Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରର କପିଳେଶ୍ବର ମନ୍ଦିର ସଂରକ୍ଷଣ ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅପରାଜିତା

ଭୁବନେଶ୍ବର: ପୁରୁଣା ଭୁବନେଶ୍ୱର ସ୍ଥିତ କପିଳେଶ୍ବର ମନ୍ଦିର ସମସ୍ତଙ୍କର ଆସ୍ଥାର କେନ୍ଦ୍ର ଦେବଦେବ ମହାଦେବଙ୍କ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ। ଯାହା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ  ଦ୍ୱାରା ସଂରକ୍ଷିତ ହେବାର ଆବଶ୍ୟକତା ରହିଛି। ସେ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।

ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରି କାହିଁକି ମନ୍ଦିର ASI ରେ ସାମିଲ ହେବ ସେ ନେଇ ଅପରାଜିତା ବ୍ୟାପକ ତଥ୍ୟ ରଖିଥିଲେ। ଏ ନେଇ ମନ୍ତ୍ରୀ ସକାରାତ୍ମକ ଭାବେ ସହଯୋଗ ପାଇଁ ସ୍ପଷ୍ଟ କରିଛନ୍ତି ବୋଲି ସାଂସଦ ଅପରାଜିତା କହିଛନ୍ତି। ଖୁବ ଶୀଘ୍ର ଏହା ASI ସଂରକ୍ଷିତ ସୂଚୀ ସ୍ଥାନ ପାଇବ ଏବଂ ମନ୍ଦିରର ରକ୍ଷଣା ବେକ୍ଷଣ,ବିକାଶ କାର୍ଯ୍ୟ,ସୌନ୍ଦର୍ଯ୍ୟ କରଣ ହୋଇ ପାରିବ ବୋଲି ଅଶା କରାଯାଉଛି।