Categories
ଆଜିର ଖବର ରାଜ୍ୟ ଖବର

ୟୁସିସିଆଇ ଲେଡିଜ ଫୋରମ୍ ପକ୍ଷରୁ କମ୍ବଳ ବଣ୍ଟନ

ଭୁବନେଶ୍ୱର: ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ମଙ୍ଗଳପୁର ପଞ୍ଚାୟତରେ ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କରାଯାଇଛି। ଏହି ଅବସରରେ ଲେଡିଜ ଫୋରମର ସଦସ୍ୟାମାନେ ଗ୍ରାମର ଲୋକମାନଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମର ସଭାପତି ପ୍ରଣତୀ ପରିଡ଼ା, ସମ୍ପାଦକ ଅର୍ଚ୍ଚନା ମଲ୍ଲ ଓ ବରିଷ୍ଠ ସଦସ୍ୟା ନମିତା ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

“ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳପୁରରେ ହୋଇଥିବା ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଫଳରେ ଅନେକ ଲୋକ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସମାଜର ପଛୁଆ ବର୍ଗର ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରିବୁ”, କହିଛନ୍ତି ୟୁସିସିଆଇ ଲେଡିଜ ଫୋରମର ସଭାପତି ପ୍ରଣତୀ ପରିଡ଼ା।

ଏହି ଅବସରରେ ଗ୍ରାମର ମହିଳାମାନଙ୍କ ସହିତ ମିଶି ଲେଡିଜ ଫୋରମର ସଦସ୍ୟାମାନେ ଅର୍ପଣ ରଥରେ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲା

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଜଗନ୍ନାଥପ୍ରସାଦ ଗ୍ରାମରେ ବିଜେପି ନେତା ଗୋବିନ୍ଦ କୁମାର ଅଗ୍ରୱାଲା ଗରୀବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଛନ୍ତି।

ବିଜେପି ନେତା ଗୋବିନ୍ଦ କୁମାର ଅଗ୍ରୱାଲା ବଜଗନ୍ନାପ୍ରସାଦ ଗ୍ରାମକୁ ଯାଇ ଅସହାୟ ବୃଦ୍ଧ ଓ ବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। କମ୍ବଳ ବଣ୍ଟନ ସମୟରେ ଦେବାର୍ଚ୍ଚନ ସାହୁ, ହରିହର ସାହୁ ବନମାଳୀ ମାଝୀ, ରାଧାନାଥ ପ୍ରଧାନ, କୁମାରେଶ୍ ସ୍ବାଇଁ, କୁମର ଦେହୁରୀ, ଶ୍ରୀକର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଗୋବିନ୍ଦ କୁମାର ନାକଟିଦେଉଳ ବ୍ଲକ୍ ର ବିଭିନ୍ନ ଗ୍ରାମକୁ ଯାଇ ବହୁ ସମୟରେ ଗରୀବ ଲୋକମାନଙ୍କ ପାଖରେ ପହଂଚି ସାହାଯ୍ୟ କରିଥାନ୍ତି।

Categories
ଆଞ୍ଚଳିକ

“ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ପଣ୍ଡୁଆ ପଞ୍ଚାୟତର ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ରମେଶ ମହାନ୍ତି
ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ଅଢାଙ୍କୁର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଇଫକୋ ସହାୟତାରେ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଯୋଦ୍ଧାର ସଭାପତି ପରଂବ୍ରହ୍ମ ରାଉତ ଓ ସଦସ୍ୟମାନେ କମ୍ବଳ ବଣ୍ଟନ କରିବା ସହିତ ସମାଜସେବୀ ସୁନାକର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗୌରୀଶ୍ୟାମ ଦାସଙ୍କ ସମେତ ତିର୍ତ୍ତୋଲ ଥାନାର ଏସ୍.ଆଇ ବିବେକାନନ୍ଦ ସାହୁ ,ଏ.ଏସ୍.ଆଇ ସୁବାସ ଦାସ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବାଣ୍ଟିବା ସହ”ପରିବର୍ତ୍ତନ ଯୋଦ୍ଧା”ର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ | ପରେ “ପରିବର୍ତ୍ତନ ଯୋଦ୍ଧା”ର ସଭାପତି ପରଂବ୍ରହ୍ମ ରାଉତ ଉକ୍ତ ଗ୍ରାମର ପାନୀୟଜଳ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଆଲୋଚନା କରି ତାହାର ସମଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ପିପୁଲ୍ସ ଫର ପବ୍ଲିକ୍ ତରଫରୁ କମ୍ବଳ ବଣ୍ଟନ

ବ୍ରହ୍ମପୁର: ସାଧାରଣ ଜନତା ତଥା ତଳୁଆ ଶ୍ରେଣୀର ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ପିପୁଲ୍ସ ଫର୍ ପବ୍ଲିକ୍‌ର ଜନହିତକର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ସଂଘ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଯୋଗ କରୁଥିବା ନଜିର ରହିଥିବାବେଳେ ବର୍ତ୍ତମାନ ଶୀତରେ ବାହାରେ ରାତ୍ରି କାଟୁଥିବା ଗରିବ ଲୋକଙ୍କୁ ଚାଦର ବଣ୍ଟନ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ଗତକାଲି ରାତିରେ ସଦସ୍ୟମାନେ ବ୍ରହ୍ମପୁର ସହରର ଟାଟାବେଞ୍ଜ ଛକ, କମାପଲ୍ଲୀ, କୋର୍ଟପେଟା, ଇଂଜିନିୟରିଂ ସ୍କୁଲ, ଆଙ୍କୋଲି, ନୂଆ ବସ୍‌ଷ୍ଟାଣ୍ଡ ଇତ୍ୟାଦି ଜାଗାରେ ଅସହାୟ ଗରିବ ବ୍ୟକ୍ତିଙ୍କୁ ଚାଦର ବଣ୍ଟନ କରିଥିଲେ।

ପୂର୍ବରୁ କିଛି ସଂସ୍ଥାମାନ କେବଳ ମୁଖ୍ୟରାସ୍ତାରେ ଶୀତବସ୍ତ୍ରମାନ ବଣ୍ଟନ କରିଥିବାବେଳେ ଗଳିକନ୍ଦିରେ ରହୁଥିବା ଗରିବ ବ୍ୟକ୍ତିବିଶେଷମାନେ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କଡ଼ା ନିର୍ଦ୍ଦେଶ ରହିଛି ଯେ ରାସ୍ତାକଡ଼ରେ କେହି ରାତ୍ରିଯାପନ କରିବାକୁ ଦିଆଯିବ ନାହିଁ। ତେବେ କାଲିର ବାହାରେ ଶୋଇଥିବା ଲୋକଙ୍କୁ ଦେଖିଲେ କମିଶନରଙ୍କ ବକ୍ତବ୍ୟ ହାସ୍ପ୍ୟାସ୍ପଦ ଲାଗୁଥିବା କର୍ମକର୍ତ୍ତାମାନେ କହିଛନ୍ତି। ବ୍ରହ୍ମପୁରରେ ବହୁ ରାତ୍ରିଯାପନୀ ସ୍ଥଳୀ ରହିଛି। କିନ୍ତୁ ସେଗୁଡ଼ିକରେ ବଡ଼ ବଡ ତାଲା ଝୁଲୁଥିବାବେଳେ କିଛି ସ୍ଥାନରେ ମୌଳିକ ସୁବିଧା ନଥିବାରୁ ଲୋକେ ରହିପାରୁନାହାନ୍ତି।

ତେଣୁ ମହାନଗର ନିଗମ ପକ୍ଷରୁ ରାତ୍ରିରେ ବାହାର ଶୋଇଥିବା ଲୋକଙ୍କୁ ନିକଟସ୍ଥ ରାତ୍ରିଯାପନସ୍ଥଳୀକୁ ନେଇ ରହିବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଂସ୍ଥାର ସଭାପତି ଡ. ସୁବ୍ରତ ସାହୁ, ସଂପାଦକ ସତୀଶ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ପ୍ରସାଦ ରାଉଳ, ବିଶ୍ୱନାଥ ମାଲଣା, ଅସିତ ପଣ୍ଡା, ସନ୍ତୋଷ କୁମାର, ପି. କୁନା ସେନାପତି ସହ ଅନେକ ସଦସ୍ୟ ଯୋଗ ଦେଇଥିଲେ।