Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସାମ୍ବାଦିକ ସତୀଶ କୁମାରଙ୍କୁ ସ୍ୱାମୀ ବିବେକାନନ୍ଦ ସେବା ରତ୍ନ ପୁରଷ୍କାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପ୍ରତ୍ୟେକ ବର୍ଷର ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଇ ଥାଏ। ଏହିଦିନ ଟି ଭାରତୀୟ ଯୁବକ ମାନଙ୍କୁ ସମର୍ପିତ ଅଟେ, ଏହିଦିନ ଟିକୁ ପାଳନ କରିବା ପାଇଁ ବିଶେଷ ଉଦ୍ଦେଶ୍ୟ ରହିଛି। ଏହିଦିନ ଟି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଥାଏ। ସ୍ୱାମୀ ବିବେକାନନ୍ଦ ଜାନୁଆରୀ ୧୨ ତାରିଖ ୧୮୬୩ ରେ କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଲା ନରେନ୍ଦ୍ରନାଥ ଦତ୍ତ। ନରେନ୍ଦ୍ରନାଥ ପିଲାଟି ଦିନରୁ ଆଧ୍ୟାତ୍ମିକ ରାସ୍ତାରେ ନିଜକୁ ପରିଚାଳିତ କରିଥିଲେ। ମାତ୍ର ୨୫ ବର୍ଷ ବୟସରେ ସନ୍ନ୍ୟାସ ନେଇଥିଲେ। ସନ୍ନ୍ୟାସ ନେବା ପରେ ସେ ସାରା ବିଶ୍ୱରେ ବିବେକାନନ୍ଦ ଭାବରେ ପରିଚିତ ହେଲେ।

ଏହି ଅବସରରେ ସାମ୍ବାଦିକ ତାରେ ଉଲ୍ଲେଖନୀୟ ପଦର୍ଶନ ପାଇଁ ଉତ୍ତରପ୍ରଦେଶର ସାହାରା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଓଡିଶା ସାମ୍ବାଦିକ ସତୀଶ କୁମାର ଦାସଙ୍କୁ ସ୍ୱାମୀ ବିବେକାନନ୍ଦ ସେବା ରତ୍ନ ପୁରଷ୍କାର ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଲୋକସେବା ଭବନ ଭିତରକୁ ଖବର ସଂଗ୍ରହ ନିମନ୍ତେ ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଛାଡିବା ପାଇଁ ଦାବୀ

ଭୁବନେଶ୍ବର, କରୋନା ମହାମାରୀ ଆସିବା ପରେ ଲୋକସେବା ଭବନ ଭିତରକୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ କରିବା ପାଇଁ ବାରଣ କରାଯାଇଥିଲା। ହେଲେ ବର୍ତ୍ତମାନ ଲୋକସେବା ଭବନର କାମ ସ୍ବାଭାବିକ ହୋଇଥିବାରୁ ସାମ୍ବାଦିକଙ୍କୁ ଛାଡିବା ପାଇଁ ଦାବୀ ହୋଇଛି। ଏ ନେଇ ବିଭିନ୍ନ ସାମ୍ବାଦିକ ସଂଗଠନର ସାମ୍ବାଦିକମାନେ ଭୁବନେଶ୍ବରରେ ବିକ୍ଷୋଭ କରିଥିଲେ। ଏଥିସହିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

ମୁଖ୍ୟତଃ ଲୋକସେବା ଭବନରୁ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ଖବର ଆସିଥାଏ। ଏପରିକି କୋଭିଡ 19 ସଂପର୍କରେ ଖବର ମଧ୍ୟ ମିଳିଥାଏ। ଯାହା ସାଧାରଣ ଲୋକେ ଜାଣିବା ନିହାତି ଆବଶ୍ୟକ। ହେଲେ ତା ଭିତରକୁ ସାମ୍ବାଦିକଙ୍କୁ ବାରଣ କରାଯାଇଥିବାରୁ ଖବର ସଂଗ୍ରହରେ ବାଧା ସୃଷ୍ଟି ହୋଇଛି। ସରକାର ତୁରନ୍ତ ତା ଉପରେ ଧ୍ୟାନ ଦିଅନ୍ତୁ ବୋଲି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି।