Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଆ ଗୀତ ବୋଲିଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ

ଭୁବନେଶ୍ବର, ଏକ ଓଡିଆ ଗୀତ ବୋଲି ନିଜକୁ ଓଡିଆ ଭାବେ ପରିଚୟ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ଆଜି ଭୁବନେଶ୍ବରର ଏକ ଷ୍ଟୁଡିଓକୁ ଯାଇ ରାଜ୍ୟପାଳ ଏକ ଓଡିଆ ଗୀତ ପାଇଁ କଣ୍ଠଦାନ କରିଛନ୍ତି। ରାଜ୍ୟପାଳ ବୋଲିଥିବା ଗୀତଟି ହେଉଛି ” ଏ ମାଟି ଓଡିଆ, ଏ ଜାତି ଓଡିଆ “। ଏଥିରେ ଓଡିଶାରେ ବଛାବଛା 14 ଜଣ କଣ୍ଠ ଶିଳ୍ପୀ ମଧ୍ୟ ଭାଗ ନେଇଛନ୍ତି। ପ୍ରେମ ଆନନ୍ଦ ଏହି ଗୀତ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବସନ୍ତରାଜ ସାମଲ ଗୀତ ରଚନା କରିଛନ୍ତି।

କଣ୍ଠଦାନ କରିସାରିବା ପରେ ରାଜ୍ୟପାଳ କହିଛନ୍ତି ଯେ, ସଂଗୀତ ହେଉଛି ଭଗବତଗୀତା, ଗୀତଗୋବିନ୍ଦ, ଏଥିରେ ଭଗବତ ପ୍ରେମ ଜଡିତ ରହିଛି। ସଂଗୀତରେ ରହିଛି ମାଧୁର୍ଯ୍ୟ ଏବଂ ମିଠା। ଜହରକୁ ମଧ୍ୟ ସଂଗୀତ ମିଠା କରିଦେଇଥାଏ। ସେହିପରି ଏକ ସୁଯୋଗ ମିଲିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ଗୀତଟି ଏପ୍ରିଲ 1 ତାରିଖ ଉତ୍କଳ ଦିବସରେ ମୁକ୍ତିଲାଭ କରିବ।