Categories
ଆଜିର ଖବର ରାଜ୍ୟ ଖବର

ଖୋଲିବ ଘରୋଇ ସ୍କୁଲ: ୭୦ ମାର୍କର ପରୀକ୍ଷା, ମୂଲ୍ୟାୟନ ହେବ ୧୦୦

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ପରେ କନଫଡେରେସନ ଅଫ୍ ଓଡିଶା ପବ୍ଳିକ ସ୍କୁଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଵାଗତ କରିଛି। ଏହି ପ୍ରରିପ୍ରେକ୍ଷୀରେ କରୋନା କଟକଣାକୁ ମାନି ସମସ୍ତ ଘରୋଇ ସ୍କୁଲ ଖୋଲିବା ଉପରେ ସେମାନେ ସମ୍ମତି ପ୍ରକାଶ କରିଛନ୍ତି।

ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନା ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃୟାରୀ ମାସରୁ ସ୍ବାଭାବିକ ଭାବରେ ସ୍କୁଲ ଖୋଲିବ। ଜାନୁଆରୀ ୮ରୁ ଦଶମ ଓ ଦ୍ବାଦଶ, ୧୪ ରୁ ନବମ ଓ ଏକାଦଶ ଖୋଲିବ। ଫେବୃଆରୀ ୧ ତାରିଖରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘରୋଇ ସ୍କୁଲ ସଂଘ ଘୋଷଣା କରିଛି। ଫେବୃଆରୀ ମାସରେ ପରୀକ୍ଷା କରାଯିବ। ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା। ୭୦ ମାର୍କ ପରୀକ୍ଷା ହେବ। ୩୦ ମାର୍କ ଗ୍ରେସ ମିଳିବ। କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଫେଲ ହେବେନାହିଁ।