Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡିଆନ କେମିକାଲ ଇଞ୍ଜିିନିୟରିଂ କଂଗ୍ରେସ (କେମ୍‌କନ୍‌-୨୦୨୧)ର ଶୁଭାରମ୍ଭ
ବିଶେଷ ଖବର

ଇଣ୍ଡିଆନ କେମିକାଲ ଇଞ୍ଜିିନିୟରିଂ କଂଗ୍ରେସ (କେମ୍‌କନ୍‌-୨୦୨୧)ର ଶୁଭାରମ୍ଭ

December 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଇଣ୍ଡିଆନ କେମିକାଲ ଇଞ୍ଜିନିୟରିଂ କଂଗ୍ରେସ (କେମ୍‌କନ୍‌-୨୦୨୧) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଇଞ୍ଜିିନିୟର୍ସ (ଆଇଆଇସିଏଚଇ)ର ୭୪ତମ ବାର୍ଷିକ ଅଧିବେଶନ ଆଜିଠାରୁ ସିଏସଆଇଆର- ଇନଷ୍ଟିଚ୍ୟୁଟ ଅଫ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ ଟେକ୍ନୋଲୋଜି, ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି।

କେମ୍‌କନ୍‌-୨୦୨୧କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିଏସଆଇଆରର ମହାନିର୍ଦ୍ଦେଶକ ଡ଼ ଶେଖର ସି. ମାଣ୍ଡେ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଭର୍ଚୁଆଲି ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ ସିଏସ୍‌ଆଇଆର-ଆଇଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବାସୁଙ୍କ ସମ୍ବର୍ଦ୍ଧନାରେ ଆରମ୍ଭ ହୋଇଥିଲା।

ଏହି ୫ ଦିନିଆ କାର୍ଯ୍ୟକ୍ରମ ଆଇଆଇସିଏଚଇ-ଭୁବନେଶ୍ୱର ରିଜିଓନାଲ ସେନ୍ଟର ଏବଂ ସିଏସଆଇଆର-ଆଇଏମ୍‌ଏମ୍‌ଟି, ଭୁବନେଶ୍ୱର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି-ଇଣ୍ଡିଆନ ଅଏଲ ଓଡିଶା କ୍ୟାମ୍ପସ, ଭୁବନେଶ୍ୱର ସହିତ ମିଳିତ ଭାବରେ ଆୟୋଜିତ କରିଛି।

କେମ୍‌କନ୍‌- ୨୦୨୧କୁ ଉଦଘାଟନ କରି ମୁଖ୍ୟ ଅତିଥି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏସଆଇଆର- ଆଇଏମ୍‌ଏମ୍‌ଟିରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ନିଜର ଖୁସି ପ୍ରକାଶ କରିଥିଲେ ଏବଂ ରାଜ୍ୟର ବିକାଶ ନିମନ୍ତେ ସରକାର ସମସ୍ତ ପ୍ରକାର ସୁବିଧା ଓ ସୁଜୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ।

“ରାସାୟନିକ ଏବଂ ଖଣିଜ କ୍ଷେତ୍ର ପାଇଁ ସମ୍ବଳର ନିରନ୍ତର ବ୍ୟବହାର” ସମ୍ମିଳନୀର ବିଷୟବସ୍ତୁ ରହିଛି। କେମ୍‌କନ୍‌-୨୦୨୧ କାର୍ଯ୍ୟକ୍ରମରେ ମେମୋରିଆଲ ଲେକ୍‌ଚର, ପ୍ଲେନାରୀ ଲେକ୍‌ଚର, ସେମିନାର, ଆନ୍ତର୍ଜାତୀୟ ସମ୍ମୀଳନୀ, ପ୍ୟାନେଲ ଡିସ୍କସନ ଏବଂ ପ୍ରଦର୍ଶନୀ ଆଦି ଅନ୍ତର୍ଭୁକ୍ତ ରହିବ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ମାନିତ ଅତିଥି ସିଏସ୍‌ଆଇଆରର ଡାଇରେକ୍ଟର ଜେନେରାଲ ଏବଂ ଡିଏସଆଇଆରର ସେକ୍ରେଟାରୀ ଡ଼ ଶେଖର ସି. ମାଣ୍ଡେ କହିଲେ , “କୋଭିଡ୍ ମହାମାରୀ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖୁବ ଦୁଃଖଦାୟକ। ଏହାର ପରବର୍ତା ସମୟରେ କେମ୍‌କନ୍‌-୨୦୨୧ ଭଳି କାର୍ଯ୍ୟକ୍ରମକୁ କୋଭିଡ କଟକଣା ମଧ୍ୟରେ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ର୍ରହଣ କରିଥିବାରୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ମହାମାରୀ ହେଉ ବା ପରିବେଶ ସୁରକ୍ଷା ହେଉ ଏହିଭଳି କଠିନ ସମୟରେ ଆମ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ।”

ସିଏସ୍‌ଆଇଆରର ଡାଇରେକ୍ଟର ଜେନେରାଲ ଡ଼ ଶେଖର ସି. ମାଣ୍ଡେ, ଆଇଓସିଏଲ୍‌ର ସିଏମ୍‌ଡି, ଏସ୍‌.ଏମ୍‌. ବୈଦ୍ୟ, ଆଦିତ୍ୟ ବିର୍ଲା କେମିକାଲସ୍‌ର ଡାଇରେକ୍ଟର, ଡ଼ ସନ୍ତୃପ୍ତ ମିଶ୍ର, ଏକ୍ସେଲ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ, ଅଶ୍ୱିନୀ ସ୍ରଫ ଆଦି ନିମନ୍ତ୍ରିତ ଅତିଥି ଏବଂ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଅର୍ଗାନାଇଜିଂ କମିଟିର ସଭାପତି ଡ଼ ସି ଇଶ୍ୱରିଆ ଡ଼ ଜି.କେ. ରାୟଙ୍କୁ ସମ୍ବୋଧିତ କରିବା ସହ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡିଶା ମୁଖ୍ୟମନ୍ତ୍ରୀ ବୀନ ପଟ୍ଟନାୟକ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ

July 16, 2026

ଏବେ ବିନା ସଂଯୋଗରେ କିଛି ମିନିଟରେ ଘରକୁ ଆସିବ LPG ସିଲିଣ୍ଡର: ଜାଣନ୍ତୁ କେମିତି?

July 16, 2026
Latest News

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.