Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ

ଭୁବନେଶ୍ବର, କରୋନା ପୁଣି ଜଣେ କଳାକାରଙ୍କ ଜୀବନ ନେଇଛି। ସେ ହେଉଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ର। ଦୀର୍ଘଦିନ ଧରି ସେ କରୋନାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା। ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ରାତି 11ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ନିକଟରେ ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ସହାୟତା ପ୍ରଦାନ କରାଯାଇଥିଲା। ତାଙ୍କର ସୁସ୍ଥତା କାମନା କରି ପୁରା ଓଲିଉଡ ଇଣ୍ଡଷ୍ଟ୍ରି ପ୍ରାର୍ଥନା କରିଥିଲେ। ବର୍ତ୍ତମାନ ତାଙ୍କ ବିୟୋଗରେ ସାରା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ୧ ଲକ୍ଷ ସହାୟତା: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ବର: ଓଡିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତପୁ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। କଳାକାର ପାଣ୍ଠିରୁ ତପୁଙ୍କ ଚିକିତ୍ସା ପାଇଁ ଏହି ରାଶି ପ୍ରଦାନ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଏବେ ଗୁରୁତର ଅବସ୍ଥାରେ ତପୁ ଚିକିତ୍ସିତ ହେଉଛନ୍ତି। ଓଡିଶାର ବହୁ କଣ୍ଠ ଶିଳ୍ପୀ ଏବଂ କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।