା ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।  ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପ୍ଲାଜମା ଥେରାପି ଉଦଘାଟିତ, ମୁଖ୍ୟମନ୍ତ୍ରୀ କହିଲେ କେହି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେନି

ଭୁବନେଶ୍ବର, ରାଜ୍ୟରେ ଆଜି ପ୍ଲାଜମା ଥେରାପି ଉଦଘାଟିତ ହୋଇଛି। କଟକ ଏସସିବି ମେଡିକାଲରେ ପ୍ଲାଜମା ଥେରାପିକୁ ଉଦଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ବିରୋଧୀ ଆମ ଲଢେଇରେ ପ୍ଲାଜମା ଥେରାପି ଏକ ଉପାଦେୟ ଅସ୍ତ୍ର ହେବ।

ଓଡ଼ିଶାରେ କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ଯୋଗାଇ ଦିଆଯିବ। ସବୁ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତ ସରପଞ୍ଚ, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ,  ଏହି ଯୋଦ୍ଧାମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ନବୀନ ।

ଅପରପକ୍ଷରେ ଆଜି ଅପରାହ୍ନ 2ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର

‘ମୋ ସରକାର’ ଟିମ୍‌ର ରିପୋର୍ଟ ଆଧାରରେ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ‘ମୋ ସରକାର’। ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗ୍ରସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍‌ର ଗସ୍ତ ପରେ ରୋଗୀମାନଙ୍କ ଫିଡ୍‌ବ୍ୟାକ୍‌ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବା ଏହି ୬ଟି ଜିଲ୍ଲାର ପୋଲିସ୍‌ ଏସ୍‌.ପି. ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ ଏହିସବୁ ଜିଲ୍ଲାର ହସ୍ପିଟାଲ୍‌ମାନଙ୍କରେ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇ ବିଶ୍ରାମଗୃହ ନିର୍ମାଣ କରାଯିବ।

ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବର୍ହିବିଭାଗ ଚିକିତ୍ସା ବିଲ୍‌ଡିଂ ନିର୍ମାଣ କରାଯିବ। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା ଗୃହ ପାଇଁ ନୂତନ ବିଲ୍‌ଡିଂ ନିର୍ମାଣ କରାଯିବ। ସେହିପରି ସଦର ମହକୁମା ହସ୍ପିଟାଲରେ ରୋଗୀ ପରୀକ୍ଷା ପାଇଁ ସମନ୍ବିତ ଲାବରେଟୋରୀର ଉନ୍ନତିକରଣ କରାଯିବ ଏବଂ ଡାୟେଲସିସି ୟୁନିଟ୍‌ ଓ ଆଇସିୟୁ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ବତନ୍ତ୍ର ଚିକିତ୍ସା ପାଇଃ ବୁର୍ଲାସ୍ଥିତ ଭୀମସାରର ଏକ ସାଟେଲାଇଟ୍‌ ସେଣ୍ଟର ଭାବେ ବିକଶିତ କରାଯିବ।

ଦେବଗଡ ଜିଲ୍ଲା ସଦର ମହାକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ। ସେହିପରି ଅନୁଗୁଳ ଜିଲ୍ଲା ସଦର ମହକୁମା ହସ୍‌ପିଟାଲର ଶର୍ଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟାମ୍ପସ୍‌ ମଧ୍ୟରେ ଏକ ନୂଆ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଡାଏଲସିସି ୟୁନିଟି ସମ୍ପ୍ରସାରଣ ସହ ଅତିରିକ୍ତ ଇସିଜି ମେସିନ୍‌ ଯୋଗାଇଦିଆଯିବ।

କେନ୍ଦ୍ରାପଡ଼ା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବ। କର୍ମଚାରୀ ବାସଗୃହ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ। ସୋନପୁର ଜିଲ୍‌ଲା ସଦର ମହକୁମା ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲିଡିଂ ନିର୍ମାଣ ଏକ ମାସ ମଧ୍ୟରେ ଆରମ୍ଭ କରାଯିବର୍ର୍ ସେହିପରି ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ମେଡ଼ିକାଲରେ ଏକ ଶବଗୃହ ମଧ୍ୟ ପ୍ରତିଷ୍ଠା କରାଯିବ। (ଏଜେନ୍ସି)