Categories
ଆଜିର ଖବର ରାଜ୍ୟ ଖବର

ପୋଲିସ ଉପରକୁ ବୋମାମାଡ: ଜଣେ କନେଷ୍ଟବଳ ଆହତ

ଆଠଗଡ: ପୋଲିସ ଉପରକୁ ବୋମାମାଡ ହୋଇଥିବା ଖବର ଶୁଣିବାକୁ ମିଳିଛି। ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ତାଳଭାଗ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ପରେ ବୋମା ମାଡ ହୋଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଜମି ମାଲିକ ଓ ଓପିଟିସିଏଲ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଜମି ଉପରେ ବିଦ୍ୟୁତ ତାର ଯାଉଥିବାରୁ ଜମି ମାଲିକ ବିରୋଧ କରି କ୍ଷତିପୂରଣ ମାଗିଥିଲେ। କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବାରୁ ଉତ୍ତେଜନା ବଢିଯାଇଥିଲା। ପରେ ଘଟଣାସ୍ଥଳରେ ଜଣେ ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଥିଲା। ଏହି ବୋମା ମାଡ଼ରେ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ ଥିବା ବେଳେ ଆଠଗଡ ଏସଡିପିଓ ଏବଂ ଦୁଇ ଆଇଆଇସି ଉପସ୍ଥିତ ଅଛନ୍ତି।