Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସିଲ୍ ହୋଇଥିବା ବିଦେଶୀ ମଦ ଦୋକାନରୁ ତାଲା ଭାଙ୍ଗି ମଦ ବିକ୍ରି କରି ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ ଛକରେ ଥିବା ବିଦେଶୀ ମଦ ଦୋକାନ ଗତ ମାର୍ଚ୍ଚ ୩୧ ତାରିଖ ରେ ଲାଇସେନ୍ସ ଅବଧି ସରି ଯାଇଥିଲା। ଅବକାରୀ ନୀରିକ୍ଷକ ଦେବସ୍ମିତା ନାୟକ ଗତ ଏପ୍ରିଲ ୨ ତାରିଖରେ ଉକ୍ତ ଦୋକାନକୁ ସିଲ୍ କରିଥିଲେ। କିନ୍ତୁ ଉକ୍ତ ଦୋକାନ ଲିଜ୍ ନେଇଥିବା ନୟାଗଡ଼ ଜିଲ୍ଲା ରାଜପାଟଣା ଗ୍ରାମର ନବକିଶୋର ମହାପାତ୍ରଙ୍କ ପୁତ୍ର ବବ୍ରୁ ମହାପାତ୍ର ଦୋକାନ ପଛପଟୁ ତାଲା ଭାଙ୍ଗି ମଦ ବାହାର କରି ବିକ୍ରି କରୁଥିବା ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ୫୬ ଲିଟର ମଦ ଜବତ କରିବା ସହ ଅଭିଯୁକ୍ତ ବବ୍ରୁ ମହାପାତ୍ରକୁ ମାମଲା ନଂ ୨୩୫/୨୩ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।