Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପନ୍ତ ଏବଂ ହାର୍ଦ୍ଦିକଙ୍କ ଧୂଆଁଧାର ବ୍ୟାଟିଂ: ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରି ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ମଞ୍ଚେଷ୍ଟର ଦିନିକିଆରେ ଇଂଲଣ୍ଡକୁ ଭାରତ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ ରେ କବ୍ଜା କରିଛି। ଓଲ୍ଡ ଟ୍ରାଫର୍ଡରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୬୦ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ଏକ ଶକ୍ତିଶାଳୀ ଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ।

ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆର ଖରାପ ଆରମ୍ଭ ହୋଇଥିଲା। ଓପନର ଶିଖର ଧାୱନ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ୧୭ ବଲରେ ୧୭ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ବିରାଟ କୋହଲି ମଧ୍ୟ ୧୭ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସୁର୍ଯ୍ୟକୁମାର ଯାଦବ ୨୮ ବଲରେ ସମ୍ମୁଖୀନ ହୋଇଥିଲେ ଏବଂ ଗୋଟିଏ ଚୌକା ସହାୟତାରେ ୧୬ ରନ୍ ସ୍କୋର କରିଥିଲେ।

ପାଣ୍ଡ୍ୟା ଏବଂ ପନ୍ତ ଏକ ମଜବୁତ ଭାଗିଦାରୀ ଖେଳି ଭାରତକୁ ବିଜୟ ଆଡକୁ ନେଇଥିଲେ। ପାଣ୍ଡ୍ୟା ୫୫ ବଲରେ ୭୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସେ ୧୦ ଟି ଚୌକା ମାରିଥିଲେ। ଧୂଆଁଧାର ପ୍ରଦର୍ଶନ ସହିତ ପନ୍ତ ଏକ ଶତକ ହାସଲ କରିଥିଲେ। ସେ ୧୬ ଚୌକା ଓ ୨ ଛକା ସହାୟତାରେ ୧୧୩ ବଲରୁ ଅପରାଜିତ ୧୨୫ ରନ୍ କରିଥିଲେ। ରବିନ୍ଦ୍ର ଜାଡେଜା ୭ ରନ୍‌ରେ ଅପରାଜିତ ରହିଥିଲେ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲା। ଏହି ସମୟରେ ଅଧିନାୟକ ଜୋସ୍ ବଟଲର ଦଳ ପାଇଁ ୬୦ ରନ୍ ସଂଗ୍ରହ କରିଥିଲେ। ସେ ୮୦ ବଲରେ ୩ ଚୌକା ଓ ୨ ଛକା ମାରିଥିଲେ। ଓପନର୍ ଜେସନ୍ ରୟ ୩୧ ବଲରୁ ୪୧ ରନ୍ ସଂଗ୍ରହ କରିଥିଲେ। ଲିଭିଙ୍ଗଷ୍ଟୋନ୍ ୨୭ ରନ୍ ଯୋଗଦାନ କରିଥିଲେ। ଡେଭିଡ ୱିଲି ୧୮ ରନ୍ କରିଥିଲେ।

ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଥିଲେ। ସେ ୭ ଓଭରରେ ୨୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଏହି ସମୟ ମଧ୍ୟରେ ସେ ୩ ଟି ମେଡନ ଓଭର ମଧ୍ୟ ନେଇଥିଲେ। ମହମ୍ମଦ ସିରାଜ ୯ ଓଭରରେ ୬୬ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। ୟୁଜଭେନ୍ଦ୍ର ଚହଲ ୯.୫ ଓଭରରେ ୬୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ରବିନ୍ଦ୍ର ଜାଡେଜା ମଧ୍ୟ ଗୋଟିଏ ସଫଳତା ପାଇଥିଲେ।