Categories
ଆଜିର ଖବର ରାଜ୍ୟ ଖବର

ହାଇକୋର୍ଟଙ୍କ ଡରରେ ବନ୍ଦ ନୁହେଁ ହରତାଳ କଲା କଂଗ୍ରେସ, ବିଭିନ୍ନ ସ୍ଥାନରେ ବିକ୍ଷୋଭ

ଭୁବନେଶ୍ବର: ଆଜି ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ପ୍ରଦେଶ କଂଗ୍ରେସ 6 ଘଣ୍ଟିଆ ହରତାଳ କରିଛି। ପୂର୍ବରୁ ଓଡିଶା ବନ୍ଦ କରିବ ବୋଲି ଘୋଷଣା କରାଯାଇଥିଲା। ହେଲେ ହାଇକୋର୍ଟ ଏହାକୁ ନ କରିବା ପାଇଁ ନିର୍ଦ୍ଦେଶ ଦେବାରୁ ହରତାଳ କରାଯାଇଛି। ଫଳରେ କଂଗ୍ରେସ କର୍ମିମାନେ ଲୋକମାନଙ୍କୁ ଜୋରଜବରଦସ୍ତ କୌଣସି ବନ୍ଦ କରି ନାହାଁନ୍ତି।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଜି ସକାଳ 6 ଟାରୁ ଏହି ହରତାଳ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେମାନେ କିଛି ସମୟ ପାଇଁ ନାରା ଦେଇଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମିମାନେ ବିକ୍ଷୋଭ ସହ ଧାରଣାରେ ବସିରହିଥିଲେ। ଏହି ବନ୍ଦ ଦିନ 12ଟା ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବନ୍ଦକୁ ହାଇକୋର୍ଟ କଲେ ମନା, କେବଳ ଧର୍ମଘଟ କରିପାରିବ, ଚକଅଖ ବନ୍ଦ ନୁହଁ

କଟକ: ଆସନ୍ତାକାଲି କଂଗ୍ରେସ ତରଫରୁ ହେବାକୁ ଥିବା ଓଡିଶା ବନ୍ଦ ଡାକରାକୁ ଓଡିଶା ହାଇକୋର୍ଟ ମନା କରି ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତରେ କେବଳ ଆନ୍ଦୋଳନ କରାଯାଇ ପାରିବ ହେଲେ ବନ୍ଦ ନୁହେଁ ବୋଲି କୋର୍ଟ କହିଛନ୍ତି। ଏଥିସହିତ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ହେଉ କିମ୍ବା ଦୋକାନ ବଜାରକୁ ଜବରଦସ୍ତ ବନ୍ଦ କରାଯାଇ ପାରିବ ନାହିଁ।

କଂଗ୍ରେସ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କଟକ ବ୍ୟବସାୟୀ ସଂଘ କୋର୍ଟରେ ଏକ ମାମଲା ଋଜୁ କରିଥିଲେ। ଏଥିରେ କୋର୍ଟ ଭଚ୍ୟୁୟାଲି ଶୁଣାଣି କରି ଏହି ବନ୍ଦ ଉପରେ ରୋକ ଲଗାଇଛନ୍ତି। ଆସନ୍ତାକାଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ପ୍ରଦେଶ କଂଗ୍ରେସ ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି।