Categories
ଆଜିର ଖବର ରାଜ୍ୟ ଖବର

ଓପିଏସ୍‌ସି କୁ ମିଳିଲା ନୂଆ ସଦସ୍ୟ, ଜିଏ ବିଭାଗରୁ ବିଜ୍ଞପ୍ତି

ଭୁବନେଶ୍ବର: ବରିଷ୍ଠ ଓଏଏସ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂଆ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ।

ଶନିବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶ୍ୟାମ୍‌ଭକ୍ତ ବାବୁଙ୍କ ଅବସର ନେବାକୁ ଆହୁରି ୫ମାସ ବାକି ରହିଥିବା ବେଳେ ସେ ଏହି ନୂଆ ନିଯୁକ୍ତି ପାଇଛନ୍ତି ।

ଶ୍ରୀ ମିଶ୍ର ଏହି ନୂଆ ଦାୟିତ୍ୱ ଗ୍ରହଣ କରିବା ଠାରୁ ୬ବର୍ଷ ପର୍ଯ୍ୟନ୍ତ କିମ୍ବା ୬୨ବର୍ଷ ବୟସ ହେବା ପର୍ଯ୍ୟନ୍ତ ଯାହା ଆଗ ପଡ଼ିବ ସେ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆଉଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ପାଇବେ ଓସିଏସ୍‌ ଆଶାୟୀ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ଓସିଏସ୍‌ ଆଶାୟୀଙ୍କ ପାଇଁ ଖୁସିର ଖବର ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ପରୀକ୍ଷା ପାଇଁ ଆଉଥରେ ସୁଯୋଗ ମିଳିବ। ୨୦୧୯, ୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଓଡ଼ିଶା ସିଭିଲ ସର୍ଭିସ ଆଶାୟୀମାନେ ଏବେ ପୁଣିଥରେ ପରୀକ୍ଷା ଦେଇପାରିବେ। ସେଥିପାଇଁ ବୟସ ସୀମାକୁ କୋହଳ କରାଯାଇଛି। ବୟସ ଅତିକ୍ରମ କରିଥିଲେ ମଧ୍ୟ ପୂର୍ବ ତିନି ବର୍ଷରେ ପରୀକ୍ଷା ଦେଇଥିବା ଆଶାୟୀମାନେ ଆଉଥରେ ସୁଯୋଗ ପାଇବେ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।