Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ, ଚାରିଆଡେ ଓଡିଶା ବନ୍ଦର ପ୍ରଭାବ, ଶୁଭିଲା ସରକାର ବିରୋଧୀ ସ୍ବର
ବିଶେଷ ଖବର

କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ, ଚାରିଆଡେ ଓଡିଶା ବନ୍ଦର ପ୍ରଭାବ, ଶୁଭିଲା ସରକାର ବିରୋଧୀ ସ୍ବର

July 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ, ଚାରିଆଡେ ଓଡିଶା ବନ୍ଦର ପ୍ରଭାବ, ଶୁଭିଲା ସରକାର ବିରୋଧରେ ସ୍ବର

ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ କଂଗ୍ରେସ ଏବଂ ଆଠଟି ଦଳର ଓଡିଶା ବନ୍ଦ ଡାକରା ବେଶ ସଫଳ ହୋଇଛି। କାରଣ କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ ସାରା ଓଡଶାରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା ନେଇ ବିରୋଧୀ ଦଳମାନେ ଏହି ବନ୍ଦ ଡାକରା ଦେଇଥିଲେ। କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି।

ଆଜି ସକାଳ ଛଅଟାରୁ ଆରମ୍ଭ ହୋଇଥିଲା ଏହି ବନ୍ଦ। କଂଗ୍ରେସ କର୍ମିମାନେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳୁ ରାସ୍ତା ଉପରକୁ ଚାଲିଆସିଥିଲେ। ପୂର୍ବରୁ ବନ୍ଦ ଡାକରା ଦିଆଯାଇଥିବାରୁ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା। ହେଲେ ରାସ୍ତାରେ ଗାଡିଚଳାଚଳକୁ ନେଇ ରୋକିଥିଲେ କଂଗ୍ରେସ କର୍ମି। ଯେଉଁମାନେ ଗାଡି ଚଳାଚଳ କରୁଥିଲେ ସେମାନଙ୍କୁ କର୍ମିମାନେ ବୁଝାଇ ଫେରାଇ ନେଉଥିଲେ।

ଆଜି ରାଜଧାନୀରେ ଏହାର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା। କଂଗ୍ରେସ କର୍ମିମାନେ ବାଣ୍ଟି ହୋଇ ବିଭିନ୍ନ ଛକରେ ଆନ୍ଦୋଳନ କରିଥିଲେ। ଯେଉଁମାନେ ଗାଡି ନେଇ ରାସ୍ତାକୁ ଆସୁଥିଲେ ସେମାନଙ୍କୁ କର୍ମିମାନେ ଗୋଲାପ ଫୁଲ ଏବଂ ଚକଲେଟ ଦେଇ ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଅନୁରୋଧ କରୁଥିଲେ।

ଗାନ୍ଧୀ ମାର୍ଗରେ କଂଗ୍ରେସ ସଭାପତି ଭକ୍ତ ଦାସ ଏବଂ ପ୍ରଭାରୀ ଅଜୟ ଲାଲୁ ପ୍ରମୁଖ ନେତାମାନେ ଏକ ଶୋଭାଯାତ୍ରା କରିଥିଲେ। ସେମାନେ କଂଗ୍ରେସ ଭବନରୁ ଏକ ରାଲିରେ ବାହାରି ଲୋକସେବା ଭବନ ଆଡକୁ ମାଡି ଚାଲିଥିଲେ। ଏହାପରେ ସମସ୍ତେ ରାସ୍ତା ଉପରେ ବସି ଆନ୍ଦୋଳନ କରୁଥିଲେ। ତେବେ ବହୁ କର୍ମି ସେମାନଙ୍କୁ ଟପି ବ୍ୟାରିକେଟ ଭାଙ୍ଗିବାକୁ ଚେଷ୍ଠା କରିଥିଲେ। ଫଳରେ ପୋଲିସ ଏବଂ କଂଗ୍ରେସ କର୍ମିମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା।

କିଛି ସମୟ ଧରି ପୋଲିସ ସହିତ ଟକ୍କର ହେବା ପରେ ନେତା ଓ କର୍ମିମାନଙ୍କୁ ପୋଲିସ ଉଠାଇ ନେଇଥିଲା। ତେବେ ଆଜି ପୋଲିସ ତରଫରୁ ସେମିତି କିଛି ବଡ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଗତକାଲି ବିଜେଡି ଆନ୍ଦୋଳନ ବେଳେ ଯେପରି ପାଣି ମାଡ ଏବଂ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା ସେପରି କିଛି ଦେଖିବାକୁ ମିଳି ନ ଥିଲା। କଂଗ୍ରେସ କର୍ମିମାନେ ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦକୁ ସଫଳ କରାଇଥିଲେ।

 

Congress ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଓଡିଶା ବନ୍ଦ କଂଗ୍ରେସ ଓଡିଶା ବନ୍ଦ ବାଲେଶ୍ବର ଛାତ୍ରୀ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ

August 27, 2026

ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ, ୫୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

August 27, 2026

ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିଲା ଭଉଣୀ, ବାଟରେ ଭାଇଙ୍କୁ ଚଢ଼ିଗଲା ଟ୍ରାକ୍ଟର

August 27, 2026

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026
Latest News

ସୁନା ମୂଲ୍ୟରେ ବିରାମ: ଜାଣନ୍ତୁ ଆଜିର ଦର

August 27, 2026

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ

August 27, 2026

ରାତି ୧୨ରୁ ସକାଳ ୬ ଯାଏଁ ବନ୍ଦ ରହିବ ଇନଷ୍ଟା ଏବଂ ଫେସବୁକ୍: ମେଟାର ବଡ଼ ନିଷ୍ପତ୍ତି

August 27, 2026

ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ, ୫୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

August 27, 2026

ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିଲା ଭଉଣୀ, ବାଟରେ ଭାଇଙ୍କୁ ଚଢ଼ିଗଲା ଟ୍ରାକ୍ଟର

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.