Categories
ଆଞ୍ଚଳିକ

କୁଜଙ୍ଗ: ଦୁଇ ମଦ୍ୟପ ଗାଡ଼ି ଚାଳକ ଗିରଫ

କୁଜଙ୍ଗ: କୁଜଙ୍ଗ ଥାନା କଟକ-ପାରାଦ୍ୱୀପ ରାସ୍ତାରେ କୁଜଙ୍ଗ ପୋଲିସ୍ ନାକାବନ୍ଦୀ କରି ବିଭିନ୍ନ ଗାଡ଼ି ଯାଂଚ କରୁଥିବା ବେଳେ ଦୁଇ ଯୁବକ ମଦ୍ୟପାନ କରି ଗାଡି ଚଳାଉଥିଲେ। ପୋଲିସ୍ ଗାଡିଟିକୁ ଅଟକାଇଥିଲେ। ମାତ୍ର ଦୁଇ ଯୁବକ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ପୋଲିସ୍ ତାଙ୍କୁ ଗିରଫ କରିଛି। ତାସହିତ ବ୍ୟବହୃତ ବୁଲେଟ୍ ଗାଡି ନମ୍ବର (ଓଡି୨୧ବି୮୩୪୪)ଟିକୁ ଜବତ କରିଛି। ଅଭିଯୁକ୍ତ ଦ୍ୱୟହେଲେ ତିର୍ତୋଲ ଥାନା ରସୁଲପୁର ଅଂଚଳର ଆସିଫ୍ ଖାନ (୨୪) ଏବଂ ସେକ୍ ସଲମନ୍ ହୁସେନ୍ (୩୭)। ଆଜି ଅଭିଯୁକ୍ତ ମାନଙ୍କୁ ପୋଲିସ୍ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଂଜନ ଦାଶ ପ୍ରକାଶ କରିଛନ୍ତି।

ଅନୁରୁପଭାବେ ଗତକାଲି ବିଳମ୍ବିତ ରାତିରେ ଏରସମା ଥାନା ଅଂଚଳର ସର୍ବେଶ୍ୱର ସ୍ୱାଇଁ, ବସନ୍ତ ବିଶ୍ୱାଳ, ସରୋଜ ନାୟକ ବାଲିତୁଠ ବଜାରରେ ମଦ୍ୟପାନ କରି ସ୍ଥାନିୟ ବ୍ୟବସାୟିଙ୍କ ସାଂଗରେ ଝଗଡ଼ା କରୁଥିଲେ। ଏହି ଖବର ପୋଲିସ୍ ପାଇବା ମାତ୍ରେ ଘଟଣାସ୍ଥଳରେ ପହଁଚି ୩ ଯୁବକଙ୍କୁ ଥାନାକୁ ଉଠାଇଆଣିଥିଲେ। ପରେ ସେମାନଙ୍କ ନାମରେ ୧୦୭ ଦଫା ଦେଇ ସେମାନଙ୍କୁ ଛାଡିଦେଇଥିବା ପୋଲିସ୍ କହିଛି।